Below header

ଦାମିନୀ ଆପକୁ ଡାଉନଲୋଡ କଲେଣି ୫ଲକ୍ଷରୁ ଅଧିକ ଲୋକେ, କାହିଁକି ଜାଣନ୍ତୁ

ଦିନକୁ ଦିନ ବଢିଚାଲିଛି ମୃତ୍ୟୁ ସଂଖ୍ୟା । କେତେବେଳେ କଣ ଦୁର୍ଘଟଣା ଘଟୁଛି ତାର ହିସାବ ନାହିଁ । ଆଉ ଏସବୁ ଭିତରେ ଆପଣ ଜାଣିଥିବେ ଆମ ରାଜ୍ୟରେ ବିଜୁଳି ମାରିବା ଦ୍ୱାରା କେତେ ଜଣକ ଜୀବନ ଯାଇଛି । ଯାହାକୁ ଅକସ୍ମାତ ମୃତ୍ୟୁ ଓ ଦୈବ୍ୟ ଦୁର୍ବିପାକ ମୃତ୍ୟୁ ବି କୁହାଯାଉଛି । ବିଜ୍ଞାନର ଅଗ୍ରଗତି ଦେଖି ମନରେ ଏମିତି ବି ପ୍ରଶ୍ନ ଆସେ କଣ ଏହାକୁ ରୋକି ହେବନି । ଏହା ଭିତରେ ସ୍ମାର୍ଟ ଯୁଗରେ ଆସିଛି ସ୍ମାର୍ଟ ଆପ । ଯେଉଁ ଆପ ଆପଣଙ୍କୁ ଜଣାଇ ଦେବ କୋଉଠି ମାରିବ ବିଜୁଳି ।

ପୁନେର ଭାରତୀୟ ଉଷ୍ମଦେଶୀୟ ଜଳବାୟୁ ବିଜ୍ଞାନ ସଂସ୍ଥା ଆଇ ଆଇ ଟି ଏମ ଦ୍ୱାରା ବିକଶିତ ହୋଇଥିବା ଦାମିନୀ ଆକାଶୀୟ ଆପ କେଉଁଠି ବି କୌଣସି ସ୍ଥାନରେ ବି ବିଜୁଳି ମାରିବାର ଚେତାବନୀ ୪୦ମିନିଟ ପୂର୍ବରୁ ହିଁ ଦେଇଥାଏ । ଆଉ ଏବେ ଏହାକୁ ଏଯାଏଁ ୫ଲକ୍ଷରୁ ଅଧିକ ଲୋକେ ଏହି ମୋବାଇଲ ଆପକୁ ଡାଉନଲୋଡ କରିସାରିଲେଣି । ଏହି ସୂଚନା ସରକାର ବୁଧବାର ଦିନ ଲୋକସଭାରେ ଦେଇଛନ୍ତି । ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ ଲୋକସଭାରେ କହିଛନ୍ତି କି ଦାମିନୀ ଆପ କୋଉଠି ବି ଆକାଶରୁ ଖସୁଥିବା ବିଜୁଳିକୁ ନେଇ ଚେତାବନୀ ଦେଇପାରେ । ଏହି ଚେତାବନୀ ୪୦ମିନିଟ ପାଇଁ ମାନ୍ୟ ଅଟେ । ସେ କହିଛନ୍ତି କି ଭାରତରେ ଏହି ଆପକୁ ପାଖାପାଖି ୫ଲକ୍ଷ ଲୋକରୁ ଅଧିକ ଲୋକେ ଡାଉନଲୋଡ କରିସାରିଲେଣି ।

ମନ୍ତ୍ରୀ କହିଛନ୍ତି କି ଆଇଏମଡି ମାଧ୍ୟମରେ ନିୟମିତ ଅପଡେଟ ସହ ୫ଦିନ ପୂର୍ବରୁ ହିଁ ଝଡ, ପବନ, ବର୍ଷା ଏମିତିକି ବିଜୁଳିକୁ ନେଇ ପୂର୍ବାନୁମାନ ତଥା ଚେତାବନୀ ଜାରି କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି କି ଆଇ ଆଇ ଟିଏମ ଦେଶରେ ଚୟନ କରାଯାଇଥିବା ୮୩ ସ୍ଥାନରେ ଅତିଶୀଘ୍ର ସଂସ୍ଥାପିତ ସଂକେତ ସଂଗ୍ରହ ପାଇଁ ବିଜୁଳି ମାପିବା ନେଟୱର୍କ ସ୍ଥାପିତ କରିଛି । ଏହି ନେଟୱାର୍କର ସୁବିଧା ଆଇଆଇଟିଏମରେ ଉପଲବ୍ଧ । ଯେଉଁ ଆଧାରରେ ୫୦୦ମିଟରୁ ମଧ୍ୟରେ ସଠିକତା ସହ ବିଜୁଳି ମାରବାର ସୂଚନା ମିଳିପାରିବ ।

ବର୍ତ୍ତମାନ ଏହି ସୁବିଧା ସବୁ ଜିଲ୍ଲାରେ ଏମିତିକି ଦେଶ ସାରା ପାଖାପାଖି ୧୦୮୪ କେନ୍ଦ୍ରରେ ଉପଲବ୍ଧ । ସେ କହିଛନ୍ତି କି ଆଇଆଇଟିଏମ ପୁନେ ଦାମିନୀ ଆକାଶୀୟ ବିଜଲି ଆପ ୨୦୨୦ରେ ବିକଶିତ କରିଥିଲା । ଏହି ଆପ ଭାରତରେ ହେବାକୁ ଥିବା ବିଜୁଳିର ସମସ୍ତ ଗତିବିଧିକୁ ନଜର କରୁଛି । ଏହା ସହ ୨୦ ଓ ୪୦କିଲୋମିଟର ଭିତରେ ଜିପିଏସ ଅଧିସୂଚନା ଦ୍ୱାରା ବ୍ୟକ୍ତିକୁ ସଚେତନ କରିଥାଏ ଯାହାପାଖରେ ବିଜୁଳି ପଡିବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.