Below header

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ମଣିଷ ଶରୀରରୁ ବି ତିଆରି ହୋଇପାରିବ ହୀରା

ହୀରା କାହାର ବା ପସନ୍ଦ ନୁହେଁ । ଗହଣା ଆକାରରେ ପିନ୍ଧିଲେ ହୀରାର ଏକ ଭିନ୍ନ ଚମକ ଅଛି । ଆଉ ଯେଉଁ ମାନେ ହୀରା ପିନ୍ଧନ୍ତି ସମାଜରେ ସେମାନଙ୍କ ତାଣ୍ଟଛାଣ୍ଟ ବି କିଛିଟା ଅଲଗା । ଭୁପୃଷ୍ଠକୁ ଖନନ କରି ପୃଥିବୀଗର୍ଭରୁ ହୀରା ଠାବ କରାଯାଇ ଆସୁଛି | ଏହି କାମ ବି ଖୁବ କଷ୍ଟ | ଖାଲି ସେତିକି ନୁହେଁ ଏହି କାମରେ ଅପର୍ଯ୍ୟାପ୍ତ ପରିମାଣର ଜଳ ଅପବ୍ୟୟ ହୋଇଥାଏ । ଏହାବାଦ ହୀରା ଖନନ ସ୍ଥାନରେ ଶହ ଶହ ସଂଖ୍ୟକ ଗଛ କାଟି ନଷ୍ଟ କରିବାକୁ ହୋଇଥାଏ । ବିପଦପୂର୍ଣ୍ଣ ପରିସ୍ଥିତି ଦେଇ ଶ୍ରମିକ ମାନେ ହୀରା ଖନନ କରିଥାନ୍ତି । କିନ୍ତୁ ନିକଟରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ଏଣିକି ଏହି ମୂଲ୍ୟବାନ ରତ୍ନପଥର ହୀରା ଲ୍ୟାବରେ ପ୍ରସ୍ତୁତ କରାଯାଇପାରିବ । ବର୍ଷ ବର୍ଷ ଧରି ପରିଶ୍ରମ ୈଜ୍ଞାନିକ ମାନେ ଏହି ନୂଆ ଟେକନିକ ଖୋଜି ବାହାର କରିଛନ୍ତି | ପ୍ରକୃତରେ ଶୁଦ୍ଧ କାର୍ବନର ଏକ ରୂପ ହେଉଛି ହୀରା ।

diamond

ଯଦି ଉଚ୍ଚ ତାପମାତ୍ରାରେ ଏହାକୁ ଉତ୍ତପ୍ତ କରାଯାଏ ତେବେ ଏହା କାର୍ବନଡାଇଅକ୍ସାସାଇଡ ଗ୍ୟାସରେ ପରିଣତ ହୋଇଯାଏ  । ଅନ୍ୟପକ୍ଷରେ ଏହା ଏକ ଦୁର୍ଲଭ ପଥର ହୋଇଥିବାରୁ ଏହାର ବଜାର ମୂଲ୍ୟ ବି ଖୁବ ଅଧିକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ବରେ ପାଖାପାଖି ୮୦ ବିଲିୟନ ଡ଼ଲାର ମୂଲ୍ୟର ଡାଏମଣ୍ଡ ମାର୍କେଟ ଅଛି | ଯଦି ଅତ୍ୟାଧୁନିକ ପ୍ରଣାଳୀରେ ଲ୍ୟାବରେ ଏହାକୁ ପ୍ରସ୍ତୁତ କରାଯାଏ ତେବେ ହୀରା ଖନନ ବେଳେ ହେଉଥିବା ଅସୁବିଧା ଗୁଡିକର ଆଉ ସାମ୍ନା କରିବାକୁ ପଡିବ ନାହିଁ ।

ଯେବେ ପୃଥିବୀ ଗର୍ଭରେ ତାପମାତ୍ରା ଅଧିକ ଥିବା ବେଳେ କାର୍ବନର ଆଟମ ପାଖାପାଖି ଏକାଠି ହେବାକୁ ଲାଗନ୍ତି । ଆଉ ଏହା ପରେ ଧୀରେ ଧୀରେ ହୀରାର ଗଠନ ହୋଇଥାଏ । ଏହି ଟେକନିକକୁ ଲ୍ୟାବରେ ପ୍ରୟୋଗ କରାହେଉଛି । ହାଇଡ୍ରୋକାର୍ବନ ଗ୍ୟାସକୁ ୮୦୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରାରେ ଉତ୍ତପ୍ତ କରାହେଉଛି । ଏମିତି କରିବା ଫଳରେ କାର୍ବନର ଆଟମ ଏକାଠି ହୋଇ ହୀରାର ରୂପ ନିଅନ୍ତି । ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ବି ପଦାକୁ ଆସିଛି | ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ଏହି ମୂଲ୍ୟବାନ ପଥରକୁ ମଣିଷ ଅଥବା ଅନ୍ୟ କୌଣସି ଜୀବ ଶରୀରରେ ବି ପ୍ରସ୍ତୁତ କରାଯାଇପାରିବ । ଆମ ଶରୀର ସଂଯୋଜନାରେ କାର୍ବନର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯଦି କାର୍ବନ ନଥାନ୍ତା ତେବେ ହୁଏତ ପୃଥିବୀ ପୃଷ୍ଠରେ ଜୀବସତ୍ତା ସମ୍ଭବପର ହୁଅନ୍ତା ନାହିଁ । ଯଦି କୌଣସି ମୃତ ଜୀବର ଶରୀରରୁ ହାଇଡ୍ରୋଜେନ ଓ ଅକ୍ସିଜେନକୁ ବାହାର କରିଦିଆଯାଏ । ତେବେ ଶରୀରର ଟ୍ୱିସ୍ୟୁ ଭିତରେ ଶୁଦ୍ଧ ରୂପରେ କାର୍ବନ ହିଁ ମିଳିବ । ଯାହାକୁ ପରୀକ୍ଷାଗାରରେ ଉଚ୍ଚ ତାପମାତ୍ରାରେ ଗରମ କରିବା ପରେ ହୀରା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.