Below header

ଦୂରେଇ ଯିବ ସବୁ ଭୟ ଆଉ ପାଖ ମାଡିବନି ସଙ୍କଟ, ୨୧ ମଙ୍ଗଳବାର ପର୍ଯ୍ୟନ୍ତ ହନୁମାନଙ୍କୁ ଏମିତି କରନ୍ତୁ ପୂଜା

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି କି, ଏହିଦିନ ବିଧିବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ପ୍ରଭୁ ବଜରଙ୍ଗବାଲି ନିଜ ଭକ୍ତର ସମସ୍ତ ସଙ୍କଟ ହରଣ କରନ୍ତି। ମଙ୍ଗଳବାର ଦିନ ଏଥିପାଇଁ ଉପବାସ କରାଯାଏ ଏବଂ ଆପଣ ଯଦି କୌଣସି ଶାରୀରିକ ସଙ୍କଟରେ ଗତି କରୁଥାନ୍ତି, ତେବେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ କୁଣ୍ଡଳୀରେ ମଙ୍ଗଳଦୋଷ ରହିଲେ ମଧ୍ୟ ମଙ୍ଗଳବାର ଦିନ ହନୁମାନ ପୂଜା କରିବାର ଉପାୟ କୁହାଯାଏ। ମଙ୍ଗଳବାର ଦିନ ଯଦି ଆପଣ କିଛି ଉପାୟ କରିଥାନ୍ତି, ତେବେ ଜୀବନରେ ଆସୁଥିବା ସମସ୍ତ ସଂକଟ ଦୂର ହୋଇଯାଏ।

ମଙ୍ଗଳବାର ଦିନ କ’ଣ ଉପାୟ କରିବା ଉଚିତ;

– ମଙ୍ଗଳବାର ଦିନ ଯଦି ଆପଣ ବଜରଙ୍ଗବାଣ ପାଠ କରୁଥାନ୍ତି, ତେବେ ଜୀବନରେ ସମସ୍ତ ଶତ୍ରୁ ନାଶ ହୋଇଥାଏ। ଏହି ପାଠ ୨୧ ଦିନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସ୍ଥାନରେ ବସି କରିବା ଉଚିତ।

– ଯଦି କୌଣସି ବ୍ୟକ୍ତି ଶାରୀରିକ ଭାବେ ପୀଡିତ ଥାନ୍ତି, ତେବେ ମଙ୍ଗଳବାର ଦିନ ଏକ ପାତ୍ରରେ ଜଳ ଭରି ହନୁମାନଙ୍କ ପ୍ରତିମା ରଖିବା ଉଚିତ। ଏହା ସହିତ ହନୁମାନ ବାହୁକ ୨୧ କିମ୍ବା ୨୬ ଦିନ ପର୍ଯ୍ୟନ୍ତ ପାଠ କରିବା ଉଚିତ। ପାଠ ପୁରା ହେବା ପରେ ସେହି ଜଳକୁ ଗ୍ରହଣ କରି ସେଠାରେ ଅଲଗା ଜଳ ରଖିଦିଅନ୍ତୁ।

hanuman-

– ଯଦି ଆପଣଙ୍କୁ ଭୂତ-ପ୍ରେତ କିମ୍ବା ଅନ୍ଧାରକୁ ଡର ଲାଗିଥାଏ, ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରି ଓଁ ହଂ ହନୁମତେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

– ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଗୁଡ ଏବଂ ଚଣାର ପ୍ରସାଦ ଚଢାନ୍ତୁ। ଏବଂ ଏହି ପ୍ରସାଦକୁ ୨୧ ମଙ୍ଗଳବାର ପର୍ଯ୍ୟନ୍ତ ଚଢାନ୍ତୁ। ଏହା ପରେ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ଏମିତି କଲେ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ।

– ହନୁମାନଙ୍କ ପ୍ରତିମା ସାମ୍ନାରେ ବସି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କୁଣ୍ଡଳୀରେ ଆସିବାକୁ ଥିବା ମଙ୍ଗଳଦୋଷ ଶେଷ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.