Below header

ରାବଣ ମୃତ୍ୟୁ ପଛର କାରଣ ଏହି ସମସ୍ତଙ୍କ ଅଭିଶାପ, ଜାଣନ୍ତୁ ସଂପୂର୍ଣ୍ଣ କାହାଣୀ

ଆମେ ସମସ୍ତେ ଜାଣିଛେ, ରାବଣ ବଧ ଭଗବାନ ରାମ କରିଥିଲେ। କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି କି, ରାବଣର ମୃତ୍ୟୁ କାରଣ ପଛରେ ଅନେକଙ୍କର ଅଭିଶାପ ରହିଥିଲା। ରାବଣ ନିଜ ଜୀବନରେ ଏମିତି କିଛି କର୍ମ କରିଥିଲା, ଯେଉଁଥିପାଇଁ ତାଙ୍କୁ ଏମିତି ଅଭିଶାପ ମିଳିଥିଲା। ଯାହା ପାଇଁ ରାବଣ କୂଳ ବିନାଶ ହୋଇଥିଲା। ତେବେ କିଏ ଓ କାହିଁକି ରାବଣକୁ ଅଭିଶାପ ଦେଇଥିଲେ ଆସନ୍ତୁ ଜାଣିବା…

ରଘୁବଂଶୀ ଅନରଣ୍ୟଙ୍କ ଅଭିଶାପ: ରଘୁବଂଶରେ ଅନରଣ୍ୟ ନାମକ ଜଣେ ରାଜା ଥିଲେ। ଯେତେବେଳେ ରାବଣ ବିଶ୍ୱ ବିଜୟ ପାଇଁ ବାହାରିଥିଲେ, ସେତେବେଳେ ରାବଣଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ରାଜା ଅନରଣ୍ୟ ମରିବା ସମୟରେ ରାବଣକୁ ଅଭିଶାପ ଦେଇଥିଲେ।

ravan 1

ନନ୍ଦିର ଅଭିଶାପ: ଥରେ ରାବଣ ଭଗବାନ ଶିବଙ୍କ ସହିତ ସାକ୍ଷାତ କରିବା ପାଇଁ କୈଳାସ ପର୍ବତକୁ ଯାଇଥିଲେ। କୈଳାସରେ ରାବଣ ଶିବଙ୍କ ବାହନ ନନ୍ଦିଙ୍କ ପରିହାସ କରିଥିଲେ। ରାବଣ ଜାଣିନଥିଲା କି, ନନ୍ଦି କୌଣସି ସାଧାରଣ ଷଣ୍ଢ ନଥିଲା। ନନ୍ଦିର ଏପରି ପରିହାସରେ ସେ କ୍ରୋଧରେ ରାବଣକୁ ଅଭିଶାପ ଦେଇଥିଲା।

ସ୍ତ୍ରୀର ଅଭିଶାପ: ଥରେ ରାବଣ ନିଜର ପୁଷ୍ପକ ବିମାନରେ ଯାତ୍ରା କରୁଥିଲା। ସେତେବେଳେ ସେ ଜଣେ ସୁନ୍ଦରୀ ସ୍ତ୍ରୀକୁ ଦେଖିଥିଲା। ସେହି ସ୍ତ୍ରୀ ଜଣକ ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ। ରାବଣ ମହିଳାଙ୍କ ସମ୍ମାନ କରୁଥିଲା। ତେଣୁ ସେ ସେହି ସ୍ତ୍ରୀଙ୍କୁ ଘୋଷାଡି ନିଜ ପାଖକୁ ନେବା ପାଇଁ ଚେଷ୍ଟା କରିଥିଲା। ସେହି ସମୟରେ ସ୍ତ୍ରୀ ଜଣକ ନିଜ ପ୍ରାଣ ତ୍ୟାଗ କରି ମରିବା ସମୟରେ ରାବଣକୁ ଅଭିଶାପ ଦେଇଥିଲେ।

ravan 12

ନଳକୁବେର ଅଭିଶାପ: ଦୁନିଆରେ ବିଜୟ ପାଇବା ଲକ୍ଷ୍ୟରେ ରାବଣ ସ୍ୱର୍ଗକୁ ଯାଇଥିଲା। ସେଠାରେ ରାବଣ ରମ୍ଭା ନାମକ ଜଣେ ଅପସରାଙ୍କ ସୁନ୍ଦରତାରେ ମୋହିତ ହୋଇଥିଲେ। ରମ୍ଭା ରାବଣଙ୍କ ବଡ ଭାଇ କୁବେରଙ୍କ ପୁତ୍ର ନଳକୁବେରଙ୍କ ବିବାହ କରିବାକୁ ଚାହୁଁଥଲେ। ରମ୍ଭାଙ୍କ ଚେତାବନୀ ପରେ ମଧ୍ୟ ରାବଣ କିଛି ନ ଶୁଣି ତାଙ୍କ ସହିତ ଜବରଦସ୍ତ କରିବାକୁ ଚେଷ୍ଟା କରିଥିଲା। ଏହି କଥାରେ ନଳକୁବେରଙ୍କୁ ଜଣାପଡିବା ପରେ ସେ ରାବଣକୁ ଅଭିଶାପ ଦେଇଥିଲେ।

ସୂର୍ପଣେଖା ଅଭିଶାପ: ରାବଣକୁ ମଧ୍ୟ ନିଜ ଭଉଣୀ ସୂର୍ପଣେଖାର ଅଭିଶାପ ମିଳିଥିଲା। ସୂର୍ପଣେଖାଙ୍କ ସ୍ୱାମୀଙ୍କ ନାମ ବିଦ୍ୟୁତଜିହ୍ନା ରହିଥିଲା। ସେ ରାଜା କାଳକେୟଙ୍କ ସେନାପତି ଥିଲେ। କାଳକେୟ ସହିତ ହୋଇଥିବା ଯୁଦ୍ଧରେ ରାବଣ ବିଦ୍ୟୁତଜିହ୍ନାଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ସୂର୍ପଣେଖା ନାରାଜ ହୋଇ ରାବଣଙ୍କୁ ଅଭିଶାପ ଦେଇଥିଲେ।

ravan

ମାୟାଙ୍କ ଅଭିଶାପ: ରାବଣଙ୍କ ପତ୍ନୀଙ୍କ ବଡ ଭଉଣୀ ମାୟାଙ୍କ ଉପରେ ମଧ୍ୟ ରାବଣ ଖରାପ ନଜର ପକାଇଥିଲା। ମାୟାଙ୍କ ସ୍ୱାମୀ ଶମ୍ଭର ବିଜୟନ୍ତପୁରର ରାଜା ଥିଲେ। ଶମ୍ଭର ଏବଂ ରାବଣ ମଧ୍ୟରେ ଯୁଦ୍ଧରେ ଶମ୍ଭରଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ମାୟା ନିଜ ପ୍ରାଣ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ। ରାବଣ ସେତେବେଳେ ମାୟାଙ୍କୁ ନିଜ ସାଥିରେ ନେବାକୁ ଚେଷ୍ଟା କରିଥିଲା। ଏଥିଯୋଗୁଁ ରାବଣଙ୍କୁ ମାୟା ଅଭିଶାପ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.