Below header

ପଡିଶା ଘର କଳି ସମାଧାନ କରିବାକୁ ଯାଇ ଗଲା ନିଜ ଜୀବନ: ୪ ଅଭିଯୁକ୍ତ ଗିରଫ, ୫ ଫେରାର୍

ଆନନ୍ଦପୁର(କେନ୍ଯୁଜ୍) : ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଶାଳକଣିଆଁ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଗାଁ ର ଆନନ୍ଦ ଜେନାଙ୍କ ପୁଅ ମାନଙ୍କ ମଧ୍ଯରେ ପାଟିତୁଣ୍ଡ ଲାଗିଥିବା ବେଳେ ପିତା ଆନନ୍ଦ ଓ ତାଙ୍କ ପତ୍ନୀ ପଡିଶା ଘରର ଦୈତାରି ପାତ୍ର ଓ ତାଙ୍କ ସାନଭାଇ ଅଶୋକଙ୍କୁ ଡାକି ପିଲାମାନଙ୍କୁ ବୁଝାଇବାକୁ କହିଥିଲେ ।

ତେବେ ଏଥିରେ ଉତ୍ଯକ୍ତ ହୋଇ ପୁଅମାନେ ଓଲଟା ବୁଝାଇବାକୁ ଆସିଥିବା ଦୈତାରୀ ଓ ଅଶୋକଙ୍କୁ ଗାଳିଗୁଲଜ କରିବା ସହ ଦୈତାରିଙ୍କୁ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଦେଖି ଅଶୋକଙ୍କ ପତ୍ନୀ ସସ୍ମିତା ପହଁଞ୍ଚିବାରୁ ତାଙ୍କୁ ମଧ୍ଯ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ସସ୍ମିତା ଓ ଦୈତାରିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଆଜି କଟକରେ ଦୈତାରୀଙ୍କ ମୃତ୍ଯୁ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ଗାଁରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେଉ ଏହାକୁ  ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି । ପୋଲିସ୍ ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କ ମଧ୍ଯରୁ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆହୁରୀ ୫ଜଣ ଅଭିଯୁକ୍ତ ଫୋରାର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.