Below header

ନିଜ ଅଫିସରେ ସହଯୋଗୀଙ୍କୁ କିସ୍‌ କରି ଚର୍ଚ୍ଚାରେ ବ୍ରିଟେନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ନିଜ ସହଯୋଗୀଙ୍କୁ କିସ୍‌ କରିବା ବେଳେ କ୍ୟାମେରାରେ ଧରାପଡ଼ିଛନ୍ତି ବ୍ରିଟେନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରୀ। ବ୍ରିଟେନ୍‌ର ୪୨ ବର୍ଷୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍‌ ହେନ୍‌କକ୍‌ ନିଜ ସହଯୋଗୀ ଜିନା କୋଲାଡାଙ୍ଗେଲୋଙ୍କୁ କିସ୍‌ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଖୁବ୍‌ ଭାଇରାଲ ହୋଇଛି। ଏହି ଘଟଣା ଲଣ୍ଡନ୍‌ରେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ବାହାରର ବୋଲି ଜଣାଯାଇଛି।

ସିସିଟିଭି ଫୁଟେଜ୍‌ରେ ହେନ୍‌କକ୍‌ ନିଜ ଅଫିସ ବାହାରେ ଜିନାଙ୍କୁ କିସ୍‌ କରୁଥିବା ଦେଖାଯାଇଛି। ଏହି ଭିଡିଓ ଗତ ମାସ ୬ ତାରିଖର ବୋଲି କୁହାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ ବ୍ରିଟେନ୍‌ରେ ଚହଳ ସୃଷ୍ଟି ହୋଇଛି। ଏହି ମାମଲାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଉଭୟେ ମଉନ ଅଛନ୍ତି।

ଦ ସନ୍‌ ଏହାର ଭିଡିଓ ଭାଇରାଲ କରିଛି। ବ୍ରିଟେନ୍‌ରେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଆଫେୟାର କଥା ଜଣାପଡ଼ିବା ପୂର୍ବରୁ ଜିନା ନିଜ କାରରେ କୁଆଡ଼େ ଚାଲିଯାଇଥିବା ଜଣାଯାଇଛି। ତେବେ ସେ କୁଆଡ଼େ ଯାଇଛନ୍ତି ଓ କେବେ ଫେରିବେ ସେ ନେଇ ଜଣାପଡ଼ିନାହିଁ।

ଅନ୍ୟପଟେ ଏବେ ବ୍ରିଟେନ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେବାକୁ ଜୋରଦାର ଦାବି ହେଉଛି। ତେବେ ହେନ୍‌କକ୍‌ ଏକ ବୟାନ ଜାରି କରି ଲୋକଙ୍କୁ କ୍ଷମା ମାଗିଛନ୍ତି। କିନ୍ତୁ ସେ ସାମାଜିକ ଦୂରତ୍ୱ ପାଳନ କରିନଥିବାରୁ କ୍ଷମା ମାଗିଛନ୍ତି, କିସ୍‌ ଯୋଗୁ ନୁହେଁ। ଏଥିସହ ଯେ ଇସ୍ତଫା ଦେବାକୁ ମଧ୍ୟ ମନା କରି ଦେଇଛନ୍ତି। ତେବେ ଏହା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା ଓ ଏଥିରେ ମନ୍ତ୍ରୀ ପଦ ସହ କିଛି ସମ୍ପର୍କ ନାହିଁ ବୋଲି ତାଙ୍କର ଜଣେ ସାଥୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.