ଚନ୍ଦନ ଗଛ ମୂଳରେ କାହିଁକି ରୁହନ୍ତି ସାପ ? ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ

ଚନ୍ଦନ ଗଛରେ ଏମିତି କଣ ରହସ୍ୟ ଅଛି ଯେ ସାପମାନେ ଏହି ଗଛ ପ୍ରତି ଆକର୍ଷିତ ହୋଇଥାନ୍ତି ? ଏମତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା ସାପମାନେ ଚନ୍ଦନ ଗଛ ମୂଳରେ ରହିବା ପଛର କାରଣ କଣ ।

ଚନ୍ଦନ ଗଛରେ ସାପ ରୁହନ୍ତି, ଏ କଥା କେତେ ସତ ? ଆପଣ କେବେ ଭାବିଛନ୍ତି କି ସାପମାନେ ଅନ୍ୟକୌଣସି ଗଛ ଅପେକ୍ଷା ଏହି ଗଛ ମୂଳରେ କାହିଁକି ରୁହନ୍ତି ? ଏହା ପଛର କାରଣ କଣ ? କେବଳ ଚନ୍ଦନ ଗଛ ଚାରିପାଖରେ ନୁହେଁ ବରଂ ଚନ୍ଦନ ଗଛର ଡାଳ ଓ ପତ୍ରରେ ମଧ୍ୟ ସାପମାନେ ରୁହନ୍ତି । ଚନ୍ଦନ ଗଛରେ ଏମିତି କଣ ରହସ୍ୟ ଅଛି ଯେ ସାପମାନେ ଏହି ଗଛ ପ୍ରତି ଆକର୍ଷିତ ହୋଇଥାନ୍ତି ? ଏମତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା ସାପମାନେ ଚନ୍ଦନ ଗଛ ମୂଳରେ ରହିବା ପଛର କାରଣ କଣ ।

ଲୋକମାନେ ଏହାକୁ ନେଇ ଅନେକ ତର୍କ ବିତର୍କ କରିଛନ୍ତି । ଏଭଳି ଘଟଣାକୁ ଧ୍ୟାନରେ ରଖି ବୈଜ୍ଞାନିକମାନେ ମଧ୍ୟ ଅନେକ ରିସର୍ଚ୍ଚ କରିଛନ୍ତି । ତେବେ ଉଦ୍ଭିଦ ବିଭାଗର ମୁଖ୍ୟ ପ୍ରଫେସର ବିଜୟ ମଲିକ ଏନେଇ ଏକ ଭିନ୍ନ ତଥ୍ୟ ଦେଇଛନ୍ତି । ବିଜୟ ମଲିକ ଭାରତର ଗଛ ଏବଂ ଉଦ୍ଭିଦ ବିଶେଷଜ୍ଞ ଭାବରେ ବେଶ ଜଣାଶୁଣା । ପ୍ରଫେସର ବିଜୟ ମଲିକ କହିଛନ୍ତି ଯେ ଚନ୍ଦନ ଗଛ ବହୁତ ଉପଯୋଗୀ ହୋଇଥାଏ । ଏହା ଅନ୍ୟ ସମସ୍ତ ଗଛ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଗଛର ଉତ୍ପାଦନ ବହୁଳ ଭାବରେ କରାଯାଉଥିବା ଦେଖିବାକୁ ମିଳେ । ଏହି ଗଛ ଅନ୍ୟ ଗଛ ଭଳି ନିଜେ ପାଣି ଗ୍ରହଣ କରେ ନାହିଁ । ଚନ୍ଦନ ଗଛ ପାଣି ଗ୍ରହଣ କରିବା ପାଇଁ ଅନ୍ୟ ଗଛ ଉପରେ ନିର୍ଭର କରେ । ଏହି ଚନ୍ଦନ ଗଛ ଅନ୍ୟ ଗଛ ମାଧ୍ୟମରେ ଜଳ ଓ ଖାଦ୍ୟ ଗ୍ରହଣ କରେ ।

