ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ସୋମବାର ସତ୍ତ୍ବେ ବଡ଼ଦିନ ଓ ନୂଆବର୍ଷ ପାଇଁ ଖୋଲା ରହିବ ନନ୍ଦନକାନନ

ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପକ୍ଷରୁ ଆସିଛି ଖୁସି ଖବର । ଚଳିତ ବର୍ଷ ବଡ଼ଦିନ ଓ ନୂଆବର୍ଷ ଦୁଇଟି ଯାକ ସୋମବାର ପଡୁଥିଲେ ବି ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ।

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷକୁ ସ୍ବାଗତ କରିବା ଲାଗି ସବୁଠି ଆରମ୍ଭ ହୋଇଛି ଜୋରଦାର ସେଲିବ୍ରେସନ୍ । କିଏ ସାଙ୍ଗ ସାଥି ଓ ପରିବାର ସହ ପିକନିକ୍ ଯାଉଛି ତ ଆଉ କିଏ ବଣ ଭୋଜି ପାଇଁ ଯୋଜନା କରୁଛନ୍ତି । ସେହିପରି ଅନେକ ଲୋକ ଏବେଠାରୁ ଟ୍ରିପ୍ ରେ ବାହାରି ସାରିଛନ୍ତି । ତେବେ ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ପକ୍ଷରୁ ଆସିଛି ଖୁସି ଖବର । ଚଳିତ ବର୍ଷ ବଡ଼ଦିନ ଓ ନୂଆବର୍ଷ ଦୁଇଟି ଯାକ ସୋମବାର ପଡୁଥିଲେ ବି ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ।

ସୂଚନା ଅନୁଯାୟୀ ସାଧାରଣତଃ ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରୁହେ। କିନ୍ତୁ ଚଳିତ ବର୍ଷ ବଡ଼ଦିନ ସୋମବାର ଓ ନୂଆବର୍ଷ ସୋମବାର ହୋଇଥିଲେ ବି ପର୍ଯ୍ୟଟକ ମାନେ ଏଠାରେ ବୁଲିପାରିବେ। ତେବେ ମଙ୍ଗଳବାର ଦିନ ଡିସେମ୍ବର ୨୬ ତାରିଖ ଓ ଜାନୁୟାରୀ ୨ ତାରିଖ ଦିନ ନନ୍ଦନକାନନ, ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥର ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟକ ସଂଖ୍ୟା ସାଧାରଣତଃ ଅଧିକ ରହିବା ନେଇ ସମ୍ଭବନା ଥିବାରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସୋମବାର ନନ୍ଦନକାନନ ଖୋଲା ରଖିବାରୁ ନିଷ୍ପତି ନିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.