କନ୍ଧମାଳ ଜିଲ୍ଲାର ଡ଼ମ୍ବୁରୁଧର ବାରିକ: ଯିଏ ପେଷାରେ ଶିକ୍ଷକ, ନିସାରେ ଜଣେ ସଫଳ ଚାଷୀ

ଫୁଲବାଣୀ : ପେଷା ନିସା ଭିତରେ ଅନେକ ପାର୍ଥକ୍ଯ। ମଣିଷ ନିଜର ପେଷାକୁ ଯେମିତି ଗୁରୁତ୍ବ ଦିଏ ନିଶାକୁ ତାଠୁ ଅଧିକ । ଯାହାର ଅନେକ ନଜିର୍ ରହିଛି। ତେବେ ଅଭିବକ୍ତ କଟକ ଜିଲ୍ଲା ଚାନ୍ଦଳରୁ ଆସି କନ୍ଧମାଳ ଜିଲ୍ଲାରେ ୧୯୮୦ମସିହାରେ ପ୍ରଥମେ ଶିକ୍ଷକତା ଆରମ୍ଭ କରି ବହୁ ପ୍ରଶଂସା ପାଲଟିଥିବା ଡମ୍ବୁରୁ ଧରଙ୍କ ବିଷୟ ଆଜି ଆମେ ଜଣାଇବାକୁ ଯାଉଛୁ । ଦୀର୍ଘ ୩୮ ବର୍ଷ ଚାକିରୀ ସମୟରେ ଅନେକ ଭଲ କାମ କରିଛନ୍ତି ସେ। ସ୍କୁଲରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ରହି ପିଲାଙ୍କୁ ପାଠ ପଢେଇବା ସହ ଗଛ ଲଗେଇବା ଡମ୍ବୁରୁ ଧରଙ୍କ ମୁଖ୍ୟ କାମ ଥିଲା । ଡମ୍ବୁରୁ ଧରଙ୍କ ପରିବାର କହିଲେ ୬ ପ୍ରାଣୀ କୂଟୁମ୍ବ। ସେ ଜଣେ ଚଷା ଘର ପିଲା । ତେଣୁ ପିଲାଟି ଦିନରୁ ଚାଷ କାମରେ ଆଗ୍ରହ ଥିଲା ଡମ୍ବୁରୁଧରଙ୍କ।

୨୦୧୫ ମସିହାରେ ଆରମ୍ଭ କରିଥିଲେ ଏହି ଚାଷକାମ। ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ ଚାକିରୀରୁ ଅବସର ନେଲା ପରେ ସମ୍ପୂର୍ଣ୍ଣ ଭାବେ କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବାରିକୁମ୍ପା ଗାଁ ରେ ଦୁଇ ଏକର ଜମିରେ ଆରମ୍ଭ କରିଥିଲେ ପରିବା ଚାଷ । ନିଜେ ଚଳିବା ସହ ୮ ରୁ ୧୦ଟି ପରିବାର ମଧ୍ୟ ଏହି ଚାଷରୁ ଚଳିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ପରିବା ଚାଷ କଥା କହିଲେ ବାଇଗଣ , କଲରା, କଦଳୀ, ଜହ୍ନି, ଛଚିନ୍ଦ୍ରା,କାକୁଡି କଖାରୁ ,ବିନ୍ସ, କୋବି ଏହିପରି ଅନେକ ଚାଷ କରି ନିଜ ଅଞ୍ଚଳରେ ତଥା କନ୍ଧମାଳ ଜିଲ୍ଲା ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଡମ୍ବୁରୁଧର ।

bananaଏହି ଚାଷ କାମ ରେ ତାଙ୍କୁ ଅନେକ ଖୁସି ମିଳେ । ତା ସହ ଏହି ଜମିରେ କାମ କରୁଥିବା କିଛି ଲୋକଙ୍କ ପରିବାର ମଧ୍ୟ ଚଳୁଛି ତାଙ୍କ ଅବଦାନରୁ । କିଛି ଲୋକ ପରିବା ନେଇ ମାର୍କେଟରେ ବିକି ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । କିନ୍ତୁ ଡମ୍ବୁରୁଧରଙ୍କ କହିବା କଥା ଯେ ତାଙ୍କୁ କୃଷି ବିଭାଗରୁ କିଛି ମଧ୍ୟ ସାହାର୍ଯ୍ୟ ଏଯାଏ ମିଳିନାହିଁ । ଯଦିଓ ଉଦ୍ୟାନ ବିଭାଗରୁ କିଛି କର୍ମଚାରୀ ଆସି ତାଙ୍କୁ ଯାହା କିଛି ଚାରା ଦେଇଛନ୍ତି। ଏହାସହ ଆଜି କାଲିକା ପିଲା ଚାଷରୁ ମୁହଁ ଫେରେଇ ନେଉଛନ୍ତି । ଯଦି ଏହି ଚାଷ କୁ ନେଇ ଏକ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ତିଆରି ହୁଅନ୍ତା ଏବଂ ଚାଷ ସମ୍ବନ୍ଧରେ ସବୁ ଛାତ୍ରଛାତ୍ରୀ ଜାଣିପାରନ୍ତେ ତାହାଲେ ବର୍ତ୍ତମାନ ପିଲା ଯେଉଁମାନେ ଚାଷ କାମ କରୁନାହାନ୍ତି ସେମାନେ ଆଗାମୀ ଦିନ ମାନଙ୍କରେ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଫୁଲବାଣୀରୁ ସାଗର ପାଢ଼ୀଙ୍କ ରିପୋର୍ଟ,କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.