Below header

ମୁମ୍ବାଇରୁ ଭୁବନେଶ୍ୱର: ଟ୍ରେନ ଯାତ୍ରାର ସୁନ୍ଦର ଅନୁଭୂତି ସାଉଣ୍ଟୁଛି ଏହି କୁକୁର

ବର୍ତ୍ତମାନ ସମୟରେ ଏକ ଖୁବ ସୁନ୍ଦର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କାହିଁକି ଭାଇରଲ ହେଉଛି କାହିଁକି ଏହାକୁ ଏତେ ଲୋକେ ପସନ୍ଦ କରୁଛନ୍ତି ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ଭିଡିଓଟି ପ୍ରକୃତରେ କୌଣସି ମଣିଷ ଉପରେ ନୁହେଁ ବରଂ ଏକ କୁକୁର ଉପରେ ଆଧାରିତ । ସେ ପୁଣି ଏକ କୁକୁରର ଟ୍ରେନ ଯାତ୍ରାକୁ ନେଇ । ଜଣାଯାଇଛିଯେ “ରିଓ” ନାମକ ଏହି କୁକୁରଟି ମୁମ୍ବାଇରୁ ଭୁବନେଶ୍ୱରକୁ ଏକ ସ୍ପେଶାଲ ଟ୍ରେନ ଯୋଗେ ଯାତ୍ରା କରୁଛି । ଡରି ଯାଉଛନ୍ତିକି ? ଭାବୁଛନ୍ତିକି କୁକୁରଟି ନିଜ ପାଇଁ କେମିତି ଟିକଟ କାଟିଲା ଆଉ ତାକୁ ଟ୍ରେନରେ ଏମିତି ଯିବାକୁ ଅନୁମତି କିଏ ଦେଲା । ପ୍ରକୃତରେ ରିଓ ନିଜ ମାଲିକଙ୍କ ସହ ହିଁ ଟ୍ରେନ ଯାତ୍ରା କରୁଛି । ଆଉ ଏହି ଯାତ୍ରା ସମୟର ଭିଡିଓର କିଛି ଅଂଶ ଇନ୍ଷ୍ଟଗ୍ରାମରେ ସେୟାର ହେବା ସହ ଦର୍ଶକଙ୍କୁ ଯେମିତି ଏହା ହସର ଖୋରାକ ଯୋଗାଇଛି । ଛୋଟରୁ ବଡ ସମସ୍ତେ ହସି ହସି ଗଡ଼ିଯାଉଛନ୍ତି । ଆମେ ବି ନିଶ୍ଚିତ ଯେ ଆପଣଙ୍କୁ ବି ଏହା ନିଶ୍ଚିତ ରୂପେ ହସେଇବ । ଭିଡିଓଟିକୁ ପୁଚ ନାମକ ଏକ ବ୍ୟକ୍ତିଗତ ଇନ୍ଷ୍ଟଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓର କ୍ୟାପସନରେ ଲେଖାଯାଇଛିକି, “ମୁମ୍ବାଇରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ମୋର ଟ୍ରେନ ଯାତ୍ରା” । ଏମିତି ଏକ ଇଣ୍ଟେର୍ରେଷ୍ଟିଙ୍ଗ ଭିଡିଓକୁ ଆହୁରି ଅଧିକ ଖୋରାକ ଯୋଗାଉଛି ଏହା ପଛରେ ବାଜୁଥିବା ବ୍ୟାକ ଗ୍ରାଉଣ୍ଡ ମ୍ୟୁଜିକ । “ତାମସା” ନାମକ ଏକ ବଲିଉଡ ଫିଲ୍ମର ଲକି ଅଲ୍ଲୀ ଗାଇଥିବା ସଫରନାମାରୁ ଗୀତ ଟିକୁ ଅଣାଯାଇ ମ୍ୟୁଜିକ ଭାବରେ ଲଗାଯାଇଛି ।

 

View this post on Instagram

 

A post shared by Rio (@alabnamed_rio)

ଏହାବାଦ ତଳେ ଲେଖାଯାଇଥିବା କିଛି ବାକ୍ୟକୁ ଦେଖି ଆପଣ ହସି ହସି ଗାଡ଼ିଯିବେ । ଯେବେକି ଏହାର ପ୍ରୋଫାଇଲରେ ଯେମିତି କୁକୁରଟି ନିଜ ଆତ୍ମଚରିତ ଲେଖିବା ପରି ଲେଖା ହୋଇଛି, “ମୁଁ ଖୁବ ଦୁଷ୍ଟ । ମୁଁ ତଳେ ପଡିଥିବା ଖବର କାଗଜ, ଇୟର ଫୋନ ଭଳି ଅନ୍ୟାନ ଜିନିଷ ଆଦିକୁ ଦାନ୍ତରେ କାମୁଡି କାମୁଡି ଖାଇବାକୁ ବେଶୀ ପସନ୍ଦ କରେ । ମୋ ବାପା କହନ୍ତିଯେ କାଳେ ମୁଁ ଖୁବ ଜିଦିଆ । କିନ୍ତୁ ମୋ ମା’ ର ବିଶ୍ୱାସ ଯେ ମୁଁ ସବୁଠୁ ଭଲ ।” ଭିଡିଓଟି ସେୟାର ହେବାର ମାତ୍ର କିଛି ସମୟ ଭିତରେ ଭିଡିଓଟିକୁ ୧୪ ହଜାର ଲାଇକ ମିଳିଥିବା ଜଣାଯାଇଛି । ଖଲି ସେତିକି ନୁହେଁ ଶହ ଶହ ସଂଖ୍ୟକ କମେଣ୍ଟ ବି ଆସିବାରେ ଲାଗିଛି । ଯେବେକି ଜଣେ ଇନ୍ଷ୍ଟଗ୍ରାମ ୟୁଜର ଲେଖିଛନ୍ତିକି, ରିଓ ଖୁବ କ୍ୟୁଟ । ଯେବେକି ଆଉ ଜଣେ ଲେଖିଛନ୍ତି ରିଓ ତମେ ଖୁବ ସ୍ଵିଟ । ରିଓ ତମେ ଖୁବ ଭଲ, ରିଓ ତମ ଟ୍ରେନ ଯାତ୍ରା ଖୁବ ଆକର୍ଷଣୀୟ ଏମିତି ଅନେକ କମେନ୍ଟ ରିଓ ଉଦ୍ଦେଶ୍ୟରେ ଆସୁଛି । ଭିଡିଓଟି ବାବଦରେ ଆପଣଙ୍କର ମତ କଣ କମେଣ୍ଟ ବକ୍ସରେ ଲେଖିକି ଜଣାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.