ଦର୍ଶନ-ଭୋଗ ବିନା ଏହି ସ୍ଥାନରୁ ଚାଲିଗଲେ ଭକ୍ତଙ୍କ ଉପରେ ଡାହାଣୀ ଦେବୀ ହୋଇଥାନ୍ତି ଅସନ୍ତୁଷ୍ଟ

ଆମ ଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଡାହାଣୀ ମାନଙ୍କ ପୂଜା କରାଯାଏ। ଶୁଣିକି ବିଶ୍ୱାସ ହେଉନଥିଲେ ବି ଏ ଘଟଣା ଏକଦମ ସତ। ଲୋକମାନଙ୍କ ଏଭଳି ମାନ୍ୟତା ରହିଛି ଯେ, ଏଠାରେ ଡାହାଣୀ ଦେବୀଙ୍କ ପୂଜା କରି ଯାହା ମାଗିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ଭାରତରେ ଚମତ୍କାରିତା, ଐତିହାସିକ ମନ୍ଦିର ବ୍ୟତିତ ଅଜବ ଧରଣର ମନ୍ଦିରମାନଙ୍କର ମଧ୍ୟ ଅଭାବ ନାହିଁ। ଏଠି ଲୋକମାନଙ୍କ ବିଶ୍ୱାସ ଅଜବ ଧରଣର ରହିଛି। କେଉଁ ମନ୍ଦିରରେ ବାଇକ ପୂଜା ହୋଇଥାଏ ତ ଅନ୍ୟ କେଉଁଠି ମୂଷାକୁ ପୂଜା କରି ଭୋଗ ନଦେବା ଯାଏଁ ପୂଜା ସମ୍ପନ୍ନ ହୁଏ ନାହିଁ। ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ରହିଛି ଛତିଶଗଡ଼ ରାଜ୍ୟରେ।

ଛତିଶଗଡ଼ର ବାଲୋଦ ଜିଲ୍ଲାରେ ଏହି ମନ୍ଦିର ରହିଛି। ଏହି ମନ୍ଦିରରେ ଡାହାଣୀ ଦେବୀଙ୍କ ପୂଜା କରାଯାଏ। ଏହି ମନ୍ଦିରରେ ଡାହାଣୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। ଜିଲ୍ଲାରେ ଅବସ୍ଥିତ ଗୁଣ୍ଡରଦେହୀ ମନ୍ଦିର ବିକାଶଖଣ୍ଡ ଗ୍ରାମର ଝିଙ୍କା ସଡ଼କ ପାଖରେ ତିଆରି ହୋଇଛି। ଏହି ମନ୍ଦିର ପାଖାପାଖି ୨୦୦ ବର୍ଷ ପୁରୁଣା।

ଏହି ମନ୍ଦିର ପରୋତିତ ଦେବୀ ମନ୍ଦିର ନାମରେ ବେଶ ଜଣାଶୁଣା। ଏଠାରେ ମାଆଙ୍କୁ ସ୍ଥାନୀୟ ଭାଷାରେ ପରୋତିତ ଦେବୀ ବୋଲି କୁହାଯାଏ ।ପ୍ରଥମେ ଏଠାରେ ମନ୍ଦିର ନଥିଲା। ପରେ ଏଠାରେ ଲୋକମାନଙ୍କ ସହଯୋଗରେ ପୁରା ମନ୍ଦିର ତିଆରି କରାଗଲା। ନବରାତ୍ରୀ ସମୟରେ ଏଠାରେ ଧୂମଧାମରେ ଉତ୍ସବ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ ଏହି ମନ୍ଦିରରେ ଦୂରଦୂରାନ୍ତରୁ ଭକ୍ତ ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି। ଦର୍ଶନ ପରେ ସବୁ ଇଚ୍ଛା ପୂରଣ ହୁଏ ମଧ୍ୟ।

ଏହି ମନ୍ଦିର ରାସ୍ତା କଡ଼ରେ ତିଆରି ହୋଇଥିବାରୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଭକ୍ତ କିଛି ନା କିଛି ଦାନ କରିଥାନ୍ତି। ବିଶେଷ କରି ମାଲବାହୀ ଗାଡ଼ି ଚାଳକ ଏହି ପରମ୍ପରାକୁ ମାନିଥାନ୍ତି। ନଚେତ ଯାତ୍ରାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଶୁଭ କାମରେ ଗଲାବେଳେ ମଧ୍ୟ ମାଆଙ୍କୁ ଏଠି ଦର୍ଶନ କରି ଯାଇଥାନ୍ତି।