Below header

ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧିଲାଭ କରିଥିବା ଏହି “ଡରାବେଶ”, ଜାଣନ୍ତୁ ଏହା କଣ?

ବେଶ ଭିତରେ ନିଆରା ବେଶ , “ଡେରାବେଶ” । କାଠ , ବାଉଁଶ ଓ ବେତ ଦେହରେ ରଙ୍ଗୀନ୍ କନା ଦେଇ ଚିତ୍ରିତ ମୁଖାର ସମାହାର ହେଉଛି, ଏହି ବେଶ । ତାହା ପୁଣି ବିଶାଳକାୟ ଏବଂ ଆକର୍ଷଣୀୟ ।

ଭଞ୍ଜନଗର : ବେଶ ଭିତରେ ନିଆରା ବେଶ , “ଡେରାବେଶ” । କାଠ , ବାଉଁଶ ଓ ବେତ ଦେହରେ ରଙ୍ଗୀନ୍ କନା ଦେଇ ଚିତ୍ରିତ ମୁଖାର ସମାହାର ହେଉଛି, ଏହି ବେଶ । ତାହା ପୁଣି ବିଶାଳକାୟ ଏବଂ ଆକର୍ଷଣୀୟ । କାର୍ତ୍ତିକ ମାସର ପଞ୍ଚୁକ ଠାରୁ ପୂର୍ଣ୍ଣିମା ଯାଏଁ, ଆୟୋଜିତ ହୋଇଥାଏ ଏଭଳି ବିଭିନ୍ନ ପ୍ରକାରର ବେଶ । ଏସବୁ କଳାକୃତି ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଥାଏ , ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗାଁରେ ।

ଗାଁ ଦାଣ୍ଡରେ ସଜେଇ ହୋଇ ରହିଥାଏ, ଭଳିକି ଭଳି ବେଶ । ହାତୀ, ବାଘ, ସିଂହ, ଘୋଡା, ମୟୁର, ବୃଷଭ, ଓ ନବଗୁଞ୍ଜର ବେଶ ସମେତ ପୁରାଣ ବର୍ଣ୍ଣିତ ରାମ, ଲକ୍ଷ୍ମଣ, ରାବଣ, ହନୁମାନ ଓ କୁମ୍ଭକର୍ଣ୍ଣ ଭଳି କଳାକୃତି । ଏସବୁ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ୍ ଅନ୍ତର୍ଗତ ବଡକୋଦଣ୍ଡା ଗାଁର , ବିଶ୍ୱପ୍ରସିଦ୍ଧ “ଡେରାବେଶ” ।

ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧିଲାଭ କରିଥିବା ଏହି “ଡରାବେଶ” , ଭଂଜ ଶାସନ ସମୟରୁ ପ୍ରଚଳିତ ହୋଇ ଆସିଥିବା ନେଇ ଗବେଷକ ମାନେ କହନ୍ତି । କେଉଁ ଆବାହମାନ ସମୟରୁ ଗାଁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ସ୍ବାମୀଙ୍କ ମନ୍ଦିର କୋଠ ତରଫରୁ , ଏସବୁର ଆୟୋଜନ ହୋଇ ଆସୁଛି । ଜୀବ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାର ବାର୍ତ୍ତା ସାଙ୍ଗକୁ ପୁରାଣ ବର୍ଣ୍ଣିତ ଚରିତ୍ର ଗୁଡିକୁ ଉଜ୍ଜୀବିତ କରି ରଖିବା ପାଇଁ ଏଭଳି ଆୟୋଜନ କରାଯାଇଥାଏ ବୋଲି , ଗ୍ରାମବାସୀମାନେ କହନ୍ତି ।

ସୂତା କଣ୍ଢେଇ ନାଚ ଭଳି ଦୁର୍ଲଭ କଳା ଏବଂ କଳାକାରଙ୍କ ଗାଁ କୁହାଯାଉଥିବା ବଡକୋଦଣ୍ଡା ଗାଁର ଏହି କଳାକୃତିକୁ ଦେଖିବାକୁ , ଆଖପାଖ ଅଞ୍ଚଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରର ଦର୍ଶକ ମାନେ ଏଠାକୁ ଆସିଥାନ୍ତି । ଅନ୍ୟପକ୍ଷରେ ଏଭଳି କଳାକୁ ବଞ୍ଚାଇବା ସହ ଅତୀତର ପରମ୍ପରାକୁ ମନେ ପକାଇବାପାଇଁ, ଗ୍ରାମବାସୀଙ୍କ ଏହା ଏକ ନିଆରା ପ୍ରୟାସ । ବିଶେଷତଃ ଶଗଡ଼ ଦଣ୍ଡା ରେ “ଡେରା” ହୋଇ ରହିଥିବା ଏହି ବିଶାଳକାୟ ବେଶକୁ “ଡେରାବେଶ” ବୋଲି କୁହାଯାଏ ।

ବର୍ଷର ପଞ୍ଚୁକ ପାଞ୍ଚଦିନ ଧରି ଆୟୋଜିତ ହୋଇଥାଏ ଏହି “ଡେରାବେଶ” । ସେହିଭଳି ଗ୍ରାମବାସୀ ଏବଂ ଦେଖିବାକୁ ଆସୁଥିବା ଦର୍ଶକଙ୍କ ଭିତରେ ଭାଇଚାରା ସୃଷ୍ଟି କରିପାରୁଛି , ଏ‌ହି ବେଶ । ଯାହା ରାଜ୍ୟ ତଥା ଦେଶର , ଏକ ଅନନ୍ୟ କଳା-ନୈପୁଣ୍ୟ ର ପରିଚୟ ସୃଷ୍ଟି କରିପାରିଛି , ବଡକୋଦଣ୍ଡା ଗାଁର ଏହି “ଡେରାବେଶ” ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.