ବୀମା ଏଜେଣ୍ଟଙ୍କୁ ଯୁବତୀ କଲେ ଭିଡିଓ କଲ୍‌, ପୁଣି ଗୋଟି ଗୋଟି କରି ଦେହରୁ କାଢ଼ିଦେଲେ ସବୁ କପଡ଼ା; ଆଉ ତା’ ପରେ ଆରମ୍ଭ ହେଲା ବ୍ଲାକମେଲିଂର ଖେଳ

ପାଟନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୀମା ଏଜେଣ୍ଟଙ୍କ ଫୋନକୁ ଏକ ଭିଡିଓ କଲ ଆସିଥିଲା। ଯୁବକ ଭିଡିଓ କଲ ରିସିଭ୍‌ କରିଥିଲେ। ଅନ୍ୟ ପଟୁ ଜଣେ ଯୁବତୀ ସ୍କ୍ରିନରେ ନଜର ଆସିଥିଲେ। କିଛି ସମୟ ଯୁବତୀ ହସିଥିଲେ ଏବଂ ଏହାପରେ ଗୋଟିଏ ପରେ ଗୋଟିଏ ସବୁ ପୋଷାକ ନିଜ ଦେହରୁ କାଢ଼ି ଦେଇଥିଲେ। ଦେଖୁ ଦେଖୁ ଯୁବତୀ ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଯାଇଥିଲେ, ଯାହାକୁ ଦେଖି ଯୁବକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମୋବାଇଲ୍ ସ୍କ୍ରିନରେ ଯୁବତୀଙ୍କ ସହିତ ଏକ କୋଣରେ ଯୁବକଙ୍କ ଫଟୋ ଦୃଶ୍ୟମାନ ହେଉଥିଲା। ଯୁବକଙ୍କୁ ଜଣା ନ ଥିଲା କି, ଭିଡିଓ କଲ୍ ରେକର୍ଡ ହେଉଛି। ଏହାପରେ ଯୁବକ କଲ୍ କାଟି ଦେଇଥିଲେ, କିନ୍ତୁ ଏହିଠାରୁ ହିଁ ତାଙ୍କ ସହିତ ବ୍ଲାକମେଲିଂର ଖେଳ ଆରମ୍ଭ ହୋଇଥିଲା।

ଏହି ମାମଲା ପାଟନା ନିକଟସ୍ଥ ଦାନପୁର ଅଞ୍ଚଳର। ଯେତେବେଳେ ପୀଡ଼ିତ ଯୁବକ ସାଇବର ସେଲରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ, ତ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଯୁବକ ପୋଲିସକୁ କହିଥିଲେ ଯେ ତାଙ୍କୁ ଜଣେ ଯୁବତୀ କଲ୍‌ କରିଥିଲେ ଏବଂ କହିଥିଲେ କି, ତାଙ୍କର ପୂରା ପରିବାରକୁ ସ୍ୱାସ୍ଥ୍ୟ ଏବଂ ଟର୍ମ ଇନ୍‌ସ୍ୟୁରାନ୍ସ ପ୍ଲାନ ନେବାର ଅଛି। ଏହାପରେ ସେ ପରିବାରର ବିବରଣୀ ପଠାଇବା ପାଇଁ ବୀମା ଏଜେଣ୍ଟଙ୍କ ହ୍ଵାଟସ୍‌ଆପ ନମ୍ବର ନେଇଥିଲେ। ତା’ ପରେ ଯୁବତୀ ତାଙ୍କୁ ଏକ ଭିଡିଓ କଲ କରିଥିଲେ। କଲ୍ ରିସିଭ କରିବା ପରେ ଯୁବତୀ ଜଣକ ମୋବାଇଲ୍ ସ୍କ୍ରିନରେ ଲାଇଭ୍‌ ଥାଇ ଗୋଟି ଗୋଟି କରି ସବୁ କପଡ଼ା ଦେହରୁ କାଢ଼ି ଦେଇଥିଲେ। ପୁରି କମ୍ପ୍ରୋମାଇଜ ତରିକାରେ ବୀମା ଏଜେଣ୍ଟଙ୍କ ସହ ଅଶ୍ଳୀଳ କଥା ହେବା ଆରମ୍ଭ କରିଥିଲେ। କିଛି ସମୟ ପରେ ଯୁବକ କଲ କାଟି ଦେଇଥିଲେ। କିନ୍ତୁ ତାଙ୍କୁ କୌଣସି ଧାରଣା ନ ଥିଲା କି, ଯୁବତୀ ତାଙ୍କ ସହିତ କ’ଣ କରିବାକୁ ଯାଉଛନ୍ତି।

କଲ୍ କାଟିବାର କିଛି ସମୟ ପରେ ବୀମା ଏଜେଣ୍ଟଙ୍କ ମୋବାଇଲକୁ ଭିଡିଓ କଲ ସ୍କ୍ରିନ ଶଟର ଶହ ଶହ ଫଟୋ ଆସିଥିଲା, ଯେଉଁଥିରେ ଯୁବତୀ ନଗ୍ନ ଅବସ୍ଥାରେ ଏଜେଣ୍ଟଙ୍କ ସହିତ କଥା ହେଉଥିବାର ଦେଖା ଯାଇଥିଲେ। ସ୍କ୍ରିନ ଶଟ୍‌ର ଛୋଟ ଭିଡିଓ କ୍ଲିପ୍‌ ଦେଖିବା ପରେ ଯୁବକଙ୍କ ହୋଶ୍‌ ଉଡ଼ି ଯାଇଥିଲା। କିଛି ସମୟ ପରେ ଯୁବତୀ ବୀମା ଏଜେଣ୍ଟଙ୍କୁ କଲ୍‌ କରି ତୁରନ୍ତ ତାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିବାକୁ କହିଥିଲେ। କିନ୍ତୁ ଯୁବକ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ଯୁବତୀ ତାଙ୍କୁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ। ବୀମା ଏଜେଣ୍ଟ ମନା କରିବା ପରେ ଯୁବତୀଙ୍କ ଗ୍ୟାଙ୍ଗ ସଦସ୍ୟମାନେ କ୍ରାଇମ ଅଫିସର ଏବଂ ଅଧିକାରୀ ହୋଇ ଯୁବକଙ୍କୁ ଫୋନ କରିବା ଆରମ୍ଭ କରି ଦେଇଥିଲେ। ସେମାନେ ଯୁବକଙ୍କୁ ଧମକ ଦେଇଥିଲେ। ଦିଲ୍ଲୀ ସାଇବର ସେଲରେ କାମ କରୁଥିବା ଦର୍ଶାଇ ତାଙ୍କୁ ଟଙ୍କା ମାଗିଥିଲେ। ପୁଣି ଯୁବତୀ ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟ ମିଶି ଯୁବକଙ୍କୁ ପାଖାପାଖି ୫୦ ଥର କଲ୍‌ କରି ବିଭିନ୍ନ ଉପାୟରେ ଟଙ୍କା ମାଗିଥିଲେ। ତଥାପି ଯୁବକ ମାନି ନ ଥିଲେ ଏବଂ ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ବୀମା ଏଜେଣ୍ଟ ଯୁବକ ପାଟନା ସାଇବର ସେଲରେ ସମ୍ପୃକ୍ତ ଯୁବତୀ ଏବଂ ତାଙ୍କ ଗ୍ୟାଙ୍ଗ ବିରୋଧରେ ମାମଲା ଦାୟର କରିଥିଲେ। ବର୍ତ୍ତମାନ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.