Below header

ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ନେଲା କିଏ? ରିୟା ଚକ୍ରବର୍ତ୍ତୀ ନୁହେଁ ତ!

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନା ଥାନାରେ ମାମଲା ରୁଜୁ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ଟଙ୍କା ବାହାର କରାଯାଇଛି। ଏହା ପଛରେ ରିୟାଙ୍କ ହାତ ଥିବା ସୁଶାନ୍ତଙ୍କ ବାପା କହିଛନ୍ତି। ସେ କହିଛନ୍ତି ଯେ ରିୟା ନିଜ ପରିବାର ସହ ମିଶି ସୁଶାନ୍ତଙ୍କ ଟଙ୍କା କାଢ଼ି ନିଜେ ଖର୍ଚ୍ଚ କରିଛି।

Sushant Singh Rajput Father Registers Fir Against Rhea Chakraborty ...

ସୁଶାନ୍ତଙ୍କ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କରେ ଆକାଉଣ୍ଟ ନମ୍ବର ୧୦୧୧୯୭୨୫୯୧ର ସମ୍ପୂର୍ଣ୍ଣ ଯାଞ୍ଚ ଏବେ ପୋଲିସ ଏସ୍‌ଆଇଟି କରିବ। ଗତ ବର୍ଷେ ମଧ୍ୟରେ ଯେଉଁ ଯେଉଁ ଲୋକମାନେ ସୁଶାନ୍ତଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି ସମସ୍ତଙ୍କୁ ପଚରାଉଚରା କରାଯିବ। ସଠିକ୍‌ ଉତ୍ତର ନ ମିଳିଲେ ତଦନ୍ତ ଆରମ୍ଭ ହେବ।

rhea

ସୁଶାନ୍ତଙ୍କ ପିତା ଏଫ୍‌ଆଇଆରରେ କହିଛନ୍ତି ସୁଶାନ୍ତଙ୍କ ଆକାଉଣ୍ଟରୁ ଏଭଳି ଖାତାକୁ ଟଙ୍କା ଟ୍ରାନ୍ସଫର ହୋଇଛି ଯାହା ସହ ସୁଶାନ୍ତଙ୍କର କୌଣସି ସମ୍ପର୍କ ନାହିଁ। ଅନ୍ୟପଟେ ପୋଲିସ ଟିମ୍‌ ସୁଶାନ୍ତଙ୍କ ଦୁଇଟି ମୋବାଇଲ ନମ୍ବରର ସିଡିଆର ବାହାର କରି ତଦନ୍ତ କରୁଛି। ରିୟାଙ୍କ ନାଁରେ ଅଭିଯୋଗ ହୋଇଛି ଯେ ସେ ସୁଶାନ୍ତଙ୍କ ପୁରୁଣା ମୋବାଇଲ ନମ୍ବର ନେଇଯାଇଥିଲେ ଓ ସୁଶାନ୍ତଙ୍କୁ ସେମିୟଲ ମିରଣ୍ଡାଙ୍କ ନାମରେ ଥିବା ସିମ୍‌ କାର୍ଡ ଦେଇଥିଲେ। ଉଭୟ ନମ୍ବରର ଯାଞ୍ଚ ହେବ। ସେମିୟଲ କିଏ? ସେ କାହିଁକି ନିଜ ନାଁରେ ଥିବା ସିମ୍‌କୁ ସୁଶାନ୍ତଙ୍କୁ ବ୍ୟବହାର କରିବାକୁ ଦେଇଥିଲେ? ଏସବୁର ତଦନ୍ତ କରିବ ପୋଲିସ।

Rhea Chakraborty Threatened to Frame Sushant Singh Rajput in Disha ...

ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି ଯେତେବେଳେ ରିୟାଙ୍କୁ ଲାଗିଲା ଯେ ଏବେ ସୁଶାନ୍ତ ଆଉ ତାଙ୍କ କଥା ଶୁଣିବେ ନାହିଁ ସେତେବେଳେ ସେ ତାଙ୍କ ଘର ଛାଡ଼ି ଚାଲିଗଲେ। ଏହା ପରେ ସେ ସୁଶାନ୍ତଙ୍କ ମୋବାଇଲ ନମ୍ବରକୁ ବି ବ୍ଲକ୍‌ କରିଦେଇଥିଲେ। ଜୁନ୍‌ ୯ରେ ସୁଶାନ୍ତଙ୍କ ପୂର୍ବ ସେକ୍ରେଟେରୀ ଦିଶା ଆତ୍ମହତ୍ୟା କରିବା ପରେ ସେ ଡରିଯାଇଥିଲେ। ରିୟା କାଳେ ତାଙ୍କୁ ଫସାଇଦେବି କି ଭାବି ସେ ଭୟ କରିଯାଇଥିଲେ। ଏନେଇ କଥା ହେବାକୁ ସେ ବହୁ ଥର ରିୟାଙ୍କୁ କଲ୍‌ ବି କରିଥିଲେ। ମାତ୍ର ନମ୍ବର ବ୍ଲକ୍‌ ଥିବାରୁ କଥାବାର୍ତ୍ତା ହୋଇପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.