ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ, ସୂଚନା ଦେଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର: ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ । ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଛି । ଏଯାଏ କଣ୍ଟ୍ରୋଲରୁମକୁ ୫ ହଜାର ୨ଶହ କଲ୍‌ ଆସିଛି । ଶହେରୁ ଅଧିକ ଲୋକଥିବା ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ୨୩୦ଟି ଓଡ଼ିଆ ଗ୍ରୁପ୍‌ ଚିହ୍ନଟ ହୋଇଛି। ଦିଲ୍ଲୀ, ଗୁଜରାଟ, ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି। ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରୁଛୁ । ସେମାନଙ୍କ ପାଇଁ ଖାଦ୍ୟ,ମେଡିସିନ ବ୍ୟବସ୍ଥା କରାଯାଉଛି । ସମାଧାନ ନହେବା ଯାଏ ପ୍ରଶାସନ କାର୍ଯ୍ୟ ଜାରି ରହିବ । ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ନେଇ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଗୃହ ସଚିବ ସଞ୍ଜୀବ ଚୋପ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.