ଆନନ୍ଦପୁର: ରାସ୍ତା ତଳକୁ ଖସିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଅନନ୍ଦପୁର(କେନ୍ୟୁଜ୍):ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଭଣ୍ଡାରିଡିହା କେନାଲ ନିକଟରେ ଆଜି ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋହିରା ଠାରେ ଥିବା ପ୍ରଣବଲ୍ଲଭ ପବ୍ଲିକ୍‌ ସ୍କୁଲର ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ସ୍କୁଲ ଛୁଟିପରେ ପିଲାଙ୍କୁ ଘରକୁ ଛାଡୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ରାସ୍ତା ପାର୍ଶରେ ଥିବା ଏକ ଇଲେକ୍ଟ୍ରିକ୍‌ ପୋଲରେ ଧକ୍କା ହେବାରୁ ନିକଟରେ ଥିବା ନାଳକୁ ନଖସି ଅଟକି ଯାଇଛି । ଫଳରେ ଏକ ବଡ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ବସରେ ଥିବା ଛାତ୍ରଛାତ୍ରୀ । ତେବେ ଦୁର୍ଘଟଣା ସମୟରେ ଡ୍ରାଇଭର ନିକଟରେ ରହି ଜଣେ ଛାତ୍ର ବସର ଷ୍ଟିୟରିଂ ଧରି ଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଘଟଣା ସମ୍ପର୍କରେ ଖବରପାଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ପ୍ରାଣବହ୍ଲବ ପବ୍ଲିକ୍‌ ସ୍କୁଲ ପୂର୍ବରୁ ମଧ୍ୟ ସ୍କୁଲ୍‌ ବସ୍‌ ସେବାକୁ ନେଇ ଚର୍ଚ୍ଚାକୁ ଆସିଛି । କିଛିମାସ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦୁଝର ଗସ୍ତରେ ଯାଉଥିବା ସମୟରେ ଏହିସ୍କୁଲରଏକ ବସରେ ମାତ୍ରାଧିକ ଛାତ୍ରଛାତ୍ରୀ ପରିବହନ ଦେଖି ବସ ଟିକୁ ଅଟକାଇ ପୋଲିସ୍‌ ଜିମା ଦେଇଥିଲେ । ପରେ ସଂପୃକ୍ତ ବସ୍‌ ଉପରେ ମୋଟା ଅଙ୍କର ଫାଇନ୍‌ ମଧ୍ୟ ହୋଇଥିଲା । ଏତେ ସବୁ ପରେ ମଧ୍ୟ ଚେତୁ ନାହାନ୍ତି ସ୍କୁଲ୍‌ କତୃପକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.