ମାଟିପାତ୍ରରେ ଭୋଜନ କରନ୍ତୁ, ଶରୀରରେ ଥିବା ସମସ୍ତ ଶାରୀରିକ ସମସ୍ୟାର ନିବାରଣ କରନ୍ତୁ

ପୂର୍ବକାଳେ ଲୋକମାନେ ନିଜର ଦୈନନ୍ଦିନ କାମରେ ମାଟିର ବ୍ୟବହାର କରୁଥିଲେ । ସମୟ ପରିସ୍ଥତି ବଦଳିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ବଳରେ ଏବେ ସେ ସବୁ ଲୋପ ପାଇଯାଇଛି । ପୂର୍ବେ ମାଟି ପାତ୍ରରେ ଗୃହିଣୀ ମାନେ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରୁଥିଲେ । କିନ୍ତୁ ଏବେ ତାହା ଲୋପ ପାଇଛି ।

ମାଟି ପାତ୍ର ସ୍ଥାନରେ ଆଜି ଷ୍ଟିଲ ଏବଂ ଆଲୁମିନିୟମ ପାତ୍ର ସ୍ଥାନ ପାଇଛି । ତେବେ ଆପଣ ଜାଣନ୍ତି କି ଏହି ପାତ୍ରରେ ଖାଦ୍ୟ ଖାଇଲେ ଶରୀର ଉପରେ କୁପ୍ର୍ରଭାବ ପଡିଥାଏ । ଏହା ବଦଳରେ ଯଦି ଆପଣ ମାଟି ପାତ୍ରରେ ରୋଷେଇ କରି ଖାଦ୍ୟ ସେବନ କରିବେ ତେବେ ଶରୀର ସୁସ୍ଥ ରହିବ । ଆଜି ଆମେ ଆପଣଙ୍କୁ ଏହାର ଫାଇଦା ସମ୍ପର୍କରେ କହିବୁ ।

– ମାଟିପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଆଇରନ, ଫସଫୋରସ, କ୍ୟାଲସିୟମ ଏବଂ ମାଗ୍ନେସିୟମ ଭଳି ଗୁଣ ମିଳିଥାଏ ।

– ଏହି ପାତ୍ରରେ ଥିବା ଛୋଟ ଛୋଟୂ ଛିଦ୍ର ନିଆଁ ଏବଂ ଲୁଣର ମାତ୍ରାକୁ ସମାନ ଭାବେ ନିୟନ୍ତ୍ରିତ କରିଥାଏ ।ଏହାଦ୍ୱାରା ଖାଦ୍ୟରେ ପୋଷକତ୍ତତତ୍ତ୍ୱ ସୁରକ୍ଷିତ ରୁହେ ।

235326
pc: buffalo news

– ଏହି ପାତ୍ରରେ ଖାଦ୍ୟ ପ୍ରସ୍ତୁତି ପାଇଁ କମ ତେଲର ଆବଶ୍ୟକତା ରହିଥାଏ ।

– ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ ।

– ହଜମ ତଥା ଗ୍ୟାସ ସମସ୍ୟାରୁ ଏହା ମୁକ୍ତି ଦିଏ ।

– କଫ ସମସ୍ୟା ମଧ୍ୟ ଦୂର ହୁଏ ।

– ପୋଷକ ତତ୍ତ୍ୱ ନଷ୍ଟ ନହେବା ସହ ଏଥିରେ ପିଏଚ ବ୍ଲୁ ମେଟେନ ରହିଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.