ଗାଈ କରାଇଲା କୁକୁର ଛୁଆଙ୍କୁ ସ୍ତନ୍ୟପାନ, ମନକୁ ଛୁଇଁନେବ ଏହି ଦୃଶ୍ୟ; ଦେଖନ୍ତୁ ଏ ଭିଡିଓ

ମାଆ…, ମୁହଁ ନ ଖୋଲିବି ଜିଏ ମନର କଥାକୁ ବୁଝିପାରେ ସେ ହେଉଛି ମାଆ. . .। ସୁଖ ଦୁଃଖରେ ଯିଏ ସବୁବେଳେ ସାଥିରେ ଥାଏ ସେ ହେଉଛି ମାଆ. . . । ନିଜ ପିଲାର ସବୁବେଳେ ଯିଏ ମଙ୍ଗଳ ଚାହେଁ ସେ ହେଉଛି ମାଆ. . .। ଏହି ମାଆ ନାମଟି ଯେମିତି ସୁନ୍ଦର ତାର ମମତା ମଧ୍ୟ ଆହୁରି ମଧୁର।

ଏବେ ସୋସିଆଲ ମିଡିଆରେ ଏକ ମନକୁ ଛୁଇଁଦେବା ଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗାଈ ଏବଂ କୁକୁରର ଏହି ଦୃଶ୍ୟ ଆପଣଙ୍କୁ କରିଦେବ ଭାବବିହ୍ଵଳ। ଏକ ଗାଈ ତାର ନିଜ ଛୁଆର ଭୋକକୁ ଖାତିର ନ କରି କୁକୁରର ଛୁଆକୁ ପିଆଉଛି କ୍ଷୀର। ଆଉ ଏହି ଦୃଶ୍ୟକୁ ଦେଖି ଲୋକମାନେ ଗୋମାତାର ଏହି ମମତାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଟ୍ଵିଟରରେ ସେୟାର କରିଛନ୍ତି।

cowଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗାଈଟି ତଳେ ଶୋଇଛି ଆଉ କୁକୁରର ଚାରୋଟି ଛୁଆ ବଡ ଆନନ୍ଦରେ ତା ଠାରୁ ସ୍ତନ୍ୟପାନ କରୁଛନ୍ତି। ତେବେ ଏହି ମନ ଛୁଇଁଦେବା ଭଳି ଦୃଶ୍ୟକୁ ଦେଖିଲେ ଆପଣ ବି କହିବେ ସେ ପା ମାଆ.. . । ସେ କଣ ତା ମମତାରେ ପାତର ଅନ୍ତର କରିପାରିବ।

ତେବେ ଗୋମାତାର ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଆଉ ସୁଶାନ୍ତ ଏହି ଭିଡିଓକୁ ୨୩ ଜୁଲାଇ ସକାଳେ ସେୟାର କରିଛନ୍ତି। ଯାହାକୁ ଏବେ ପଯ୍ୟର୍ନ୍ତ ୧୦ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି। ଏହାସହିତ ଏହି ଭିଡିଓକୁ ଦେଖି ଲୋକେ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.