କୁକୁଡା ପାଳିଲା ଜନ୍ମଦିନ; ଏମିତି ଛୁରୀ ଧରି କାଟିଲା କେକ୍‌, ଦେଖନ୍ତୁ ଭିଡିଓ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ । ଯେଉଁଠାରେ କିଛି ସେକେଣ୍ଡରେ ଅଜବ ପ୍ରକାର ଦୃଶ୍ୟ ଭାଇରାଲ ହୁଏ । ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କୁକୁଡ଼ାର ଜନ୍ମଦିନ ପାଳନ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଘଟଣାଟି ସତ ଆଜ୍ଞା, କୁକୁଡ଼ା ଜନ୍ମଦିନ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି ।କୁକୁଡ଼ା ପାଇଁ କେକ୍ ମଧ୍ୟ ଏକ ଭଲ କେକ ଅର୍ଡର ଦିଆଯାଇଥିଲା ଏବଂ ଅତିଥିମାନଙ୍କୁ ମଧ୍ୟ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା ।

ଇନଷ୍ଟାଗ୍ରାମର ଏକ ପେଜରେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ, କୁକୁଡ଼ାକୁ କୋଳ ଉପରେ ବସାଇ ତାର ଜନ୍ମଦିନ ପାଳନ କରାଯାଉଥିବା ସ୍ପଷ୍ଟ ଦେଖାଯାଉଛି । ଏହି ଜନ୍ମଦିନ ପାଳନ କରିବାକୁ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଛନ୍ତି ଏବଂ ସମସ୍ତେ ଉତ୍ସାହିତ ଦେଖାଯାଉଛନ୍ତି ।

 

View this post on Instagram

 

A post shared by MEMES.BKS🤟🙂 (@memes.bks)

ଏହା ପରେ, କୁକୁଡାର ଗୋଡରେ ଛୁରି ରଖାଯାଇ କେକ କଟା ଯାଇଥିଲା, କେକର କିଛି ଅଂଶ ମଧ୍ୟ କୁକୁଡ଼ାକୁ ଖାଇବାକୁ ଦିଆଯାଇଥିଲା। କେକ କାଟିବା ପରେ ସମସ୍ତେ କୁକୁଡ଼ାକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡିଓଟି ପ୍ରାୟ ୫୭ ସେକେଣ୍ଡ ଅଟେ। ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହୋଇଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଚର୍ଚ୍ଚା ସୃଷ୍ଟି କରୁଛି। ଏହାକୁ ଦେଖି ୟୁଜର୍ସ ମାନେ ନିଜର ମଜାଳିଆ ମନ୍ତବ୍ୟ ବି ଦେଉଛନ୍ତି ।