Below header

ଏହି ଦେଶରେ ତିନି ବର୍ଷରେ ଥରେ କବରକୁ ବାହାର କରାଯାଏ ଶବ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଦୁନିଆରେ ଏମିତି ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ଦୈନନ୍ଦିନ ଜୀବନ ଆମଠାରୁ ବହୁତ ଅଲଗା। ସେମାନଙ୍କ ରହଣି, ଖାଦ୍ୟପେୟ, ବେଶଭୂଷା ସାଧାରଣ ଲୋକଠାରୁ ଭିନ୍ନ। ସେମାନଙ୍କର ଜୀବନ କୌଣସି ଆଶ୍ଚର୍ଯ୍ୟଠାରୁ କମ୍‌ ନୁହେଁ। ଇଣ୍ଡୋନେସିଆରେ ବାସ କରୁଛନ୍ତି ଏଭଳି ଏକ ଜନଜାତି। ଏହି ଜନଜାତି ନିଜ ଉତ୍ସବ ଓ ପରମ୍ପରା ପାଇଁ ଲୋକପ୍ରିୟ। ଏଠାରେ ଥିବା ସୁଲାେଓ୍ଵସୀ ଦ୍ୱୀପର ଟୋରାଜନ୍‌ ଜନଜାତିର ଲୋକମାନେ ‘ମା ନେନେ’ ନାମକ ଏକ ଉତ୍ସବ ପାଳନ କରିଥାନ୍ତି। ଏହି ଉତ୍ସବ ଯେତିକି ଅଦ୍ଭୁତ ସେତିକି ଭୟାନକ ମଧ୍ୟ। କିନ୍ତୁ ଏଠାକାର ଲୋକେ ଏହି ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି।

Indonesian tribe dig up corpses of their relatives to wash, dress ...

‘ମା ନେନେ’ ଉତ୍ସବରେ ଲୋକମାନେ ପ୍ରତି ୩ ବର୍ଷରେ ଥରେ ମୃତଦେହକୁ କବର ଭିତରୁ ବାହାର କରି ସଫା କରି ଗାଧୋଇ ଦେଇ ନୂଆ ପୋଷାକ ପିନ୍ଧାଇଥାନ୍ତି। ଏହି ଜନଜାତିର ବିଶ୍ୱାସ ରହିଛି ଯେ ମୃତ୍ୟୁ ଏକ ପର୍ଯ୍ୟାୟ। ଯାହା ପରେ ମୃତକଙ୍କ ଦ୍ୱିତୀୟ ଯାତ୍ରା ଆରମ୍ଭ ହୋଇଥାଏ। ଏହି ଯାତ୍ରା ପାଇଁ ଶବକୁ ସଜାଯାଏ।

The DEAD are alive: Small Indonesian community EXHUMES corpses of ...

 

ପ୍ରାୟ ୧୦୦ ବର୍ଷ ତଳେ ‘ମା ନେନେ’ ଉତ୍ସବରେ ଆରମ୍ଭ ହୋଇଥିଲା। ଏନେଇ ଏକ କାହାଣୀ ବି ରହିଛି। କୁହାଯାଏ ଯେ ୧୦୦ ବର୍ଷ ତଳେ ଗାଁରେ ଟୋରାଜନ୍‌ ଜନଜାତିର ଜଣେ ଶିକାରୀ ଶିକାର କରିବାକୁ ଜଙ୍ଗଲ ଯାଇଥିଲେ। ଶିକାରୀ ଜଙ୍ଗଲରେ ଏକ ସଢ଼ିଯାଇଥିବା ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥଲା। ଶିକାରୀ ଜଣକ ଉକ୍ତ ଶବକୁ ସଫା କରି ନୂଆ ପୋଷାକ ପିନ୍ଧାଇ ତାଙ୍କ ଅନ୍ତିମ ସଂସ୍କାର କରିଥିଲେ।

dead

ଏହା ପରେ ଶିକାରୀ ଅଚାନକ ଧନୀ ହୋଇଗଲେ। ତାଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧିପାଇଲା। ଏହା ପରଠୁ ଏହି ଜନଜାତିର ଲୋକମାନେ ନିଜ ପୂର୍ବପୁରୁଷଙ୍କ ଶବକୁ ୩ ବର୍ଷକୁ ଥରେ କବରରୁ ବାହାର କର ସଜାଇ ଆସୁଛନ୍ତି। ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ସେମାନଙ୍କ ଆତ୍ମା ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.