ଲୁଚିଲେ ଗାଁ ଲୋକେ, କିନ୍ତୁ ୯୬ ବର୍ଷୀୟା ‘ଆଧାର’ ନେଲେ କରୋନା ଟିକା

ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବା ଦିନ ଠାରୁ ସବୁ ବୟସର ଲୋକମାନେ ଟିକା ନେବା ଆରମ୍ଭ କରିଛନ୍ତି। କିନ୍ତୁ କେତେକ ଏଭଳି ସ୍ଥାନ ମଧ୍ୟ ରହିଛି, ଯେଉଁଠାରେ ଏବେ ବି ଲୋକମାନେ ଟିକା ନେବାକୁ ରାଜି ହେଉନାହାନ୍ତି। ଉତ୍ତର ପ୍ରଦେଶର କାସଗଙ୍ଗରେ ମଧ୍ୟ ସେଭଳି ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଲୋକଙ୍କୁ ଟିକା ଦେବାକୁ ପହଞ୍ଚିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖି ଗାଁ ଲୋକେ ଲୁଚିଥିଲେ।

କିନ୍ତୁ ଜଣେ ୯୬ ବର୍ଷୀୟା ବୃଦ୍ଧା ସାମ୍ନାକୁ ଆସି ଟିକା ନେଇଥିଲେ। ଏହି ମହିଳାଙ୍କ ନାଁ ହେଉଛି ଆଧାର କୁମାରୀ। ସେ ନିଜ ଆଡ଼ୁ ଟିକା ନେବାକୁ ଇଚ୍ଛା କରିଥିଲେ। କେବେ ଏତିକି ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ରାଜି କରିଥିଲେ। ଫଳରେ ଗାଁ ଲୋକେ ଟିକା ନେଇଛନ୍ତି।

ଏ ନେଇ ତହସିଲଦାର ଅଜୟ କୁମାର ଯାଦବ କହିଛନ୍ତି, ଆଧାରଜୀ ଲୋକଙ୍କୁ ଅନୁରୋଧ କରିବା ଏକ ଯାଦୁ ଭଳି କାମ କଲା ଓ ପ୍ରାୟ ଘଣ୍ଟୋ ମଧ୍ୟରେ ଗାଁର ୧୮ ବର୍ଷରୁ ବଡ଼ ସମସ୍ତେ ୧୭୬ ଜଣ ଟିକା ନେଇଥିଲେ। ତେବେଏନେଇ ଆଧାର କହିଛନ୍ତି, ମୁଁ ଉଚ୍ଚ ଶିକ୍ଷିତ ନୁହେଁ କିନ୍ତୁ ଟିକା ଆମ ପାଇଁ ଲାଭଦାୟକ ବୋଲି ମୁଁ ଜାଣିଛି। ଏଣୁ ଟିକା ନେବାକୁ ରାଜି ହେଲି।

You might also like