କରୋନା ମହାମାରୀ ଭାଙ୍ଗିଦେଇଛି ସବାଇ କାରୀଗରଙ୍କ ମେରୁଦଣ୍ଡ, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଚାହିଁ ରହୁଛନ୍ତି ଗ୍ରାହକଙ୍କ ବାଟକୁ

ମୟୁରଭଞ୍ଜ: ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ଶିଳ୍ପ ବିହୀନ ଏହି ଜିଲ୍ଲାରେ କୃଷି ହିଁ ଅନ୍ୟତମ ବିକଳ୍ପ । ଜିଲ୍ଲାର ଅଧାରୁ ଅଧିକ ଅଦିବାସୀ ରୋଜଗାର କ୍ଷମ ହୋଇଥାନ୍ତି ସବାଇ ଚାଷରୁ । ସବାଇ ଘାସରୁ ଦୌଡି ପ୍ରସ୍ତୁତ କରି ଜିବୀକା ନିର୍ବାହ କରୁଥିବା ଜିଲ୍ଲାବାସୀ ଏବେ ଅତ୍ୟାଧୁନିକ ସାମଗ୍ରୀ ପ୍ରସ୍ତୁତ କରି ଦେଶ ବିଦେଶରେ ଚାହିଦା ମେଣ୍ଟାଇବାକୁ ସକ୍ଷମ ହୋଇଛନ୍ତି ।

farm 1ମାତ୍ର କରୋନା ମହାମାରୀ ଏବେ ଭାଙ୍ଗିଦେଇଛି ଏହି ସବାଇ କାରୀଗରଙ୍କ ମେରୁଦଣ୍ଡ । ପ୍ରସ୍ତୁତ କରୁଛନ୍ତି ସାମଗ୍ରୀ ମାତ୍ର ବିକ୍ରୀ କରିବାର ସମସ୍ତ ବାଟ ବନ୍ଦ। ଜିବୀକାକୁ ଆଦରି ପଡିରହିଛନ୍ତି ଜିଲ୍ଲାର ୧୯ ଗୋଟି ସ୍ୱୟଂ ସାହାୟୀକା ଗୋଷ୍ଠୀର ୧୦୦୦ ରୁ ଉର୍ଦ୍ଧ ସବାଇ ଶିଳ୍ପୀ ।
ମୟୁରଭଞ୍ଜ ଜିଲ୍ଲାର ଅଧାରୁ ଅଧିକ ଆଦିବାସୀ ନିର୍ଭର କରନ୍ତି ଚାଷ ଉପରେ ଏବଂ ସେଥି ମଧ୍ୟରେ ମୁଖ୍ୟତଃ ସବାଇ ଚାଷ ହିଁ ପାଲଟିଛି ଚାଷୀଙ୍କ ରୋଜଗାର ପନ୍ଥା ।

workସବାଇରୁ ବିଭିନ୍ନ ଆକର୍ଷଣୀୟ ସରଞ୍ଜାମ ତିଆରି କରି ବଜାରରେ ବିକ୍ରି କରି ଅଧିକ ଲାଭବାନ ହୋଇଥାନ୍ତି । ଯାହା ପ୍ରମାଣ କରିବା ସହ ଚାଷୀଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରିପାରିଛି ଜିଲ୍ଲା ପ୍ରଶାସନ । ଏହି ତାଲିମ ପରେ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାରରେ ବୃଦ୍ଧି ହେବା ସହ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସବାଇ ତିଆରି ଜିନିଷର ଉଚିତ୍ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରିଛନ୍ତି । ପୂର୍ବରୁ କେବଳ ଦୌଡି ତିଆରି କରି ଯେଉଁ ଚାଷୀ ମାସକୁ ୧୫ଶହ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିଲେ ସେ ଏବେ ଏହି ଅତ୍ୟାଧୁନିକ ସାମଗ୍ରୀ ବିକ୍ରି କରି ମାସକୁ ୨୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ମାତ୍ର ଏହି କରୋନା ମହାମାରୀ ସମସ୍ତ ସବାଇ କାରିଗରୀଙ୍କ ପେଟରେ ନାତ ମାରିଛି । ଦୀର୍ଘ ୫ମାସ ହେଲାଣି ବିକ୍ରି ହୋଇ ପାରୁନି ସେମାନଙ୍କ ସାମଗ୍ରୀ । ଏଭଳି ସ୍ଥିତି ଏବେ ସର୍ବଶାନ୍ତ କରିଛି ଜିଲ୍ଲାର ୧୦୦୦ ରୁ ଉର୍ଦ୍ଧ ସବାଇ କାରିଗରଙ୍କୁ ।

womanଚାଷୀ ମାନଙ୍କ ଦ୍ୱାରା ନିର୍ମିତ ସରଞ୍ଜାମର ବିକ୍ରୀ ପାଇଁ ମଧ୍ୟ ସମସ୍ତ ପଦକ୍ଷେପ ପ୍ରଶାସନ ନେଇଥିଲା । ପ୍ରଥମ ପର୍ଯ୍ୟାୟରେ ୩୦୦ ଜଣଙ୍କୁ ଏହି ତାଲିମରେ ସାମିଲ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ୧୦୦୦କୁ ପହଁଚିଥିଲା । ୧୯ ଗୋଟି କ୍ଲଷ୍ଟରରେ ଏହି ପାଇଲଟ ପ୍ରୋଜେକ୍ଟ କରାଯାଇ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରିଥିଲା ପ୍ରଶାସନ । ଏହି ସମସ୍ତ ସାମଗ୍ରୀର ବିକ୍ରୀ ପାଇଁ ଓର୍‌ମାସ୍ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମେଳାରେ ପ୍ରଦର୍ଶିତ ଓ ବିକ୍ରି ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଥିବା ବେଳେ ବାରିପଦା ଓ ଭୁବନେଶ୍ୱର ଦୁଇଟି ସ୍ଥାନରେ ମୟୁରଶିଳ୍ପ ଦୋକାନ ମଧ୍ୟ ଖୋଲାଯାଇଛି । ମାତ୍ର ଏହି କରୋନା ମହାମାରୀ ସବୁ କିଛି ବିଗାଡି ଦେଇଛି । ଏବେ ଦାନା ଖଣ୍ଡକ ପାଇଁ କାରିଗର ହନ୍ତସନ୍ତ । ତେବେ ଅନ୍ ଲାଇନ ବିକ୍ରି ବ୍ୟବସ୍ଥା ସାଙ୍ଗକୁ ଶିଘ୍ର ହିଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଓରାମାସ୍ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.