କରୋନା ଆତଙ୍କ : ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଆଦେଶ ଦେଲା ଗୁଗଲ୍‌

କରୋନା ଭାଇରସ ଅର୍ଥାତ COVID -19 ଏବେ ଚୀନ ନୁହେଁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। କରୋନା ଆତଙ୍କ ଯୋଗୁଁ ଆପଲ, ସାମସଙ୍ଗ ଭଳି ବଡ ବଡ କମ୍ପାନୀ ନିଜର ଇଭେଣ୍ଟଗୁଡିକ ରଦ୍ଦ କରିବାରେ ଲାଗିଛି। ଏପରି ସ୍ଥଳେ ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜନ ଗୁଗଲ ବାଙ୍ଗାଲୋର ସ୍ଥିତ ଅଫିସର କର୍ମଚାରୀମାନଙ୍କୁ ଘରୁ କାମ କରିବା ପାଇଁ ଆଦେଶ ଦେଇଛି। କମ୍ପାନୀ ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ବାଙ୍ଗାଲୋର ସ୍ଥିତ ଗୁଗଲ୍‌ ଅଫିସର ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେଥିପାଇଁ ଗୁଗଲ୍‌ ଏପରି ନିଷ୍ପତ୍ତି ନେଇଛି।

gg

ଏହାପୂର୍ବରୁ କରୋନା ଭାଇରସ ଯୋଗୁଁ ଟ୍ଵିଟର ଏବଂ ଫେସବୁକ୍‌ କର୍ମଚାରୀକୁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି। କରୋନା ଭାଇରସ ସଂକ୍ରମଣ ହେବା ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଲ, ମାଇକ୍ରୋସଫ୍ଟ, ଗୁଗ୍‌ଲ ଏବଂ ଫେସବୁକ ଭଳି କମ୍ପାନୀ ଅନେକ ଇଭେଣ୍ଟ ରଦ୍ଦ କରିସାରିଲାଣି। ନିକଟରେ ମାର୍ଚ୍ଚ ୩୧ରେ ହେବାକୁ ଥିବା ସବୁ ଇଭେଣ୍ଟକୁ ରଦ୍ଦ କରିସାରିଛି ଆପଲ୍‌। ଏହି ଇଭେଣ୍ଟରେ ସବୁଠାରୁ ଶସ୍ତା ଆଇଫୋନ୍‌ ଲଞ୍ଚ ହେବାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.