Below header

ଏସିଆ କପରେ ଦୁର୍ଲଭ ଦୃଶ୍ୟ , ଭାରତର ଜାତୀୟସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ ପାକିସ୍ତାନୀ ପ୍ରଶଂସକ

ବିଭାଜନ କେବଳ ମାଟିରେ ହୋଇଛି ମନରେ ନୁହେଁ

ଘୃଣାକୁ ଯଦି ହରାଇବାର ଅଛି ତେବେ ପ୍ରେମକୁ ଅଧିକ ମଜଭୂତ କରିବାକୁ ହେବ । ଯେତେବେଳେ ଦୁଇଟି ଦେଶ ମୈଦାନରେ ସାମ୍ନାସାମ୍ନି ଥାନ୍ତି ସେତେବେଳେ ସେମାନଙ୍କ ମନରେ ବାସ୍ ଗୋଟିଏ କଥା ଚାଲିଥାଏ ଯେମିତି ହେଉ ମୁକାବିଲାରେ ବିଜୟ ଲାଭ କରି ନିଜ ଦେଶକୁ କରିବେ ଗୌରବାନ୍ବିତ । ଆଉ ଯେତେବେଳେ କଥା ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥାଏ ସେତେବେଳେ ପରିସ୍ଥିତି କିଛି ଅଲଗା ହିଁ ହୋଇଥାଏ । ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତା ମୈଦାନରେ ହାର ଜିତକୁ ଯିଦରେ ପରିବର୍ତ୍ତନ କରିଦେଇଥାଏ । ଆଉ ଯେତେବେଳେ ଉଭୟ ଦେଶର ପ୍ରଶଂସକ ମୈଦାନକୁ ଆସିଥାନ୍ତି ସେତେବେଳେ ମନରେ ଖେଳ ଭାବନାଠାରୁ ଅଧିକ ଥାଏ ପରସ୍ପରକୁ ନିଚା ଦେଖାଇବା । ହେଲେ ବେଳେବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ପ୍ରମାଣିତ ହୁଏ ଯେ ସୀମାରେ ଥିବା ପାଚେରୀ ଯଦିଓ ଉଭୟ ଦେଶର ମାଟିକୁ ଅଲଗା କରିଦେଇଛି କିନ୍ତୁ ମନରେ ଦୂରତା ଏଯାଏଁ ଆସିନାହିଁ ।

ଠିକ୍ ସେମିତି ଏକ ଘଟଣା ଚଳିତ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ନେଇ ଉଭୟ ଦେଶର ପ୍ରଶଂସକ ଖୁବ୍ ଉତ୍ସାହିତ ଥିଲେ । ମ୍ୟାଚ୍ ଆରମ୍ଭ ପୁର୍ବରୁ ଯେତେବେଳେ ଉଭୟ ଦେଶର ଖେଳାଳୀ ରାଷ୍ଟ୍ରୀୟଗୀତ ପାଇଁ ମୈଦାନକୁ ଆସିଲେ ସେତେବେଳେ କେହି ଭାରତ ମାତା କି ଜୟର ନାରା ଲଗାଉଥିଲା ତ କେହି କହୁଥିଲା ପାକିସ୍ତାନ ଜିନ୍ଦାବାଦ୍ । ସେହିପରି ଭାରତର ଜାତୀୟସଙ୍ଗୀତ ସମୟରେ ଭାରତୀୟ ପ୍ରଶଂସକ ସାବଧାନ ମୁଦ୍ରାରେ ଏହାକୁ ଗୁଣଗୁଣାଉଥିଲେ । ତେବେ ଭିଡ ମଧ୍ୟରେ ଜଣେ ପାକିସ୍ତାନ ପ୍ରଶଂସକ ଅତ୍ୟନ୍ତ ଧ୍ୟାନର ସହ ଭାରତୀୟ ଜାତୀୟସଙ୍ଗୀତକୁ ବୋଲୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି ।

ଏହି ପାକିସ୍ତାନର ପ୍ରଶଂସକଙ୍କ ନାଁ ହେଉଛି ଆଦିଲ୍ ତାଜ୍ । ଭିଡିଓଟି ଭାଇରାଲ୍ ହେବା ପରେ ଆଦିଲ୍ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି ଯୁଦ୍ଧ ନୁହେଁ ପ୍ରେମ କରନ୍ତୁ ।

CHAHAL-3ସେହିପରି ମ୍ଯାଚରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଥରେ ସମସ୍ତଙ୍କର ଦିଲ୍ ଜିତି ନେଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ । ଚହଲଙ୍କର ଏମିତି ଫଟୋ ଓ ଟ୍ବିଟ୍ ଏବେ ସୋସିଆଲ ମିଡ଼ିଆ ହେଡଲାଇନ୍ସ ହୋଇଛି । ଏହି ଫଟୋରେ ଚହଲ ପାକିସ୍ତାନ କ୍ରିକେଟର ଉସମାନ୍ ଖାନଙ୍କ ଜୋତାର ଲେସ୍ ବାନ୍ଧି ଦେଉଥିବା ଦେଖିବାକୁ ମିଳିଛି । ମ୍ୟାଚର ୪୨ତମ ଓଭରରେ ଏମିତି ଦୃଶ୍ୟ କ୍ୟାମେରା ଲେନ୍ସରେ କ୍ଲିକ୍  ହୋଇଥିଲା ।

୪୨ତମ ଓଭରରେ ବ୍ୟାଟିଂ ପାଇଁ ଆସିଥିଲେ ଉସମାନ୍ ଖାନ୍ ।  ଜୋତା ଲେସ୍ ଖୋଲି ଯାଇଥିବାରୁ ଭାରି ଅସ୍ତବ୍ୟସ୍ତ ଲାଗୁଥିଲେ ସେ । ହାତରେ ଗ୍ଲୋଭସ୍ ପିନ୍ଧିଥିବାରୁ ଜୋତା ଲେସ୍ ବାନ୍ଧି ବି ପାରୁ ନଥିଲେ । ଏକଥା ଚହଲଙ୍କ ନଜରକୁ ଆସିଥିଲା । ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ ଦେଖାଇଥିଲେ ସେ । ସଙ୍ଗେ ସଙ୍ଗେ ଉସମାନଙ୍କ ପାଖକୁ ଯାଇଥିଲେ ଚହଲ।  ଜୋତାର ଲେସ୍ ବାନ୍ଧି ଦେବାରେ ସାହାଯ୍ୟ କରିଥିଲେ । ଏ ଦୃଶ୍ୟ ଷ୍ଟାଡିୟମ ଗ୍ୟାଲେରୀରେ ବସି ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.