ଜାପାନର ପିଲାମାନେ ସବୁଠୁ ସୁସ୍ଥ, କଣ ସେମାନଙ୍କ ସିକ୍ରେଟ..ଜାଣିବା

ବର୍ତ୍ତମାନ ସୁସ୍ଥ ରହିବା ଯେମିତି ସ୍ୱପ୍ନ । ସୁସ୍ଥ ରହିବାକୁ କିଏ କେତେକଣ କରୁଛନ୍ତି । ଏହାରି ଭିତରେ ଖବର ଆସିଛି କି ଜାପାନର ପିଲାମାନେ ସବୁଠୁ ସୁସ୍ଥ ଅଟନ୍ତି । ଏହାଦର କାରଣ କଣ । ପ୍ରକୃତରେ ଏତିରେ କେତେ ସତ୍ୟତା ରହିଛି । ତେବେ କହିରଖୁଛୁ ଯେ ବିଶ୍ୱରେ ସ୍ୱାସ୍ଥ୍ୟକୁ ନେଇ ହୋଇଥିବା ମେଡିକାଲ ଜର୍ଣ୍ଣଲ ଲାନସେଟର ଷ୍ଟଡି କହୁଛି କି ଯଦି କୌଣସି ପିଲାର ଜନ୍ମ ଜାପାନରେ ହେଉଚି ତେବେ ସୁସ୍ଥ ରହିବାର ସମ୍ଭାବନ ବଢିଯାଏ । ଅର୍ଥାତ ଜାପାନର ପିଲାମାନେ ସବୁଠୁ ସୁସ୍ଥ ଅଟନ୍ତି । ଏହାର ୨ଟି ବଡ କାରଣ ରହିଛି । ପ୍ରଥମତ ସେମାନଙ୍କ ରହଣୀ ସହଣୀ । ଦ୍ୱିତୀୟରେ ସେମାନଙ୍କର ଖାଦ୍ୟପେୟର ତରିକା । ବର୍ତ୍ତମାନ ମୋଟାପା ଓ ଡାଇବିଟିସ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଯଦି ରେକର୍ଡ ଦେଖାଯିବ ତେବେ ଏହାର ମାତ୍ରା ଜାପାନରେ କମ ଅଟେ । ତେଣୁ ଜାଣିବା ସେମାନଙ୍କ ସିକ୍ରେଟ କଣ ଅଟେ ।

ପ୍ରଥମରେ ଜାପାନରେ ପିଲା ଅଧିକ ସୁସ୍ଥ ରହିବାର କାରଣ ଖାଦ୍ୟପେୟ ବୋଲି କୁହାଯାଇଛି । ଅନୁସନ୍ଧାନକାରୀମାନଙ୍କ ହିସାବରେ ପିଲାଙ୍କର ସୁସ୍ଥ ରହିବାର ବଡ କାରଣ ହେଉଛି ସେମାନଙ୍କର ଲଞ୍ଚବକ୍ସ । ଏହାକୁ ନିଶ୍ଚୟ ନେବାକୁ ପଡେ । ପିଲାଙ୍କୁ ବିନା ଲଞ୍ଚରେ ସ୍କୁଲ ପଠାଯାଏ ନାହିଁ । ଲଞ୍ଚରେ ଏଭଳି ଖାଦ୍ୟ ଦିଆଯାଇଥାଏ ଯେଉଁଥିରେ କ୍ୟାଲୋରୀ କମ ହୋଇଥାଏ । ପୋଷକ ତତ୍ତ୍ୱ ଅଧିକ ଯାହା ପାଚନ ଶୀଘ୍ର ହୋଇପାରିଥାଏ ।

