ଜାମ୍ମୁ କାଶ୍ମୀର: ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ସୋପିଆନ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ । ଜାମ୍ମୁ କାଶ୍ମୀରର ସୋପିଆନର ଡ୍ରାଗଡ ଅଞ୍ଚଳରେ ୨ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା । ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଭିତରୁ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ସେ ହେଲା ଆଦିଲ ଆହ୍‌ ୱାନି । ପୁଲୱାମାରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତ । ଏବେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ୨ ସପ୍ତାହ ଭିତରେ ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନରେ ୧୫ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲାଣି ।

କିଛି ଦିନ ତଳେ ଜମ୍ମୁ କାଶ୍ମୀର ରାଜ୍ୟ ଅନ୍ତର୍ଗତ ପୁଞ୍ଛ ଜିଲ୍ଲାରେ ୨ ଆର୍ମୀ ଯବାନ ସହିଦ ହୋଇଛନ୍ତି । ଆଣ୍ଟି ଟେରରିଷ୍ଟ ଅପରେସନ୍‌ ବେଳେ ଯବାନ ସହିଦ ହୋଇଥିବା ନେଇ ଜଣାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ୍‌ଡ ଅଫିସର –JCO ଥିବା ବେଳେ ଜଣେ ଯବାନ ଅଛନ୍ତି । ଜମ୍ମୁ କାଶ୍ମୀର ମେନ୍ଧର ଭଟାଧୋରିଆନ୍‌ ଅଞ୍ଚଳରେ ଅପରେସନ୍‌ ଚାଲିଛି । ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍‌ ଜୋରଦାର କରିଛନ୍ତି ଯବାନ । ସୂଚନା ଦେବା ଯୋଗ୍ୟକି, ଦୁଇ ଦିନ ପୂର୍ବରୁ ପୁଞ୍ଛରେ ୫ ଜଣ ଆର୍ମୀ ଯବାନ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.