Below header

ଦେଶରେ କାୟା ମେଲୁଛି କରୋନା: ଗତ ୨୪ ଘଣ୍ଟା ଭିତରେ ୧୦୦୭ ଜଣ ମୃତ, ୬୪ ହଜାର ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ଆଉ ହଜାରେ ଜଣଙ୍କ ଜୀବନ ନେଇଛି । ଗୋଟିଏ ଦିନରେ ହିଁ ୧୦୦୭ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୮ ହଜାର ୪୦ ଜଣଙ୍କ ଜୀବନ ନେଇ ସାରିଲାଣି ଭାଇରସ୍‌ । ୨୪ ଘଣ୍ଟାରେ ୬୪ ହଜାର ୫୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ନୂଆ ପଜିଟିଭ୍‌ଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ପାର କରିଛି । ମୋଟ୍‌ ରୂପରେ ଦେଖିବାକୁ ଗଲେ ୨୪ ଲକ୍ଷ ୬୧ ହଜାର ୧୯୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସମୟରେ ଭାରତରେ ୬ ଲକ୍ଷ ୬୧ ହଜାର ୫୯୫ ଆକ୍ଟିଭ କେଶ ଥିବା ବେଳେ ଯେବେକି ସୁସ୍ଥ ହୋଇଛନ୍ତି ୧୭ ଲକ୍ଷ ୫୧ ହଜାର ୫୫୬ । ଏହି ସଂକ୍ରମିତଙ୍କ ତାଲିକାରେ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ଏବେ ସୁସ୍ଥତା ହାର ୭୧.୧୭ ପ୍ରତିଶତ ରହିଛି । ଯେବେକି ମୃତ୍ୟୁ ହାର ହ୍ରାସ ପାଇ ୧.୯୫ ପ୍ରତିଶତରେ ପହଂଚିଛି । ଯେବେକି ଦେଶବ୍ୟାପି ୨୬.୮୮ ପ୍ରତିଶତ ରୋଗୀଙ୍କର ଚିକିତ୍ସା ଚାଲିଛି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ପରିଷଦ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୩ ସୁଦ୍ଧା ୨,୭୬,୯୪,୪୧୬
ନମୁନା ପରୀକ୍ଷଣ ସରିଥିବା ବେଳେ ସେମଧ୍ୟରୁ ୮,୪୮,୭୨୮ ନମୁନା ପରୀକ୍ଷଣ ଗୁରୁବାର ଦିନ ହିଁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.