ଏହି କୋଟିପତିଙ୍କୁ ରୋଡପତି କରିଦେଲା ନୋଟବନ୍ଦୀ ଏବଂ ଜିଏସଟି, ଏବେ ଅବସ୍ଥା ଏମିତି ଯେ ଭାବି ପାରିବେନି

୮ ନଭେମ୍ବର ୨୦୧୬ରେ ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ବିମୁଦ୍ରାକରଣରୁ ହୋଇଥିବା କ୍ଷତି ଯୋଗୁଁ କରଜରେ ବୁଡି ଯାଇଥିଲେ ମିରଟର ଏକ ନାମୀ ହୋଟେଲର ମାଲିକ । ଆଉ ବାକି ଯାହା ଥିଲା ତାକୁ ସାରିଦେଲା ଜିଏସଟି । ଆଉ ଫଳ ଏମିତି ହେଲା ଯେ ବ୍ୟାଙ୍କ୍ ଏବଂ ଋଣ ଦେଇଥିବା ଲୋକଙ୍କଠୁ ବଂଚିବା ପାଇଁ ସହର ଛାଡିବାକୁ ବାଧ୍ୟ ହେଲା ହେଟେଲ୍ ହାରମନି ଇନର ମାଲିକ ତାରାଚନ୍ଦ ପୁରୀଙ୍କ ପୁରା ପରିବାର । ଏବେ ଲୁଚିକରି ନିଜ ହୋଟେଲକୁ ଅନ୍ୟଜଣଙ୍କୁ ୨୨.୫୦ କୋଟିରେ ବିକ୍ରି କରିଛନ୍ତି ତାରାଚନ୍ଦ ।

ତାରାଚନ୍ଦଙ୍କ ଏକମାତ୍ର ପୁଅ ହିମାଂଶୁ ପୁରୀଙ୍କ ସମେତ ପୁରା ପରିବାର ଏବେ ସଦମାରେ । କୁହାଯାଉଛି ଋଣ ନସୁଝିବାରିବାରୁ ଏବେ ପରିବାରର ସଦସ୍ୟ ଅଲଗା ଅଲଗା ରହୁଛନ୍ତି । ପୁରା ପରିବାର ଉପରେ ପ୍ରାୟ ୧୦୦କୋଟିର ଋଣବୋଝ ଅଛି ବୋଲି ସୂଚନା ମିଳିଛି ।

ହୋଟେଲ୍ ହାରମନି ଇନ୍ ଦୁଃଖଭରା କାହାଣୀ 

ହୋଟେଲର ହାରମନି ଇନର ଆରମ୍ଭ ପ୍ରାୟ ୧୦ ବର୍ଷ ପୂର୍ବେ ହୋଇଥିଲା । ଏହା ପୂର୍ବରୁ ତାରାଚାନ୍ଦଙ୍କ ଗୋଟିଏ ପେଟ୍ରୋଲ୍ ପମ୍ପ ଥିଲା । ଯାହାର ସହରରେ ଖୁବ୍ ନାଁ ମଧ୍ୟ ଥିଲା । ପୁଅ ହିମାଂଶୁ ଗୁଡଗାଓଁରେ ପବ ଖୋଲିବା ପରେ ମିରଟରେ ହାରମୋନି ଇନର ମୂଳଦୂଆ ପକାଇଥିଲେ । ହୋଟେଲଟି ଖୋଲିବା ପରେ ପରେ ଖୁବ୍ ଲୋକପ୍ରିୟ ହୋଇଯାଇଥିଲା । ଏତେ ଭଲ ଚାଲୁଥିଲା ହୋଟେଲ୍ ମାସିକ ରୋଜଗାର ପ୍ରାୟ ୩୦ ରୁ ୩୫ ଲକ୍ଷ ହେଉଥିଲା । ବ୍ୟାଙ୍କ୍ କିସ୍ତି ମଧ୍ୟ ଆରାମରେ ବାହାରୁଥିଲା । କିନ୍ତୁ ସବୁ ସାରିଦେଲା ବିମୁଦ୍ରାକରଣ । ହେଟେଲର ରୋଜଗାରରେ ବ୍ରେକ୍ ଲଗାଇଥିଲା ୮ ନଭେମ୍ବର ୨୦୧୬ । ଏହାପରେ ରୋଜଗାର କମି ହୋଇଯାଇଥିଲା ୧୫ ରୁ ୨୦ ଲକ୍ଷ । ଧୀରେ ଧୀରେ ବ୍ୟାଙ୍କ୍ କିସ୍ତି ମଧ୍ୟ ବନ୍ଦ ହୋଇଗଲା । ଆଉ ଶେଷରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସହର ଛାଡି ଚାଲିଗଲେ । ଏବେ ଶୁଣିବାକୁ ମିଳିଛି ହିମାଂଶୁ ମାନସିକ ଭାରସାମ୍ୟ ହରାଇବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.