Below header

ଲାଲ୍‌ କିତାବ : ଚନ୍ଦ୍ର ଗ୍ରହକୁ ମଜବୁତ କରିବା ପାଇଁ କରନ୍ତୁ ଏହି ବାସ୍ତୁ ଉପାୟ, ବଢ଼ିବ ସୁଖ ସମୃଦ୍ଧି

ଲାଲ୍‌ କିତାବ ଅନୁସାରେ ଚନ୍ଦ୍ର କୁଣ୍ଡଳୀରେ ଚତୁର୍ଥ ଭାବର ସ୍ୱାମୀ । କୁଣ୍ଡଳୀରେ ଚତୁର୍ଥ ଭାବ ମାତାଙ୍କ ପ୍ରତି ନିଧିତ୍ୱ କରିଥାଏ । ବୈଦିକ ଜ୍ୟୋତିଷରେ ଚନ୍ଦ୍ର ଦେବଙ୍କ ମନ କାରକ ଗ୍ରହ କୁହାଯାଇଥାଏ । ଚନ୍ଦ୍ର ହେଉଛନ୍ତି କର୍କଟ ରାଶିର ସ୍ୱାମୀ । ସବୁ ଗ୍ରହଙ୍କ ମଧ୍ୟରେ ଚନ୍ଦ୍ର ଦେବଙ୍କ ଗୋଚର ସବୁଠୁ ଛୋଟ । ଚନ୍ଦ୍ର ରାଶିରେ ପ୍ରାୟ ଅଢ଼େଇ ଦିନ ଯାଏ ରହିଥାନ୍ତି । ଭଗବାନ ଚନ୍ଦ୍ର ସୂର୍ଯ୍ୟ, ମଙ୍ଗଳ ଓ ବୃହସ୍ପତିଙ୍କ ସହ ମିତ୍ରତା ଅଟନ୍ତି । ଚନ୍ଦ୍ର ଦେବ ଆମର ମିତ୍ର ଗ୍ରହଙ୍କ ସହ ଭଲ ଅଟନ୍ତି ।

ଚନ୍ଦ୍ର ଗ୍ରହଙ୍କ କାରକ ତତ୍ତ୍ୱ

ବୈଦିକ ଜ୍ୟୋତିଷ ଓ ଲାଲ କିତାବରେ ଚନ୍ଦ୍ର ଗ୍ରହକୁ ମାତା କାରକ ଗ୍ରହ କୁହାଯାଇଥାଏ । ଏହା ପ୍ରେମ, ଦୟା, ଉଦାରତା,ମନର ଶାନ୍ତି ଓ ମାନବ ଭାଗ୍ୟ ଆଦି ଚନ୍ଦ୍ରମା ଭଗବାନଙ୍କ ଦ୍ୱାରା ଦେଖାଯାଇଥାଏ । ଏହାଛଡା ଚନ୍ଦ୍ର ଦେବଙ୍କୁ କୃଷି, ଭୂମି, ଘୋଡ଼ା, ନାବିକ, ଚାଉଳ, ଦୁଧ, ମାଉସୀ, ବୁଢ଼ି, ମହିଳା ଓ ତେଜୋରୀ ସହ ମଧ୍ୟ ସମ୍ପର୍କିତ କରାଯାଇଥାଏ । ସମୁଦ୍ରରେ ପରିବର୍ତ୍ତନ ଓ ଜୁଆର-ଭଟ୍ଟା ପାଇଁ ଚନ୍ଦ୍ର ଦେବ ଦାୟୀ ଅଟନ୍ତି । ଚନ୍ଦ୍ର ଦେବ ଭଲ ସ୍ଥିତିରେ ରହିଲେ ମା’ଙ୍କ ସହ ସମ୍ପର୍କ ଭଲ ରହିଥାଏ ଏବଂ ମା’ଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଦୁର୍ବଳ ଚନ୍ଦ୍ର ହେଲେ ମାନସିକ ଅବସାଦ ଓ ଏହି ସବୁ କାରକ ପାଇଁ ଅଶୁଭ ହୋଇଥାଏ ।

ଲାଲ୍‌ କିତାବରେ ଅଶୁଭ ଚନ୍ଦ୍ର ଗ୍ରହଙ୍କ ଶାନ୍ତି ଉପାୟ

ଜ୍ୟୋତିଷରେ ଲାଲ କିତାବର ଉପାୟ ବହୁତ ମହତ୍ୱପୂର୍ଣ୍ଣ ମନାଯାଏ । ଲାଲ କିତାବ ଉପାୟ କରିବା ଦ୍ୱାରା ଅଶୁଭ ଚନ୍ଦ୍ରର ଶୁଭତ୍ୱ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଉପାୟ । ଚାଉଳରେ ଖିରୀ ତିଆରି କରି ଲୋକଙ୍କୁ ଖୁଆଇବା ଉଚିତ୍‌ । ସୋମବାର ଦିନ ମିଠା ଦୁଧ ପିଇବା ଉଚିତ୍‌ ନୁହେଁ ।

ଗରୀବ ଲୋକଙ୍କୁ ପାଣି ଓ ଦୁଧ ଦାନ କରନ୍ତୁ । ରୁପା ଲୋଟାରେ ଜଳ ନେଇ ସେଥିରେ ଦୁଧ,ଅକ୍ଷତ ଓ ମିଶ୍ରି ମିଶାଇ ଚନ୍ଦ୍ର ଦେବଙ୍କୁ ଅର୍ଘ୍ୟ ଦାନ କରନ୍ତୁ । ଏଥିସହ ପୂର୍ଣ୍ଣିମା ବ୍ରତ ରଖନ୍ତୁ । ସକାଳୁ ଉଠି ମାଙ୍କ ଚରଣ ଛୁଇଁବା ଦରକାର ଓ ମାତାଙ୍କ ସେବା କରିବା ଉଚିତ୍‌ ।

ଚନ୍ଦ୍ରଙ୍କୁ କୁଣ୍ଡଳୀରେ ମଜବୁତ କରିବା ପାଇଁ ଚନ୍ଦ୍ରଙ୍କ ଏହି ମନ୍ତ୍ର ଜପ କରନ୍ତୁ –

• ଓଁ ସୌଂ ସୌମାୟ ନମଃ

• ଓଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମସେ ନମଃ

• ଓଁ ଶ୍ରୀଂ ଶ୍ରୀଂ ଚନ୍ଦ୍ରମସେ ନମଃ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.