Below header

ଗାଡି ଚାଳକଙ୍କ ପାଇଁ ଖୁସି ଖବର : ଜୁନ ୩୦ ଯାଏଁ ଘୁଂଚିଲା ଡିଏଲ, ପରମିଟ ଓ ଫିଟନେସ୍ ନବୀକରଣ ଅବଧି

କାରୋନା ଭାଇରସ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ଥିବାବେଳେ ଗାଡି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ଆସ୍ୱସ୍ତି ଦେଇଛନ୍ତି ସରକାର। କାରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ସରକାର ସେହି ଗାଡି ମାଲିକଙ୍କୁ ଆସ୍ୱସ୍ତି ଦେଇଛନ୍ତି ଯେଉଁମାନଙ୍କର ଗାଡି ପ୍ରମାଣ ପତ୍ରର ଅବଧି ନିକଟରେ ଶେଷ ହୋଇଛି।

କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ପତ୍ର ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ବୈଧତାର ବିସ୍ତାର ଲକଡାଉନ କାରଣରୁ କରାଯାଇନାହିଁ କିମ୍ବା କରାଯାଇପାରିବନାହିଁ ଏବେ ତାହାକୁ ବିସ୍ତାରିତ ବା ଘୁଞ୍ଚାଇ ଦିଆଯିବ। ନବୀକରଣ କରାଇବାର ଅବଧିକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ୧ ଫେବୃଆରୀ ୨୦୨୦ ପରେ ଏବଂ ଜୁନ୍‌ ୩୦ ପୂର୍ବରୁ ଅବଧି ସରିଥିଲେ ମଧ୍ୟ ଏସବୁକୁ ବୈଧ ବୋଲି ବିଚାର କରାଯିବ।

ଏପ୍ରିଲ ୧୪ ଯାଏ ଲକ୍‌ଡାଉନ୍‌ ରହିଥିବାରୁ ଏହି ସମୟରେ କାଗଜ ପତ୍ର ନବୀକରଣ କରାଇବା ଅସମ୍ଭବ ହୋଇପଡ଼ିଛି। ଏପରିକି ଲକ୍‌ଡାଉନ୍‌ ସରିବା ପରେ ମଧ୍ୟ ଯଥା ସମୟରେ ନବୀକରଣ କରାଇବା ସହଜ ହେବନି ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଏଥିସହ ପରିବହନ ମନ୍ତ୍ରାଳୟ ନିର୍ଦ୍ଦେଶିତ ଡକ୍ୟୁମେଂଟ ମଧ୍ୟ ବୈଧ । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.