Below header

ଡେଲ୍ଟା ପ୍ଲସ୍‌ ରୋଗୀଙ୍କ ଠାରେ ଦେଖାଦେଉଛି ଏହି ସବୁ ଲକ୍ଷଣ, ଜାଣିରଖନ୍ତୁ କଣ କଣ

ନୂଆଦିଲ୍ଲୀ(କେ ନ୍ୟୁଜ): ଡେଲଟା ପ୍ଲସ ଷ୍ଟ୍ରେନକୁ ନେଇ ବଢୁଛି ଚିନ୍ତା । ୧୧ଟି ରାଜ୍ୟରେ ୪୮ କେସ୍‌ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇଆଲର୍ଟରେ ରଖାଯାଇଛି । ଡେଲ୍ଟା ପ୍ଲସ୍‌ ପ୍ରଜାତିର ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ଏଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମଧ୍ୟପ୍ରଦେଶରେ ଦୁଇଜଣ ଓ ମହାରାଷ୍ଟ୍ରରେ ଜଣଙ୍କର ଜୀବନ ଯାଇଛି । ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

ଡେଲ୍ଟା ପ୍ଲସ୍‌ ଭୂତାଣୁରେ ଆକ୍ରାନ୍ତଙ୍କଠାରେ କିଛି ନୂଆ ପ୍ରକାର ଲକ୍ଷଣ ଦେଖାଦେଉଛି । ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଡେଲଟା ପ୍ଲସ ଷ୍ଟ୍ରେନର ଲକ୍ଷଣ ସଂର୍ପକରେ କୁହାଯାଇଛି । ଡେଲଟା ପ୍ଲସରେ ଆକ୍ରାନ୍ତଙ୍କ ଗେଷ୍ଟ୍ରୋ ଇଣ୍ଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି । ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି । ବାନ୍ତି ହେବା ସହ ଭୋକ କମିବାରେ ଲାଗିଛି । ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେବା ଦେଖିବାକୁ ମିଳୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.