ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଉଦାହରଣ ସାଜିଛନ୍ତି ପ୍ରବୀଣ ଗୋୟଲ

ମହତ୍‌ ବ୍ୟକ୍ତିଙ୍କ ମହତ୍‌ କାମ। ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରବୀଣ ଗୋୟଲ ନାମକ ଏହି ବ୍ୟକ୍ତି। ଗୋଟିଏ ଟଙ୍କା ବଦଳରେ ସେ ଦିଲ୍ଲୀର ଅଭାବୀ ଲୋକମାନଙ୍କ ପେଟକୁ ଦାନା ଯୋଗାଉଛନ୍ତି।

ନୂଆଦିଲ୍ଳୀ: ମହତ୍‌ ବ୍ୟକ୍ତିଙ୍କ ମହତ୍‌ କାମ। ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରବୀଣ ଗୋୟଲ ନାମକ ଏହି ବ୍ୟକ୍ତି। ଗୋଟିଏ ଟଙ୍କା ବଦଳରେ ସେ ଦିଲ୍ଲୀର ଅଭାବୀ ଲୋକମାନଙ୍କ ପେଟକୁ ଦାନା ଯୋଗାଉଛନ୍ତି। କେହିବି ଗରିବ ଭୋକଉପାସରେ ନଶୋଉ ଏହି ଲକ୍ଷ ନେଇ ‌ସେ ଗତ ଚାରି ବର୍ଷ ଧରି ‘ଶ୍ରୀ ଶ୍ୟାମ ରଷୋଇ’ ନାମକ ଏକ ଖାଦ୍ୟଯୋଗାଣ ସଂସ୍ଥା ଚଳାଉଛନ୍ତି। ଯେଉଁଥିରେ ପ୍ରତିଦିନ ହଜାରେରୁ ଅଧିକ ଲୋକ କେବଳ ଗୋଟିଏ ଟଙ୍କାରେ ପେଟପୂରା ଭୋଜନ କରୁଛନ୍ତି।

ଏହି ମହତ କାମ କରିବା ପାଇଁ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳର ବାସିନ୍ଦା ପ୍ରବୀଣ ତାଙ୍କ ପତ୍ନୀଙ୍କ ଅଳଙ୍କାର ସମେତ ନିଜ ଜୀବନର ସମସ୍ତ ସଞ୍ଚୟ ବିନିଯୋଗ କରି ଦେଇଛନ୍ତି। ଯାହା ଫଳରେ ଅଭାବୀ ଲୋକମାନେ ପେଟ ଭରି ୧ ଟଙ୍କା ବଦଳରେ ପ୍ରତିଦିନ ଭାତ, ଡାଲି, ଦୁଇଟି ତରକାରୀ, ରୁଟି ଏବଂ ମିଠା ଖାଇ ପାରୁଛନ୍ତି।
ଏହି ଖାଦ୍ଯ କେବଳ ଯେ ଜଣେ ଗରିବ ଖାଇ ପାରିବ ତାନୁହେଁ ବରଂ ଖାଦ୍ୟ ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କ ଖାଇପାରିବେ। ଧନୀ ଏବଂ ଗରିବଙ୍କ ମଧ୍ୟରେ ଭେଦଭାବ ଭୁଲି ଲୋକମାନେ ଖାଦ୍ୟ ଖାଇବାକୁ ଏଠାକୁ ଆସନ୍ତି।

Syyam Rasoi

କିଛି ବର୍ଷ ତଳେ ପ୍ରବୀଣ ଏକ ନୋଟ୍‌ ବୁକ୍‌ ତିଆରି କରୁଥିବା କମ୍ପାନୀରେ କାମ କରୁଥିଲେ। ଥରେ ସେ ନିଜ କାମରେ ବାହାଦୂରଗଡ଼ ଯାଉଥିଲେ। ବାଟରେ ସେ ପାଣି ପିଇବା ପାଇଁ ଏକ ଢାବାରେ ଅଟକି ଗଲେ ଏବଂ ସେହି ଢାବାରେ ଦେଖିଲେ ଯେ ଜଣେ ବ୍ୟକ୍ତି ୧୦ ଟଙ୍କା ଦେଇ ଖାଦ୍ୟ ମାଗୁଥିଲେ। କିନ୍ତୁ ଢାବାବାଲା ତାଙ୍କୁ ୧୦ ଟଙ୍କାରେ ଖାଦ୍ୟ ହେବନି କହି ଫେରାଇ ଦେଇଥିଲେ। ସେତେବେଳେ ପ୍ରବୀଣ ସେହି ବ୍ୟକ୍ତିଙ୍କୁ ୧୦୦ଟଙ୍କା ଦେଇ ସାହାଯ୍ୟ କରିଥିଲେ। ସେବେଠାରୁ ସ୍ଥିର କଲେ ସାରା ଜୀବନ ସେ ଅନ୍ୟମାନଙ୍କ ସେବାରେ ବିତାଇବେ। ସେତେବେଳେ ପ୍ରବୀଣଙ୍କ ପିଲାମାନେ ମଧ୍ଯ ନିଜ ପାଦରେ ଠିଆ ହୋଇ ସାରିଥିଲେ। ଏହି ନିଷ୍ପତ୍ତିରେ ପୂରା ପରିବାର ତାଙ୍କୁ ସମର୍ଥନ ଦେଇଥିଲେ।

ପ୍ରବୀଣ ୨୦୧୯ରେ ୧୦ ଟଙ୍କା ମୂଲ୍ୟରେ ନିଜେ ଏକ ଥାଳି ସେବା ଆରମ୍ଭ କରିଥିଲେ। ଖୁବ୍ ଶୀଘ୍ର ତାଙ୍କର ଏହି ରୋଷେଇ ଘର ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ହେଲା। କରୋନା ସମୟରେ, ପ୍ରବୀଣ ଦେଖିଲେ ଯେ ଅନେକ ଲୋକଙ୍କର କାମ ନାହିଁ, ତେଣୁ ସେମାନଙ୍କ ନିକଟରେ ୧୦ ଟଙ୍କା ବି ନାହିଁ। କରୋନା ପରେ, ପ୍ରବୀଣ ୧୦ ଟଙ୍କା ବଦଳରେ କେବଳ ଗୋଟିଏ ଟଙ୍କାରେ ଖାଦ୍ୟ ଦେବା ଆରମ୍ଭ କଲେ। ପ୍ରବୀଣଙ୍କ ଏହି ପଦକ୍ଷେପ ଏବେ ଏକ ଟ୍ରଷ୍ଟରେ ପରିଣତ ହୋଇଛି ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ସହଯୋଗର ହାତ ବଢାଉଛନ୍ତି।

Leave A Reply

Your email address will not be published.