ବିବାହ ଗାଉନରେ ଠିକ ପରୀ ଟିଏ ଭଳି ଦେଖାଯାଉଥିଲେ ବିଲ ଗେଟ୍ସଙ୍କ ଝିଅ, ଇନ୍ଷ୍ଟଗ୍ରାମରେ ସେୟାର ହୋଇଛି ଫଟୋ
ମାଇକ୍ରୋସପ୍ଟର କୋ-ଫାଉଣ୍ଡର ତଥା ବିଲେନିୟର ବିଲ ଗେଟସଙ୍କ ଝିଅ ଜେନିଫର ମିଶରର ବିଜନେସମ୍ୟାନ ନାୟଲ ନାସରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ପର ଦିନ ଅର୍ଥାତ ୧୮ ତାରିଖରେ ଏହି ଖୁସିରେ ନ୍ୟୁୟର୍କରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରାଯାଇଥିଲା । ବାପା ବିଲ ଗେଟ୍ସ ଓ ମା’ ମେଲୀଣ୍ଡା ଗେଟ୍ସ ଉଭୟେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଝିଅର ବିବାହ ଫଟୋକୁ ଭାଇରାଲ କରିଛନ୍ତି । ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଗେଟସ ପତିପତ୍ନୀ ଦୁହେଁ ଝିଅର ହାତ ଧରି ରିସେପ୍ସନ ପଏଣ୍ଟ ପର୍ଯ୍ୟନ୍ତ ଯାଇଛନ୍ତି । ରିସେପ୍ସନ ପାର୍ଟିରେ ଜେନିଫର ପ୍ରଖ୍ୟାତ ଡିଜାଇନର ବେରା ବ୍ୟାଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫୁଲ ସଲି ଵଲେସ ଗାଉନ ପିନ୍ଧିଥିବା ନଜର ଆସିଛନ୍ତି । ଗାଉନ ସହ ସେ ଏକ ଲଙ୍ଗ ବିଲ ଓ ସୁନ୍ଦର ଇୟର ରିଙ୍ଗ ପିନ୍ଧିଥିଲେ ।
Jenn and Nayel, it’s impossible to put into words how happy it makes me to see you filled with joy on your wedding day. I’m so proud of you both for everything you’ve accomplished in your lives so far and everything you will do with your future together. pic.twitter.com/zXRCKxKSle
— Bill Gates (@BillGates) October 18, 2021
ଜେନିଫରଙ୍କୁ ୯ ବ୍ରାଇଡ଼ମେଡ ନିଆଯାଇ ମେକଅପ କରାଯାଇଥିବା ନେଇ ଏକ ବିଶେଷ ସୂତ୍ରରୁ ଜଣାପଡିଛି । ସମସ୍ତ ବ୍ରାଇଡମେଡ଼ ମାନେ ଜେନିଫରଙ୍କ ଲମ୍ବା ଗାଉନକୁ ଦୁଇ ସାଇଡରୁ ଧରିଥିଲେ । ଆଉ ତାଙ୍କର ହେୟାର ଷ୍ଟାଇଲ ଦାୟିତ୍ୱରେ ଥିଲେ ରୋଲାଣ୍ଡ । ଯେବେକି ନାସର ବୋ ଟାଇ ସମେତ ହ୍ୱାଇଟ ସାର୍ଟ ସହ ବ୍ଲାକ ରଙ୍ଗର ଏକ ଏକସିଡୋ ସୁଟ ମଧ୍ୟ ପିନ୍ଧିଥିଲେ । ଅନ୍ୟପକ୍ଷରେ ବିଲ ବ୍ଲାକ ରଙ୍ଗର ସୁଟ ଓ ମେଲୀଣ୍ଡା ଏକ ପରପଲ ଗାଉନରେ ଖୁବ ସୁନ୍ଦର ଦେଖାଯାଉଥିଲେ । କହିରଖିବା ଉଚିତ ହେବକି, ବିବାହ ବିଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିଲ ଓ ମେଲୀଣ୍ଡା ଏକାଠି ନଜର ଆସିଛନ୍ତି । ବିବାହର ଦୀର୍ଘ ୨୭ ବର୍ଷ ପରେ ପରସ୍ପର ବୁଝାମଣାରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିଲେ ଗେଟ୍ସ ଦମ୍ପତ୍ତି । ସେବେଠାରୁ ଝିଅ ବାହାଘରେ ହିଁ ଏକାଠି ଦେଖାଯାଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ରିସେପ୍ସନ ପାର୍ଟିର ଅନେକ ଗୁଡିଏ ଫଟୋ ସେୟାର କରିବା ସହ ଲେଖିଛନ୍ତି, “ଜେନ ଓ ନାୟଲ, ବିବାହ ଦିନ ତୁମ ଦୁହିଁଙ୍କୁ ଖୁସି ଥିବା ଦେଖି ମୋତେ ଖୁବ ଆନନ୍ଦ ଲାଗୁଛି ।
View this post on Instagram
ଯାହାକୁ ମୁଁ ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ । ଜୀବନରେ ଏଯାବତ ତୁମେ ଯାହା ବି ହାସିଲ କରିଛ କିମ୍ବା ଆଗକୁ କରିବ ସେନେଇ ମୁଁ ଖୁବ ଗର୍ବିତ ଅଛି ।” ଯେବେକି ମେଲିଣ୍ଡା ରିସେପ୍ସନ ଫଟୋ ଗୁଡିକୁ ଅଫିସିଆଲ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତିକି, ” ଗତ ସପ୍ତାହ ଜେନିଫର ଓ ନାୟଲଙ୍କ ପ୍ରେମକୁ ସେଲିବ୍ରେଟ କରିବାରେ ଆମକୁ ଖୁବ ଖୁସି ଲାଗିଥିଲା । ଏହି ଦିନ ପାଇଁ ହିଁ ଆମେ ପୁଣିଥରେ ଏକାଠି ହୋଇପାରିଥିବାରୁ ଆମକୁ ଖୁବ ଖୁସି ଲାଗୁଛି ।” କହିରଖିବା ଉଚିତ ହେବକି ନାସର ଓ ଜେନିଫର ଦୁହେଁ ଭିନ୍ନ ଭିନ୍ନ ଧର୍ମର । ଜେନିଫର ଈସାଈ ଧର୍ମର ହୋଇଥିବା ବେଳେ ଜେନିଫର ନାସଲ ହେଉଛନ୍ତି ମୁସଲିମ ।