ଏପ୍ରିଲରେ ୧୪ ଦିନ ବ୍ୟାଙ୍କ ବନ୍ଦ, ଜାଣିରଖନ୍ତୁ ଛୁଟି ତାଲିକା

ପ୍ରତ୍ୟେକ ମାସ ଭଳି ଏପ୍ରିଲ ମାସରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କ ବ୍ୟାଙ୍କ କାମ ଥିଲେ ତୁରନ୍ତ ଆପଣ କାମ ସାରିଦିଅନ୍ତୁ । ଦେଶର ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଛୁଟି ରହିଛି । ଶନିବାର ଓ ରବିବାର ଛଡା କେତେକ ପର୍ବପର୍ବାଣୀ ଛୁଟି ରହିଛି । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଆପଣ ଛୁଟି ତାଲିକା ଦେଖିଦିଅନ୍ତୁ ।

ନୂଆ ଆର୍ଥିକ ବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି । ରିଜର୍ଭ ବ୍ୟାଙ୍କ ପ୍ରତି ମାସ ଭଳି ଏପ୍ରିଲ ମାସର ବ୍ୟାଙ୍କ ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ଭଳି ଏପ୍ରିଲ ମାସରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କ ବ୍ୟାଙ୍କ କାମ ଥିଲେ ତୁରନ୍ତ ଆପଣ କାମ ସାରିଦିଅନ୍ତୁ । ଦେଶର ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଛୁଟି ରହିଛି । ଶନିବାର ଓ ରବିବାର ଛଡା କେତେକ ପର୍ବପର୍ବାଣୀ ଛୁଟି ରହିଛି । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଆପଣ ଛୁଟି ତାଲିକା ଦେଖିଦିଅନ୍ତୁ । ଲଗାତାର ଛୁଟି ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କ କାମ ଉପରେ ଫରକ ପଡିପାରେ । କିନ୍ତୁ ବ୍ୟାଙ୍କର ଅନଲାଇନ ସେବା ଜାରି ରହିବ ।

କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ?

ଏପ୍ରିଲ ୧ : ପ୍ରତିବର୍ଷ ଆକାଉଣ୍ଟ କ୍ଲୋଜିଂ ଯୋଗୁଁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ୫ : ତେଲଙ୍ଗାନା, ଜମ୍ମୁ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ୭ : ରବିବାର
ଏପ୍ରିଲ ୯ : ଗୁଡି ପାଡଓ୍ଵା/ଉଗାଡି ପର୍ବ/ ତେଲୁଗୁ ନବବର୍ଷ
ଏପ୍ରିଲ ୧୦ : ରମଜାନ/ଇଦ କେରଳ/କୋଚିରେ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ୧୧: ଇଦ-ଉଲ-ଫିତର ଯୋଗୁଁ ଚଣ୍ଡିଗଡ, ଗ୍ୟାଙ୍ଗଟକ, କୋଚି ଛାଡି ଅନ୍ୟସବୁଆଡେ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ୧୩: ଦ୍ୱିତୀୟ ଶନିବାର
ଏପ୍ରିଲ ୧୪ : ରବିବାର
ଏପ୍ରିଲ ୧୫ : ବିହୁ ଏବଂ ହିମାଚଳରେ ଗୌହ୍ଵାଟୀ ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ ।
ଏପ୍ରିଲ ୧୭ : ରାମନବମୀ
ଏପ୍ରିଲ ୨୦ :ଗରିୟା ପୂଜା
ଏପ୍ରିଲ ୨୧ : ରବିବାର
ଏପ୍ରିଲ ୨୭ : ଚତୁର୍ଥ ଶନିବାର
ଏପ୍ରିଲ ୨୮ : ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.