ଚୀନ ଏବଂ ଇଟାଲି ପରେ ବର୍ତ୍ତମାନ୍ ଏହି ଦେଶରେ ଚାଲିଛି କରୋନାର ତାଣ୍ଡବ, ଗୋଟିଏ ଦିନରେ ୪୧୮ ଲୋକଙ୍କ ମୃତ୍ୟୁ

ଫ୍ରାନ୍ସରେ ଦିନକୁ ଦିନ କରୋନା ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ କାରଣରୁ ଗତକାଲି ସେଠାରେ ୪୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଫ୍ରାନ୍ସରେ ଏହି ମହାମାରୀ କାରଣରୁ ଗୋଟିଏ ଦିନରେ ହୋଇଥିବା ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହା ସର୍ବାଧିକ । ଏହାପରେ ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୩୦୨୪ରେ ପହଁଞ୍ଚିଛି । ତେବେ ଫ୍ରାନ୍ସରେ ବର୍ତ୍ତମାନ୍ ୨୦,୯୪୬ ଜଣ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ୟୁରୋପଠୁ ନେଇ ଆମେରିକା ପର୍ଯ୍ୟନ୍ତ କରୋନା ପାଇଁ ସବୁଆଡ଼େ ବର୍ତ୍ତମାନ୍ ସ୍ଥିତି ଭୟାବହ ହୋଇ ରହିଛି । ପ୍ରାୟ ୮ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ୩୮ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ସୂଚନା ଅନୁଯାୟୀ ଇଟାଲୀରେ ଏହି ରୋଗରେ ୯୭,୬୮୯ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧୦,୮୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ସେହିଭଳି ସ୍ପେନରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୨ ଜଣ ଲୋକଙ୍କ ଜୀବନ ଯିବା ସହ ମୃତ୍ୟୁ ସଂଖ୍ୟା ୭,୩୪୦ ଛୁଇଁଛି । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରାୟ ୮୫,୧୯୫ ରହିଛି । ତେବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଆମେରିକାରେ । ଏଠାରେ ୧,୪୩,୦୫୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୫୧୪ ଜଣ ମୃତ୍ୟୁ ବରଣ କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.