Below header

ଆଉ ଦିନକ ପରେ ଧନତେରସ, ଜାଣନ୍ତୁ ଏହି ଦିନରେ କ’ଣ କିଣିବେ ଆଉ କ’ଣ କିଣିବା ଉଚିତ ନୁହେଁ

କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିକୁ ଧନତେରସ ଭାବେ ପାଳନ କରାଯାଏ। ଧନତେରସ ଦୀପାବଳି ପୂର୍ବରୁ ଆସିଥାଏ। ଚଳିତ ବର୍ଷ ଧନତେରସ ୧୩ ନଭେମ୍ୱରରେ ପାଳନ କରାଯିବ। ଧନତେରସରେ ଜିନିଷ କିଣିବାରେ ବିଶେଷ ମହତ୍ତ୍ୱ ଥାଏ। ଏମିତି ମାନ୍ୟତା ଅଛି କି ଧନତେରସର ଶୁଭ ଦିନରେ ସୁନା, ରୂପା ଓ ବାସନକୁସନ ଆଦି କିଣିବାରେ ପୁରା ବର୍ଷ ଧନଧାନ୍ୟରେ ପୂରିଥାଏ ।

ଧନତେରସରେ କଣ କିଣିବା ଉଚିତ୍ ଏହା ତ ସମସ୍ତଙ୍କୁ ଜଣା। କିନ୍ତୁ ଏହି ଦିନରେ କ’ଣ କିଣିବା ଅନୁଚିତ ଆପଣ ଜାଣିଛନ୍ତି କି, ଏହି ଦିନରେ କ’ଣ କିଣିବା ଉଚିତ୍ ନୁହେଁ ?

iron

ଧନତେରସରେ ଲୁହାରେ ତିଆରି ଜିନିଷ କିଣିବା ଉଚିତ୍ ନୁହେଁ। ଏହି ଦିନରେ ଲୁହା ନିର୍ମିତ ଜିନିଷ ଘରକୁ ଆଣିଲେ ରାହୁ ଗ୍ରହର ଅଶୁଭ ଛାୟା ପଡ଼ିଥାଏ। ରାହୁର ନଜର ପଡ଼ିବା କ୍ଷଣି ଘରେ ଘୋର ଅସୁବିଧା ଓ ସମସ୍ୟା ବୃଦ୍ଧି ପାଇଥାଏ।

କାଚ ନିର୍ମିତ ଜିନିଷର ସମ୍ୱନ୍ଧ ରାହୁ ଗ୍ରହ ସହ ମଧ୍ୟ ହୋଇଥାଏ। ଏଥିପାଇଁ ଧନତେରସ ଦିନ କାଚର ଜିନିଷ କିଣିବା ଉଚିତ୍ ନୁହେଁ।
ଧନତେରସରେ ବାସନକୁସନ କିଣିବାର ପରମ୍ପରା ବହୁ ଦିନରୁ ଚାଲି ଆସିଛି। ଷ୍ଟିଲ୍ ମଧ୍ୟ ଲୁହାର ଦ୍ୱିତୀୟ ରୂପ । ଏଥିପାଇଁ କୁହାଯାଏ କି ଷ୍ଟିଲ୍ ବାସନ କୁସନ ମଧ୍ୟ ଧନତେରସ ଦିନ କିଣିବା ଉଚିତ୍ ନୁହେଁ। ଷ୍ଟିଲ୍ ବଦଳରେ କପର ବା ବ୍ରୋଞ୍ଜ୍ର ବାସନ କିଣିବା ଉଚିତ୍।

glass

ଧନତେରସ ଦିନ କଳାରଙ୍ଗର ଜିନିଷକୁ ଘରକୁ ଆସିବାରୁ ନିବୃତ୍ତ ରୁହନ୍ତୁ। ଧନତେରସ ଏକ ଭଲ ଶୁଭ ଦିନ। କଳା ରଙ୍ଗା ସର୍ବଦା ଦୁର୍ଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଏଥିପାଇଁ ଧନତେରସରେ କଳା ରଙ୍ଗର ଜିନିଷ କିଣନ୍ତୁ ନାହିଁ।
ଧନତେରସ ଦିନରେ ଯଦି ଆପଣ କିଛି କିଣିବାକୁ ବାହାରୁଛନ୍ତି ତ ଛୁରୀ, କଇଁଞ୍ଚି ଓ ଅନ୍ୟ ଧାରୁଆ ହାତ ହତିଆର କିଣନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.