ପିଲାଙ୍କ ଲଞ୍ଚବକ୍ସରେ ବେକ କରାଯାଇଥିବା ମାଛ, ସ୍ୱିଟକର୍ଣ୍ଣ, ସୁପ ଓ କ୍ଷୀର ଭଳି ଖାଦ୍ୟ ଦିଆୟାଏ । ଯେଉଁଥିରେ ପ୍ୟାଟ ନହେବାର ବରାବର ଅଟେ । ଏସବୁ ଖାଦ୍ୟକୁ ଗରମ କରି ବା ବାମ୍ଫରେ ଅଥବା ବେକ କରି । ତେଲ ମସଲାର ବ୍ୟବହାର କମ ହୋଇଥାଏ । ସେମାନଙ୍କର ଖାଦ୍ୟରେ ଚର୍ବି ଅଂଶ କମ ହୋଇଥାଏ । ଓ ପୋଷକ ତତ୍ତ୍ୱ ଅଧିକ ହୋଇଥାଏ । ଏହା ଛଡା ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଫଳ, ପନିପରିବା ମଧ୍ୟ ସାମିଲ ହୋଇଥାଏ ।

ଏକ ରିପୋର୍ଟ ହିସାବରେ ଜାପାନର ପିଲାମାନଙ୍କ ଖାଦ୍ୟରେ ପିଜା ନୁଡୁଲ୍ସ ପାସ୍ତା ଭଳି ଜିନିଷ ବଦଳରେ ଚାୱଲ ଅର୍ଥାତ ଚାଉଳ ଜାତୀୟ ଖାଦ୍ୟ ଦିଆଯାଇଥାଏ । ଖାସ କରି ବ୍ରାଉନ ରାଇସ, ଯାହା କାଫି ହେଲ୍ଦି କୁହାଯ।ଏ । ଏଠାରେ ଭାତକୁ କେତେପ୍ରକାରରେ ପ୍ରସ୍ତୁତ କରାଯାଇଥାଏ ।

ଏଠାରେ ପିଲାଙ୍କୁ ଅଧିକ ପ୍ରେସର ଦିଆଯାଇନଥାଏ । ଅବିଭାବକ ମାନେ ଏଠାରେ ବହୁ ମାତ୍ରାରେ ପିଲାଙ୍କୁ ରିଲାକ୍ସ ରହିବାକୁ ଦେଇଥାନ୍ତି । ସେମାନଙ୍କୁ ଚିନ୍ତାମୁକ୍ତ ରଖିବାକୁ ଚେଷ୍ଠା କରିଥାନ୍ତି ପ୍ୟାରେଣ୍ଟ୍ସ । ଜାପାନରେ ପ୍ୟାରେଣ୍ଟ୍ସ ଯେତେ ବ୍ୟସ୍ତ ରହିଲେ ବି ଦିନକରେ ପିଲାଙ୍କ ସହ ଖାଇବା ଓ ସମୟ ବିତାଇବା ଉପରେ ଜୋର ଦିଆଯାଏ । ଯାହାଫଳରେ ପିଲାମାନଙ୍କର ବିଗିଡିବା କମିଯାଇଥାଏ । ଏଭଳି ମାହୋଲ ମଧ୍ୟ ଏକ ସକରାତ୍ମକ ଚିନ୍ତାଧାରା ଆଣିବା ସହ ଖୁସି ପ୍ରଦାନ କରିଥାଏ । ଫଳରେ ଅଦିକ ଖୁସି ସୁସ୍ଥତାର ମାପଦଣ୍ଡକୁ ବଢାଇବାରେ ସାହାଯ୍ୟ କରିଥାଏ ।

ଏଠାକାର ପିଲାମାନଙ୍କର ସୁସ୍ଥ ରହିବାର ସିକ୍ରେଟ କେବଳ ଖାଦ୍ୟ ନୁହେଁ ବରଂ ଏକ୍ସରସାଇଜ ବି ଅଟେ । ରିସର୍ଚ୍ଚ ହିସାବରେ ୯୮ପ୍ରତିଶତ ପିଲା ପାଦରେ ଚାଲି ସ୍କୁଲ ଯାଇଥାନ୍ତି କିମ୍ବା ସାଇକେଲ ଚଲାଇ । ଏହାଦ୍ୱାରା ସେମାନଙ୍କ ଭିତରେ ମୋଟାପାର ସମସ୍ୟା ନଥାଏ । ତାଛଡା ସ୍କୁଲରେ ମଧ୍ୟ ପିଜିକାଲ ଆକ୍ଟିଭିଟି ଉପରେ ଜୋର ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.