ସାରା ବିଶ୍ବରେ କରୋନା ମହାମାରୀ ଦ୍ରୁତ ଗତିରେ ବଢିଚାଲିଛି। ଏହିକାରଣରୁ ସ୍ବାସ୍ଥ୍ଯକର୍ମୀମାନଙ୍କ ନିସ୍ବାର୍ଥ ସେବା ପାଇଁ ସେମାନଙ୍କୁ ପ୍ରକ୍ତ ନାୟକ ରୂପେ ପ୍ରତିଷ୍ଠିତ କରାଯାଇଛି। ଏନେଇ ଭାରତରେ ଜଣେ ଡାକ୍ତର ନିଜ ସହଯୋଗୀଙ୍କୁ ‘ଡାକ୍ତର ଦିବସ’ ଅବସରରେ କୃତଜ୍ଞତା ଜଣାଇବା ପାଇଁ ବଲିଉଡ୍ ଗୀତରେ ଡ୍ଯାନ୍ସ କରିଛନ୍ତି।
ମୁମ୍ବାଇର ଜଣେ ଡାକ୍ତର ରିଚା ନେଗୀ ନୋରାଙ୍କ ଡ୍ଯାନ୍ସ ଷ୍ଟେପ୍ସ ନକଲ କରି ନିଜର ଏକ ଭିଡିଓ କରି ସେୟାର କରିବା ସହ ଲେଖିଛନ୍ତି, ‘ଆମେ ଏହି ଗରମରେ ବ୍ଯକ୍ତିଙ୍କ ସେବା କରିବା ସହ ମଧ୍ଯ ସ୍ଥିତିର ନକାରାତ୍ମକତାକୁ କମ ହେବାକୁ ଦେବୁ ନାହିଁ କାରଣ ଏହା ସୁନ୍ଦର ସଂଗଠନ।’
ଏହି ଭିଡିଓରେ ଫିଲ୍ମ ‘ଷ୍ଟିଟ ଡ୍ଯାନ୍ସର 3 D’ର ‘ଗର୍ମି’ ଗୀତରେ ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି ଡ୍ଯାନ୍ସ କରୁଥିବାର ନଜର ଆସିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।