ଚଳିତ ବର୍ଷ ୧୦ କୋଟି ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି Jio, ମିଳିବ ଶାନଦାର ଫିଚର

ଯଦି ଆପଣ ମଧ୍ୟ ଏକ ଶସ୍ତା 4G ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତାହେଲେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆପଣଙ୍କର ଏହି ଇଛା ପୁରଣ ହୋଇପାରେ । ମିଳିଥିବା ରିପୋର୍ଟ ଅନୁଯାୟୀ ଡିସେମ୍ବର 2020 ଶେଷ ସୁଦ୍ଧା ରିଲାଏନ୍ସ ଜିଓ 10 କୋଟି ଶସ୍ତା 4G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍ ସହିତ ଆପଣଙ୍କୁ ଡାଟା ଅଫର୍ ମଧ୍ୟ ମିଳିପାରେ ।

ରିପୋର୍ଟରେ କୁହାଯାଇଛି ଯେ ଗୁଗୁଲ ସହିତ ସହଭାଗିତାରେ ଜିଓର ଶସ୍ତା 4G ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ ଗୁଗୁଲ ଜିଓରେ 4.5 ବିଲିୟନ ଡଲାର ବିନିଯୋଗ କରିବା ବୋଲି ଘୋଷଣା କରିଛି । ଚଳିତ ବର୍ଷ ଜୁଲାଇରେ ଜିଓ କହିଥିଲା ଯେ ଗୁଗୁଲ ଏକ ଶସ୍ତା ଆଣ୍ଡ୍ରଏଡ୍ ଭର୍ସନରେ କାମ କରୁଛି ଏବଂ ଏହି ଭର୍ସନରେ ସେ ନିଜର ଫୋନ୍ ମଧ୍ୟ ଲଞ୍ଚ କରିବ । ଗୁଗୁଲ୍ ଏବଂ ଜିଓର ଏହି ଶସ୍ତା 4G ସ୍ମାର୍ଟଫୋନ୍ ସାଓମି, ଓପୋ, ଭିଭୋ, ସାମସଙ୍ଗ ଏବଂ ନୋକିଆ ଭଳି କମ୍ପାନୀର ସମସ୍ୟା ବଢ଼ାଇପାରେ । ସୂଚନା ଅନୁଯାୟୀ ଭାରତରେ 7,360 ମୂଲ୍ୟର ସ୍ମାର୍ଟଫୋନ୍ ବଜାରରେ ରିଅଲମି, ଓପୋ ଏବଂ ଭିଭୋର ପ୍ରାୟ 14,713 କୋଟି ଅଂଶ ଅଛି ।

Jio Phone 5 Price in India जियो फोन Rs 399 में Booking Online, Features &  Release Date Latest News

ଚଳିତ ବର୍ଷ ଜୁଲାଇରେ ରିଲାଏନ୍ସ ଜିଓ, JioPhone 5 ଉପରେ କାମ କରୁଛି । ଜିଓ ଫୋନ୍ 5 ମଧ୍ୟ ଏକ ଫିଚର ଫୋନ୍ ହେବ ଏବଂ ଏଥିରେ 4G ସମର୍ଥନ ମିଳିବ । ଜିଓ ଫୋନ୍ 5 ଜିଓ ଫୋନରଲାଇଟ ଭର୍ସନ ହେବ ଯାହାର ମୂଲ୍ୟ 399 ଟଙ୍କା ହୋଇପାରେ ।

ଏହି ଫୋନରେ ମଧ୍ୟ ଜିଓ ଫୋନ୍ 1 ଏବଂ 2 ଭଳି OAS ମିଳିବ ଅର୍ଥାତ୍ ଆପଣ ଏହି ଫୋନରେ ହ୍ଵାଟ୍ସଆପ, ଫେସବୁକ୍ ଏବଂ ଗୁଗୁଲ୍ ଭଳି ଆପ୍ ବ୍ୟବହାର କରିବାରେ ସକ୍ଷମ ହେବେ। ଯଦି ଏହା ହୁଏ ତେବେ ଜିଓ ଫୋନ୍ 5 ଦୁନିଆର ସବୁଠାରୁ ଶସ୍ତା 4G ଫୋନ୍ ହେବ । ତେବେ ‘ଜିଓ ଫୋନ୍ 5’ ର ବର୍ତ୍ତମାନ ଟେଷ୍ଟିଙ୍ଗ ଚାଲିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.