Below header

କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଥର୍ମୋମିଟର, ଜାଣନ୍ତୁ କେମିତି କରେ କାମ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଏବେ ଯାଏଁ ୧୯୯ ଟି ଦେଶକୁ ନିଜ କବ୍ଜାକୁ ନେଇସାରିଲାଣି। ଏହି ଭାଇରସ ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏବେଠୁ ସଚେତନ ନ ହେଲେ ଏହି ହାର ଆଗକୁ ବଢ଼ିପାରେ ବୋଲି ଡାକ୍ତରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଣୁ ଭାରତର ସମସ୍ତ ରାଜ୍ୟକୁ ଲକଡାଉନ କରିଦିଆଯାଇଛି।

Coronavirus: What it does to the body - BBC News

ଗୋଟେ ପଟେ କରୋନା ଭାଇରସ ଲୋକଙ୍କୁ ନିଜ ଶିକାର ବନାଉଥିବା ବେଳେ ଅନ୍ୟପଟେ ସଂକ୍ରମିତଙ୍କୁ ଚିହ୍ନିବାରେ ଥର୍ମୋମିଟର ମୁଖ୍ୟ ଭୂମିକା ଗ୍ରହଣ କରିଛି। ସାରା ବିଶ୍ୱରେ ଲୋକମାନେ ଥର୍ମୋମିଟର ଗନ୍ ସାହାଯ୍ୟରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରୁଛନ୍ତି। ତେବେ ଏହା କେମିତି କାମ କରେ ବୋଲି ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ରହିଥିବ। ଆସନ୍ତୁ ଜାଣିବା କରୋନାକୁ କେମିତି ଚିହ୍ନଟ କରେ ଥର୍ମୋମିଟର…

Coronavirus: Thermometers on Amazon sell for hundreds of dollars ...

ଶରୀରର ତାପମାତ୍ରା ଜାଣିବାକୁ ଥର୍ମୋମିଟର ବ୍ୟବହାର କରାଯାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ସର୍ବସାଧାରଣ ସ୍ଥାନରେ ଏହା ଠିକ ଭାବେ କାମ ଦିଏ ନାହିଁ। ଫଳରେ ରେଜଲ୍ଟ ଭୁଲ ବାହାରେ। ଏଭଳି ସ୍ଥାନରେ ଥର୍ମୋମିଟର ବଦଳରେ ଥର୍ମୋମିଟର ଗନ୍ ବ୍ୟବହାର କରାଯାଏ। ଥର୍ମୋମିଟର ଗନ୍ ଇନଫ୍ରରେଡ ଲାଇଟ ମାଧ୍ୟମରେ କାମ କରେ ଓ ଶରୀରର ପ୍ରକୃତ ତାପମାତ୍ରା ଦର୍ଶାଏ।

World leaders must act so coronavirus won't 'overwhelm the systems'

କରୋନା ଭାଇରସରେ ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରହିଥାଏ। ଏଣୁ ସେହି ଲୋକଙ୍କୁ ଚିହ୍ନଟ କରିବା ପାଇଁ ଥର୍ମୋମିଟର ଗନ୍ ବ୍ୟବହାର କରାଯାଉଛି। ଖାସ୍ କରି ବିମାନବନ୍ଦର, ରେଳ ଷ୍ଟେସନ ଆଦି ସ୍ଥାନରେ ଲୋକଙ୍କ ଯାଞ୍ଚ କରିବାକୁ ଥର୍ମୋମିଟର ଗନ୍ ବ୍ୟବହାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.