ଆଇପିଏଲ ୨୦୨୪: ଲକ୍ଷ୍ନୌ ଟିମକୁ ଝଟକା, ଟିମ ଛାଡିଲେ ଡେଭିଡ ଓ୍ଵିଲେ

ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ଓ୍ଵିଲେ ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଛନ୍ତି । ଓ୍ଵିଲେଙ୍କୁ ଲକ୍ଷ୍ନୌ ୨ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ଏବେ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଟିମରେ ସାମିଲ ହୋଇଛନ୍ତି ।

ଆଇପିଏଲ୍‌ ମଝିରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ବଡ ଝଟକା ଲାଗିଛି । ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ଓ୍ଵିଲେ ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଛନ୍ତି । ଓ୍ଵିଲେଙ୍କୁ ଲକ୍ଷ୍ନୌ ୨ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ଏବେ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ ହେନରୀ ଟିମରେ ସାମିଲ ହୋଇଛନ୍ତି ।

ହେନରୀଙ୍କୁ ସୁପରଜିଆଣ୍ଟସ ୧.୨୫ କୋଟି ଟଙ୍କାରେ କିଣିଥିଲା ଟିମ୍‌ । ଆଇପିଏଲ ମିଡିଆ ଆଡଭାଇଜରୀ ଜାରି କରି କହିଛି କି, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମେଟ  ହେନରୀ ଆଇପିଏଲ୍‌ ୨୦୨୪ ପାଇଁ ଲକ୍ଷ୍ନୌ ସୁପରଜିଆଣ୍ଟସ ସହିତ ରହିବେ । ହେନରୀ ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ଓ୍ଵିଲେଙ୍କ ସ୍ଥାନରେ ରହିବେ । ବ୍ୟକ୍ତିଗତ କାରଣ ଯୋଗୁଁ ଓ୍ଵିଲେ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ହେନେରୀ ୧.୨୫ କୋଟି ଟଙ୍କା ବେସ୍‌ ପ୍ରାଇସରେ ଟିମରେ ଜଏନ କରିଛନ୍ତି ।

ହେନରୀ ପୂର୍ବରୁ ଆଇପିଏଲରେ ଖେଳିସାରିଛନ୍ତି । ହେନରୀ ଆଇପିଏଲରେ ୨ଟି ମ୍ୟାଚ ଖେଳିଛନ୍ତି । ସେ ୨୦୧୭ରେ ପଂଜାବ କିଙ୍ଗସ ତରଫରୁ ଖେଳିଥିଲେ । ସେ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ୨୫ଟି ଟେଷ୍ଟ, ୮୨ ଦିନିକିଆ ଏବଂ ୧୭ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.