Below header

ସଂକ୍ରମିତ ହେବା ପରେ ରୋଗୀଙ୍କ ଶରୀରରେ ୫ ସପ୍ତାହ ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଭାବେ ଅଭିହିତ କରାଯାଇଥିବା ବେଳେ ଏବେ ଭାରତରେ ମଧ୍ୟ କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ଏମିତିକି ଆମ ରାଜ୍ୟ ଓଡ଼ିଶାରେ ବି କରୋନା ପାଇଁ ସରକାର ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ତେବେ କରୋନାକୁ ନେଇ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି।

Coronavirus

ନୂଆ ରିସର୍ଚ୍ଚ ମୁତାବକ କରୋନା ଭାଇରସ୍‌ ରୋଗୀ ଶରୀରରେ ୩୭ ଦିନ ବା ୫ ସପ୍ତାହ ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିପାରେ। ସଂକ୍ରମିତଙ୍କ ଶ୍ୱସନ ନଳୀକୁ ଏହି ଭାଇରସ୍‌ ସମ୍ପୂର୍ଣ୍ଣର୍ ଭାବେ ନିଜ କବ୍‌ଜାକୁ ନେବା ପରେ ରୋଗୀର ମୃତ୍ୟୁ ଘଟିଥାଏ। ଏହି ସଂକ୍ରମଣ ଏକାଧିକ ସପ୍ତାହ ପର୍ଯ୍ୟନ୍ତ ବଜାୟ ରହେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି।

corona

ଚୀନ୍‌ର ଡାକ୍ତରମାନେ ୨୦ ଦିନ ଧରି କରୋନାରେ ସଂକ୍ରମିତ ଜଣେ ବ୍ୟକ୍ତିର ଶ୍ୱସନ ନଳୀକୁ ପରୀକ୍ଷା କରିଥିଲେ। ଏହି ଟେଷ୍ଟରେ ସେମାନେ ଭାଇରସ୍‌ର ଆରଏନ୍‌ଏ ବିଷୟରେ ଜାଣିବାକୁ ପାଇଛନ୍ତି।

coronavirus 3

ବର୍ତ୍ତମାନର ରିପୋର୍ଟ ମୁତାବକ କରୋନା ଏବେ ୧୧୮ ଟି ଦେଶରେ ବ୍ୟାପି ସାରିଲାଣି। କରୋନା ଯୋଗୁ ଚୀନ୍‌ର ବୁହାନରେ ୧.୨୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିଛି। ଏଣୁ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.