Below header

ଇଏ କି ଚିକିତ୍ସା ! ବିଶ୍ରାମ ନନେଇ ବାର୍‌କୁ ଯିବାକୁ ଗୋଡ଼ ବିନ୍ଧୁଥିବା ରୋଗୀକୁ ପରାମର୍ଶ ଦେଲେ ଡାକ୍ତର

ଆଜିକାଲି ଯେ କୌଣସି ବୟସରେ ଗୁରୁତର ରୋଗ ହେବାର ସମ୍ଭାବନା ବହୁଗୁଣିତ ହୋଇଯାଇଛି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ବିଭିନ୍ନ ଖାଦ୍ୟଠାରୁ ଦୂରତା ରଖିବାକୁ କିମ୍ବା କିଛି ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଖାଇବା ବନ୍ଦ କରିବାକୁ ପରାମର୍ଶ ଦିଅନ୍ତି। ଏହି ପଦାର୍ଥଗୁଡ଼ିକ ମଧ୍ୟରୁ ପ୍ରଥମ ହେଉଛି ମଦ୍ୟପାନ। ଅତ୍ୟଧିକ ମଦ୍ୟପାନ ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ଦେଖାଦେଇପାରେ। କିନ୍ତୁ ଯଦି ଡାକ୍ତର ନିଜେ ଆମକୁ ପିଇବାକୁ ପରାମର୍ଶ ଦିଅନ୍ତି? ତେବେ କଥାଟା ଶୁଣିଲେ ଝଟକା ଲାଗିବ ନିଶ୍ଚୟ। ତେବେ ଏମିତି ଘଟଣାକୁ ନେଇ କେରଳ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଆଉ ଏପରି ପରାମର୍ଶ ଦେଇ ସଂପୃକ୍ତ ଡାକ୍ତର ଫସି ଯାଇଛନ୍ତି ଓ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି।

କେରଳରଳ ୪୪ ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ୱାମୀ ଅନିଲ କୁମାର ଗୁରୁବାର ଥ୍ରୀସୁର ସ୍ଥିତ ଦୟା ହସ୍ପିଟାଲକୁ ଯାଇଥିଲେ ଚିକିତ୍ସା ପାଇଁ। ପ୍ରିୟାଙ୍କ ଗୋଡରେ ଯନ୍ତ୍ରଣା ହେଉଥିଲା। ସେଠାରେ ଭାସ୍‌କୁଲାର ସର୍ଜରୀ ବିଭାଗର ଡାକ୍ତର ରାୟ ଭର୍ଗିସଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରିୟାଙ୍କୁ ଦେଖିବା ପରେ ଗୋଡ ଏକ୍ସ-ରେ କରିବା ପାଇଁ କହିଥିଲେ। ଏକ୍ସ-ରେ ରିପୋର୍ଟ ଦେଖିବା ପରେ ଆଉ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପ୍ରିୟା ଓ ତାଙ୍କ ସ୍ୱାମୀଙ୍କୁ କହିଥିଲେ।

କଷ୍ଟ ଅଧିକ ହେଉଥିବାରୁ ପ୍ରିୟାଙ୍କୁ ନେଇ ଯିବା ସମ୍ଭବ ନୁହେଁ । ଏହି ସମୟରେ ସ୍ୱାମୀ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ ଯେ ପ୍ରିୟାଙ୍କ ଯନ୍ତ୍ରଣାକୁ ରୋକିବା ପାଇଁ କିଛି ଅସ୍ଥାୟୀ ଔଷଧ ଦିଅନ୍ତୁ। ଡାକ୍ତର ଜଣକ ତୁରନ୍ତ ମେଡିସିନ ଲେଖିଦେଲେ। ହେଲେ ସେ ପ୍ରେସ୍‌କ୍ରିପ୍‌ସନ ପଢି ସ୍ୱାମୀ-ସ୍ତ୍ରୀଙ୍କର ହୋସ ଉଡିଗଲା। ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ ଲେଖିଥିଲେ, ‘ ବିଶ୍ରାମ ମନା, ଯଦି ସମସ୍ୟା ହେଉଛି ତେବେ ସ୍ୱାମୀ ବାରକୁ ଯିବା ଉଚିତ୍‌’ । ‘No bed rest, husband should visit bar.’ ଏହାକୁ ପଢିବା ପରେ ସ୍ୱାମୀ ବହୁତ ରାଗିଗଲେ। ଡାକ୍ତରଙ୍କ ଏହି ଅପମାନ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଥିଲେ ।

ଏହି ସମୟରେ ଦୟା ହସ୍ପିଟାଲର ଜଣେ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଏ ସମ୍ପର୍କରେ ରୋଗୀଙ୍କଠାରୁ କୌଣସି ଅଭିଯୋଗ ଆସିନାହିଁ। ତେବେ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଷୟରେ ସୂଚନା ପାଇବା ପରେ ସମ୍ପୃକ୍ତ ଡାକ୍ତରଙ୍କଠାରୁ ସ୍ପଷ୍ଟୀକରଣ ନିଆଯାଇଛି। ଦୟା ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବାନୁସାରେ, ସଂପୃକ୍ତ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଖ୍ୟା ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଏହି ପ୍ରସଙ୍ଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.