ଖରା ଯୋଗୁ ତ୍ୱଚାର ଚମକ କମ୍ ହୋଇଯାଉଛି କି ? ପ୍ରତିଦିନ ଲଗାନ୍ତୁ ଏହି ଫେସ୍ ପ୍ୟାକ୍, ମିଳିବ ଅନେକ ଫାଇଦା
ଖରା ଯୋଗୁ ତ୍ୱଚାର ଚମକ କମ୍ ହୋଇଯାଉଛି । ଏହା ବ୍ୟତୀତ ସ୍କିନ୍ରେ ପିଗମେଣ୍ଟେସନ ସମସ୍ୟା ବଢିଯାଏ ଏବଂ ସ୍କିନ୍ ଭିତରୁ ଡଲ୍ ହୋଇଯାଏ । ଏପରି ପରିସ୍ଥିତିରେ ଆପଣ ନିଜ ସ୍କିନ୍ ପାଇଁ ଏହି ଥଣ୍ଡା ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । ଏହା ଆପଣଙ୍କ ତ୍ୱଚାରେ ପିଗମେଣ୍ଟେସନକୁ କମ୍ କରିଥାଏ ଏବଂ ଡଲ୍ନେସ୍କୁ ମଧ୍ୟ କମ୍ କରିଥାଏ ।

ଆପଣମାନେ ତ ଜାଣିଥିବେ ଯେ ଗ୍ରୀଷ୍ମ ଋତୁ ଆସିବା ସ୍କିନ୍ର ବିଭିନ୍ନ ପ୍ରକାରର ସମସ୍ୟା ହେବାକୁ ଲାଗିଥାଏ । ଯେପରି କି ମୁହଁ ଅଏଲି ହେବା ଏବଂ ପିମ୍ପଲ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ସ୍କିନ୍ରେ ପିଗମେଣ୍ଟେସନ ସମସ୍ୟା ବଢିଯାଏ ଏବଂ ସ୍କିନ୍ ଭିତରୁ ଡଲ୍ ହୋଇଯାଏ । ଏପରି ପରିସ୍ଥିତିରେ ଆପଣ ନିଜ ସ୍କିନ୍ ପାଇଁ ଏହି ଥଣ୍ଡା ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । ଏହା ଆପଣଙ୍କ ତ୍ୱଚାରେ ପିଗମେଣ୍ଟେସନକୁ କମ୍ କରିଥାଏ ଏବଂ ଡଲ୍ନେସ୍କୁ ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ ଏହା ସ୍କିନ୍ରେ କୁଣ୍ଡେଇ ହେବା ଏବଂ ଦାଗ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହା ସହ ଗ୍ରୀଷ୍ମ ସମୟରେ ଗରମ ଯୋଗୁ ହେଉଥିବା ସମସ୍ୟାକୁ ମଧ୍ୟ କମ୍ କରିବାରେ ସହାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏଭଳି ପରିସ୍ଥିତିରେ କ’ଣ ବ୍ୟବହାର କରିବା ଉଚିତ ।
ତେବେ ଖରା ସମୟରେ ମୁହଁରେ ତୁରନ୍ତ ଚମକ ଆଣିବା ପାଇଁ, ଆପଣ ଚନ୍ଦନ ଓ ମୁଲତାନି ମାଟି ବ୍ୟବହାର କରିପାରିବେ । ଏଥିପାଇଁ ଆପଣ କେବଳ ଚନ୍ଦନ କାଠ ଓ ମୁଲତାନି ମାଟିକୁ ଭଲ ଭାବେ ମିଶାନ୍ତୁ ଏବଂ ସେଥିରେ କିଛି ଗୋଲାପ ଜଳ ମିଶାନ୍ତୁ । ଏହି ସବୁକିଛି ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ତ୍ୱଚାରେ ଲଗାନ୍ତୁ । ଏହାର କିଛି ସମୟ ପରେ ମୁହଁକୁ ଧୀରେ ଧୀରେ ସ୍କ୍ରବ୍ କରନ୍ତୁ । ତାପରେ ଏହାକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ଚନ୍ଦନ ଓ ମୁଲତାନି ମାଟି ଲଗାଇବାର ଲାଭ :
ଚନ୍ଦନ ଓ ମୁଲତାନି ମାଟି ସ୍କିନ୍ରୁ ମଇଳା ସଫା କରେ । ଏହା ଆପଣଙ୍କ ଚେହେରାରୁ ଅନେକ ସମସ୍ୟାରୁ ଦୂର କରିବା ସହ ସୂର୍ଯ୍ୟ କିରଣରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ମୁହଁର ଫୁଲା ଏବଂ ପୋଡା ମଧ୍ୟ କମ୍ କରିଥାଏ । ତେବେ ଏହାର ବିଶେଷ କଥା ହେଉଛି ଅଏଲି ସ୍କିନ୍ ଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଏବଂ ଡ୍ରାଏ ସ୍କିନ୍ ଥିବା ଲୋକଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ସହ ଏହି ଫେସ୍ ପ୍ୟାକ୍ ପିମ୍ପଲ ଏବଂ ଅନ୍ୟାନ୍ୟ ସମସ୍ୟା କମ୍ କରିଥାଏ ଏବଂ ଅନେକ ଲୋକଙ୍କ ସ୍କିନ୍ ପାଇଁ ଏହା ଲାଭଦାୟକ ହୋଇଥାଏ ।
ଏହା ସହିତ ଗ୍ରୀଷ୍ମ ସମୟରେ ଆପଣ ଏହି ଫେସ୍ ପ୍ୟାକ୍ ସ୍କିନ୍ ପାଇଁ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଆପଣ ମଲାଇ ଏବଂ ବେସନର ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରିପାରିବେ ଯାହା ଆପଣ ସ୍କିନ୍କୁ ବିଭିନ୍ନ ପ୍ରକାରର ସମସ୍ୟାରୁ ରକ୍ଷା କରିବା ସହ ଅନେକ ଲାଭ ମଧ୍ୟ ଯୋଗାଇ ଥାଏ । ତେବେ ଏପରି ଭାବେ ଗ୍ରୀଷ୍ମ ଋତୁରେ ଆପଣ ନିଜ ସ୍କିନ୍ର ଧ୍ୟାନ ନେଇ ପାରିବେ । ଯାହା ଫଳରେ ଆପଣ ଅନେକ ସ୍କିନ୍ ସମସ୍ୟାରୁ ରକ୍ଷା କରିପାରିବେ ।