ବାଲାକୋଟ ଆକ୍ରମଣରେ ବିନାଶ ରଚିଥିବା ବମର ଆଡ଼ଭାନ୍ସ ଭର୍ସନ ପାଇଲା ବାୟୁସେନା, ଜାଣନ୍ତୁ କଣ ରହିଛି ଏହାର ସ୍ୱତନ୍ତ୍ରତା
ଭାରତୀୟ ବାୟୁସେନାକୁ ବାଲାକୋଟ ଏୟାର ଷ୍ଟ୍ରାଇକରେ ନିଜ କ୍ଷମତାର ଉଦାହରଣ ଦେଇଥିବା ସ୍ପାଇସ 2000 ବମର ଆଡ଼ଭାନ୍ସ ଭର୍ସନ ମିଳିବା ଆରମ୍ଭ ହୋଇଯାଇଛି । ଏହି ବମ ଯେକୌଣସି ପ୍ରକାର ବିଲଡିଂ ଏବଂ ବଙ୍କରକୁ ଧ୍ୱଂସ କରିବା ପାଇଁ ସକ୍ଷମ ଅଟେ । ନିଜର ତୀକ୍ଷ୍ଣ ଲକ୍ଷ୍ୟ ସଠିକ ଭାବେ ଭେଦ କରୁଥିବା ଏହି ବମ ଭାରତୀୟ ବାୟୁସେନାର ମେରୁଦଣ୍ଡ ଅଟେ । ଜାଣନ୍ତୁ କଣ ରହିଛି ଏହାର ସ୍ୱତନ୍ତ୍ରତା ।
ଇସ୍ରାଏଲ ଦ୍ୱାରା ବିକଶିତ ହୋଇଥିବା ସ୍ପାଇସ 2000 ଭାରତୀୟ ବାୟୁସେନାର ପାରମ୍ପରିକ ବମ ଅଟେ । ଯାହାର ପ୍ରୟୋଗ ଫ୍ରେଞ୍ଚର ମୀରାଜ 2000 ଯୁଦ୍ଧ ବିମାନରେ କରାଯାଇଥିଲା ।
ଏହାସହ ପଢନ୍ତୁ ୨୨ ବର୍ଷ ତଳୁ ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କଲା ଗୁଗଲ
- ସ୍ପାଇସ(SPICE)ର ଅର୍ଥ ହେଉଛି Smart, Precise Impact, Cost Effective ।
- ଏହି ବମ କୌଣସି ପ୍ରକାରର ବିଲଡିଂ ଏବଂ ବଙ୍କରକୁ ଧ୍ୱଂସ କରିବା ପାଇଁ ସକ୍ଷମ ଅଟେ । ଏହାଦ୍ୱାର ସବୁଠାରୁ ସୁରକ୍ଷିତ ସ୍ଥାନକୁ ମଧ୍ୟ ଧ୍ୱଂସ କରାଯାଇପାରେ ।
- SPICE-2000 ଏକ ବମ ନୁହେଁ ଏହା ଏକ ଗାଇଡେନ୍ସ କିଟ ଅଟେ ଯାହା ଏକ ଷ୍ଟାଣ୍ଡାର୍ଡ ୱାରହେଡ଼ ବା ବମ ସହିତ ଯୋଡ଼ା ଯାଇଥାଏ ।
- ଏହି ବମ ସଠିକ ଭାବେ ବହୁତ ଦୂରକୁ ଲକ୍ଷ ଭେଦ କରିପାରେ । ଲେଜର ଗାଇଡେଡ଼ ହେବା କାରଣରୁ ଅନେକ ଦୂରରେ ଥିବା ଲକ୍ଷକୁ ଏହା ଭେଦ କରିପାରେ ।
- Rafale Advanced Defense System ଦ୍ୱାରା ନିର୍ମିତ ଏହି ବମର ବ୍ୟବହାର ଭାରତ । ଇସ୍ରାଏଲ ସହିତ ଅନ୍ୟ ଦେଶ ଗୁଡିକର ବାୟୁସେନା ମଧ୍ୟ କରିଥାନ୍ତି ।
- ଲକ୍ଷ ଭେଦ କରିବା ପାଇଁ ଏହା ନିଜର ଗତିପଥ ନିଜେ ବଦଳାଇବାରେ ସକ୍ଷମ ଅଟେ । ଏହି ସ୍ମାର୍ଟ ବମର ଶୀର୍ଷରେ ଏକ କ୍ୟାମେରା ଲଗାଯାଇଥାଏ ଯାହାକି ଲକ୍ଷକୁ ସାଧନ କରିବାରେ ସାହାଯ୍ୟ କରିଥାଏ ।
- SPICE-2000 ବମ ଦୁଇଟି ଭର୍ସନରେ ଆସିଥାଏ । ଗୋଟିଏରେ ୧୦୦୦ କିଲୋଗ୍ରାମର ୱାରହେଡ଼ ରହୁଥିବା ବେଳେ ଅନ୍ୟଟିରେ ୫୦୦ କିଲୋଗ୍ରାମର ରହିଥାଏ ।
- ଏହି ବମରେ ଏକ ଚିପ ମାଧ୍ୟମରେ ଲକ୍ଷ ସମ୍ବନ୍ଧିତ ଡାଟା ଲୋଡ଼ କରାଯାଇଥାଏ ଏବଂ ଏହାପରେ ବମକୁ ଯୁଦ୍ଧ ବିମାନ ସହ ଫିଟ କରାଯାଇଥାଏ ।
- ଏହି ବମ ନିଜର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପହଂଚିଗଲା ପରେ ନିଜ ସ୍ମାର୍ଟ ବମକୁ ଫାୟାର କରିଥାଏ ଏବଂ ତାପରେ ବମ ଭିତରେ ଥିବା ଅନବୋର୍ଡ କମ୍ପ୍ୟୁଟର ଏହାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥିବା ଲକ୍ଷର ଦିଗରେ ଆଗକୁ ବଢ଼ାଇଥାଏ ।
- ବମର ଶୀର୍ଷରେ ଲଗାଯାଇଥିବା କ୍ୟାମେରା ଯାହାକି କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ସେ ଲକ୍ଷ ଭଳି ଦେଖାଯାଉଥିବା ଅନେକ ଚିତ୍ରକୁ ଅନବୋର୍ଡ଼ କମ୍ପ୍ୟୁଟରକୁ ପଠାଇଥାଏ ଯାହାକି ବାସ୍ତବିକ ଲକ୍ଷକୁ ଚିହ୍ନଟ କରି ତାକୁ ଧ୍ୱଂସ କରିଥାଏ ।