‘ରଖେ ହରି ତ ମାରେ କିଏ’, ମୃତ ପୁଅ ୮ ବର୍ଷ ପରେ ମିଳିଲା

ଦୀର୍ଘ ୮ ବର୍ଷ ତଳୁ ସମସ୍ତଙ୍କ ପାଇଁ ମରିଯାଇଥିବା ପୁଅ ଆଜି ଜୀବିତ ହେଲା । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା କିନ୍ତୁ ବାସ୍ତବରେ ୧୦୦ ପ୍ରତିଶତ ସତ । ଏମିତି ହିଁ ଏକ ଆଶ୍ଚର୍ଯ୍ୟ କରି ଦେବା ପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଠାରେ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଆଜକୁ ଠିକ ୮ ବର୍ଷ ତଳେ ଅର୍ଥାତ ୨୦୧୧ ମସିହାରେ ୧୧ ବର୍ଷର ଏକ ଅମନ ନାମକ ବାଳକକୁ ସାପ କାମୁଡିଥିଲା । ବାପା ମା ତଥା ଘର ଲୋକ ବହୁ ଚିକତ୍ସା କଲା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

ବହୁ ସମୟ ଧରି ପିଲା ଟିର ହୋସ ମଧ୍ୟ ଆସିନଥିଲା । ଫଳରେ ଘର ଲୋକ ମୃତ ବୋଲି ଭାବି ପିଲା ଟିକୁ ରାମଗଙ୍ଗା ନଦୀରେ ରେ ଭସାଇ ଦେଇଥିଲେ । କିନ୍ତୁ ଆଜି ଯେତେବେଳେ ସେ ସାଧୁ ସନ୍ଥ ମାନଙ୍କ ଦଳ ସହ ସେହି ଗାଁ ରେ ପ୍ରବେଶ କଲା । ଅମନର ମା ତାକୁ ସଂଗେ ସଂଗେ ଠଉରାଇ ଦେଇଥିଲେ । ତାପରେ ଅଖା ପାଖର ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।  ଅମନ ଫେରିଥିବା ଖବର ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ । ଅମନ ବି ପରିବାର ସଦସ୍ୟଙ୍କୁ ପାଖରେ ପାଇ ଭାରି ଖୁସି ।

ଏହା ସହ ପଢନ୍ତୁ: ୧୪ କୋଟି ବର୍ଷ ପୂର୍ବେ ବୁଡିଯାଇଥିବା ମହାଦ୍ୱୀପର ମିଳିଲା ସନ୍ଧାନ, ବୈଜ୍ଞାନିକ କରିଲେ ଅନେକ ଖୁଲାସା

ପୂର୍ବ କଥା ପଚରା ଯିବାରୁ ସେ କହିଥିଲା ନଦୀରେ ଭାସି ଭାସି ଯାଉଥିବା ବେଳେ ଅମରନାଥ ନିକଟରେ ସାଧୁମାନେ ନଦୀରୁ ଉଦ୍ଧାର କରି ତାର ଜୀବନ ବଞ୍ଚାଇଥିଲେ । ଏତେ ବର୍ଷ ସାଧୁ ମାନଙ୍କ ସହ ରହି ସେ ବି ଯେମିତି ସାଧୁ ମାନଙ୍କ ପରି ହୋଇଯାଇଛି । ତାର ଆଚାର ବ୍ୟବହାର ଯେମିତି ପୁରା ବଦଳି ଯାଇଛି । ସେହି ସାଧୁ ମାନଙ୍କ ସହ ଅମନ ପ୍ରାୟ ଏଯାବତ ଦେଶର ପ୍ରାୟ ସବୁ ସହର ବୁଲି ସାରିଲାଣି । ଏବେ ବି ତାର ଇଚ୍ଛା ସେ ସାଧୁ ମାନଙ୍କ ସହ ପୁଣି ଫେରିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.