Below header

ପୁରୁଣାଭଙ୍ଗା ଘଣ୍ଟାକୁ ନୂଆ ରୂପ ଦିଅନ୍ତି ଏହି ବ୍ୟକ୍ତି, କେବେ ବି ଦେଖିନଥିବେ ଏଭଳି କଳାକୃତି

ଆଜିର ଆଧୁନିକ ଯୁଗରେ ପାଦଠୁ ତଳିବା ପର୍ଯ୍ୟନ୍ତ ଷ୍ଟାଇଲିସ୍‌ ଦେଖାଯିବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ବଦଳୁଥିବା ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ଚାଲିବା ପାଇଁ ପୁରୁଣାକୁ ଛାଡ଼ି ନୂଆକୁ ଆପଣାଇବାକୁ ସମସ୍ତେ ବ୍ୟଗ୍ର। ପରିବର୍ତ୍ତନଶୀଳ ସମୟ ସହ ସମୟ ଦେଖାଉଥିବା ଘଣ୍ଟାର ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଘଟିଛି। ଲୋକମାନେ ଆଉ ଏବେ ଟିକ୍‌ଟିକ୍‌ ଶବ୍ଦ କରୁଥିବା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନର ଫ୍ୟାଶନ୍‌ ହେଉଛି ଡିଜିଟାଲ ଘଣ୍ଟା। ନୂଆ ଘଣ୍ଟା ବ୍ୟବହାର କରିବା ପରେ ପୁରୁଣା ଘଣ୍ଟା ଅବ୍ୟବହୃତ ହୋଇ ଘରେ ପଡ଼ିରହୁଛି। ତେବେ ଏହି ଅବ୍ୟବହୃତ ଘଣ୍ଟା ବ୍ୟବହାର କରି ଜଣେ ବ୍ୟକ୍ତି ନୂତନ କଳାକୃତି ପ୍ରସ୍ତୁତ କରୁଛନ୍ତି।

 

ଡାନ୍‌ ତନେନ୍‌ବାଉମ୍‌ ନାମକ ଜଣେ ବ୍ୟକ୍ତି ପୁରୁଣା ଘଣ୍ଟା ବ୍ୟବହାର କରି ଘରସଜ୍ଜା ସାମଗ୍ରୀ ନିର୍ମାଣ କରୁଛନ୍ତି। ସେ ପୁରୁଣା ଘଣ୍ଟାରେ ସ୍କୁଟର, ସ୍କୁଟି, ବାଇକ୍‌, ମଟର ସାଇକେଲ, ସାଇକେଲ, କଣ୍ଢେଇ, ରୋବର୍ଟ ଆଦି ପ୍ରସ୍ତୁତ କରୁଛନ୍ତି।

ଏହାସହ ପଢ଼ନ୍ତୁ: ଚନ୍ଦ୍ରଯାନ୍‌-୨ର ଅର୍ବିଟର ଏବେ ବି ସଚଳ, ଇସ୍ରୋକୁ ପଠାଉଛି ଫଟୋ

ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେ ଏସବୁର ଫଟୋ ସେୟାର କରିଛନ୍ତି। ଡାନ୍‌ କେବଳ ଜଣେ ଆଟିଷ୍ଟ ନୁହେଁ ସେ ଟେକ୍ନୋଲୋଜି ଏଣ୍ଟରପ୍ରେନ୍ୟୁୟର ମଧ୍ୟ। ସେ ପ୍ରାୟ ୨୦ ବର୍ଷ ଧରି ବିଭିନ୍ନ ଘଣ୍ଟା ସଂଗ୍ରହ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.