Below header

IPL ମହାମୁକାବିଲା: ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ ୫ ଥରର ଚାମ୍ପିୟନ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍‌ସ। ଆସି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍‌। ମ୍ୟାଚ୍‌ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ।

ଆଜି IPLରେ ମହାମୁକାବିଲା। ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ। ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ ୫ ଥରର ଚାମ୍ପିୟନ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍‌ସ। ଆସି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍‌। ମ୍ୟାଚ୍‌ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ। ଚଳିତ ସିଜିନ୍‌ରେ ଚେନ୍ନାଇ ଦୁଇଟି ମ୍ୟାଚ୍‌ ଖେଳିଥିବାବେଳେ ଗୋଟିଏରେ ବିଜୟ ଓ ଗୋଟଏରେ ପରାଜୟ ବରଣ କରିଛି।

ସେହିପରି ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ। ତେଣୁ ଆଜିର ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦଳ। IPL ଇତିହାସରେ ଉଭୟ ଦଳ ୩୪ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୦ଟିରେ ଓ ଚେନ୍ନାଇ ୧୪ଟିରେ ବିଜୟ ଲାଭ କରିଛି। ଆଜି ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ। ଅପରାହ୍ଣ ୩ଟା ୩୦ରେ ଗୌହାଟୀରେ ଖେଳାଯିବ ମ୍ୟାଚ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.