Below header

ଜିରୋ ନାଇଟ ସେଲିବ୍ରେସନ ପୂର୍ବରୁ ଚଢାଉ: ଆଜିଠୁ ବାର୍, କ୍ଲବ୍, ପବ୍ ଓ ହୋଟେଲ ମାନଙ୍କରେ କରାଯିବ ଯାଞ୍ଚ

ସରି ସରି ଆସୁଛି ବର୍ଷ । ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍‌ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରିବାରେ ଲାଗିପଡିଛନ୍ତି । ନୂଆ ବର୍ଷକୁ ଖୁବ୍ ଧୁମଧାମରେ ପାଳନ କରିବେ ସଭିଏଁ ।

ସରି ସରି ଆସୁଛି ବର୍ଷ । ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍‌ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରିବାରେ ଲାଗିପଡିଛନ୍ତି । ନୂଆ ବର୍ଷକୁ ଖୁବ୍ ଧୁମଧାମରେ ପାଳନ କରିବେ ସଭିଏଁ । ତେବେ ଏହାରି ଭିତରେ ଆକ୍ସନ ମୋଡରେ ନଜର ଆସିଛି କମିସନରେଟ ପୋଲିସ ଓ ଅବକାରୀ ବିଭାଗ । ଗୋଟେ ପଟେ ନୂଆ ବର୍ଷକୁ ଆଖିରେ ରଖି ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ, ଅପରପଟେ ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ସେହିପରି କମିସନରେଟ ପୋଲିସର କଡ଼ା ଚେତାବନୀ ଦେଇଛି । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି ।

ଏହା ସହିତ ସହର ଭିତରେ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ନିର୍ଦ୍ଦେଶ ରହିଛି । ଏହାର ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ପାର୍କିଂରେ ରଖିବାକୁ ପରାମର୍ଶ । ନହେଲେ ଗାଡି ଉଠାଇ ନେବ ପୋଲିସ । ଟ୍ରାଫିକ ନିୟମ ପାଳନ କରିବାକୁ କୁହାଯାଇଛି । ତେବେ ଜିରୋ ନାଇଟ ସେଲିବ୍ରେସନ୍‌  ସଂଧ୍ୟାରୁ ଚେକିଂ ଓ ବ୍ଲକିଂ ଜୋରଦାର କରାଯିବ । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି। ଖୋଲା ପଡ଼ିଆରେ ସେଲିବ୍ରେସନ୍‌ କୁ ବାରଣ କରାଯାଇଛି । ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ ।

drive

ଏଥିସହିତ ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଅଧିକ ନଜର ରଖିବ ।ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ସେଲିବ୍ରେସନ କରନ୍ତୁ । ହେଲ ଶାନ୍ତି ଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି।

ଏପଟେ ଆଜି ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ। ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକମାଳାରେ ବେଶ ଆକର୍ଷଣୀୟ ଦେଖାଯାଉଛି ସବୁ ଚର୍ଚ୍ଚ। ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଭିଡ଼ ଜମିଛି। ତେବେ ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.