ପ୍ରଫେସର ବିଜୟ ମଲିକଙ୍କ କହିବା ଅନୁସାରେ ସାପମାନେ ଚନ୍ଦନ ଗଛରେ ଗୁଡ଼ାଇ ହୋଇ ରହିବା ପଛରେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ସେ କହିଛନ୍ତି ଯେ ଚନ୍ଦନ ଗଛର ଚାହିଦା ଅଧିକ ହେବାର କାରଣ ହେଉଛି ଏଥିରୁ ମିଳୁଥିବା ଚନ୍ଦନ । ସାପମାନେ ଏହି ଗଛ ପ୍ରତି ଆକର୍ଷିତ ହେବା ପଛରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ବୈଜ୍ଞାନିକ କାରଣ ଅନୁସାରେ ସାପମାନେ ସେହି ସ୍ଥାନ ପ୍ରତି ଆକର୍ଷିତ ହୁଅନ୍ତି ଯେଉଁଠାରେ ସେମାନେ ଖାଦ୍ୟ, ଜଳ, ଆଶ୍ରୟ ଏବଂ ଉପଯୁକ୍ତ ତାପମାତ୍ରା ପାଇଥାନ୍ତି । ସାପମାନେ ଭଲ ଭାବେ ବଞ୍ଚିବା ପାଇଁ ଉପଯୁକ୍ତ ବାସସ୍ଥାନ ପ୍ରତି ଆକର୍ଷିତ ହୋଇଥାନ୍ତି । ଯେଉଁଠାରେ ସେମାନେ ଭଲ ଭାବେ ଶିକାର କରିପାରିବେ, ଲୁଚି ପାରିବେ ଏବଂ ଯେଉଁଠାରେ ଉପଯୁକ୍ତ ତାପମାତ୍ରା ଥାଏ ସାପମାନେ ସେହି ସ୍ଥାନ ପ୍ରତି ଆକର୍ଷିତ ହୋଇଥାନ୍ତି । ସାପମାନେ ଚନ୍ଦନ ଗଛରେ ରହିବାର କାରଣ ହେଉଛି ଏହି ଗଛ ବହୁତ ଥାଣ୍ଡା ଥାଏ ଏବଂ ଏହି ଗଛରେ ସାପମାନେ ଲୁଚିବା ସହଜ ହୋଇଥାଏ । ତେଣୁ ସେମାନେ ଚନ୍ଦନ ଗଛର ଆଖପାଖରେ ଘୂରି ବୁଲନ୍ତି । ଚନ୍ଦନ ଗଛର ବାସ୍ନାରେ ଆକର୍ଷିତ ହୋଇ ସାପମାନେ ଏହି ଗଛରେ ବାସ କରିବାର କୌଣସି ବୈଜ୍ଞାନିକ କାରଣ ମିଳିନାହିଁ ।

ଚନ୍ଦନ ଗଛକୁ ଚିହ୍ନିବା ସହଜ ନୁହେଁ । ଏହି ଗଛର ବାସ୍ନା ଆଖପାଖ ଅଞ୍ଚଳରେ ହୋଇନଥାଏ । ଏହି ଗଛର କାଠକୁ ଭାଙ୍ଗି କୌଣସି ପଥରରେ ଘୂରିବା ପରେ ଏଥିରୁ ବାସ୍ନା ଆସିଥାଏ । ତେବେ ଚନ୍ଦନକୁ ଯେତେ ଅଧିକ ଘଷାଯାଏ ଏଥିରୁ ବାସ୍ନା ଓ ଥଣ୍ଡା ବାହାରି ଥାଏ । ଏବଂ ଏହାର ଦାମ ମଧ୍ୟ ଅଧିକ ଥାଏ । ଏହା ଅତ୍ୟଧିକ ଥଣ୍ଡା ହେବା କାରଣରୁ ହିଁ ସାପମାନେ ଏହି ଗଛମୂଳେ ଲୁଚି ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.