Below header

ଡୋନାଲଡ ଟ୍ରମ୍ପ୍‌ଙ୍କ ଏହି ପୂର୍ବତନ ପ୍ରେମିକାଙ୍କ ବିଷୟରେ ଜାଣନ୍ତୁ, ଯିଏ ଥିଲେ ଜଣେ ବଡ଼ ଟେନିସ୍‌ ଖେଳାଳି

ଡୋନାଲଡ ଟ୍ରମ୍ପଙ୍କୁ କିଏ ବା ନଜାଣେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି । ବେଶ୍‌ ରଙ୍ଗିନ ମିଜାଜର ଲୋକ । କୁହାଯାଏ ବହୁ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିଲା ଓ ରହିଛି । ତେବେ ଏହି ସମ୍ପର୍କ ଭିତରେ ସେ ଅଶି ଦଶକର ଜଣେ ଟେନିସ୍‌ ସୁନ୍ଦରୀଙ୍କ ସହ ଯୋଡ଼ି ହୋଇ ଯାଇଥିଲେ । ହୁଏତ ବର୍ତ୍ତମାନର ପିଢ଼ି ସେ ମହିଳା ଖେଳାଳିଙ୍କୁ ମନେ ରଖିନଥିବେ । ତେବେ ତାଙ୍କ ଖେଳ ଓ ସୁନ୍ଦରତା ପୁରୁଣା ଖେଳପ୍ରେମୀଙ୍କୁ ବେଶ୍‌ ଲୋଭାଇଥିଲା । ସେ ହେଉଛନ୍ତି ଆର୍ଜେଣ୍ଟିନାର ପୂର୍ବତନ ମହିଳା ଟେନିସ୍‌ ଖେଳାଳି ଗ୍ରାବିଏଲା ସାବାଟିନି ।

ଯେଉଁ ସମୟରେ ସାବାଟିନି ଖେଳୁଥିଲେ ସେତେବେଳେ ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଷ୍ଟେଫି ଗ୍ରାଫ ।
ନିଜ ଟେନିସ୍‌ କ୍ୟାରିୟରରେ ପ୍ରାୟ ୪୦ଟି ଟାଇଟଲ୍‌ ଜିତିଛନ୍ତି । ୧୯୮୮ରେ ସେ ଅଲିମ୍ପିକ୍‌ ରୌପ୍ୟ ପଦକ ହାସଲ କରିଥିଲେ । ଏକ ନମ୍ବର ଜୁନିୟର ଖେଳାଳିରୁ ସିନିୟରରେ ସର୍ବାଧିକ ତିନି ନମ୍ବର ହୋଇ ପାରିଥିଲେ । ସାବାଟିନି ଏମିତି ଜଣେ ଟେନିସ୍‌ ଖେଳାଳି ଯାହାଙ୍କ ନାଁ ଅନୁସାରେ ଏକ ଗୋଲାପ ଫୁଲର ନାଁ ଦିଆଯାଇଛି । ସେ ଟ୍ରମ୍ପଙ୍କୁ ଭଲ ପାଉଥିଲେ । ବେଶ୍‌ କିଛି ବର୍ଷ ସେମାନଙ୍କର ରୋମାନ୍ସ ଚାଲିଥିଲା । ତେବେ ଉଭୟ ଅଲଗା ହୋଇଗଲେ । ଆଉ ଏଯାଏ ସାବାଟିନି ବିବାହ କରି ନାହାନ୍ତି । ତାଙ୍କୁ ଏବେ ୫୧ ବର୍ଷ ବୟସ ।

trump and sabatini-1

ଅବଶ୍ୟ ନିଜ କ୍ୟାରିୟରରେ ଟାଟଲ୍‌ ଜିତିଲା ଭଳି ସେ ବୟଫ୍ରେଣ୍ଡ ବଦଳାଇଛନ୍ତି । ନିଜ ଜୀବନୀ ପୁସ୍ତକ ‘ମାଇଁ ଷ୍ଟୋରୀ’ ଲେଖିଛନ୍ତି । ବହୁତ ଫ୍ରିଫାଙ୍କ୍‌ ପ୍ରକୃତିର ସାବାତିନି ଟ୍ରମ୍ପଙ୍କ ପରେ କେତେଜଣ ଟେନିସ୍‌ ଖେଳାଳିଙ୍କ ସହ ସମ୍ପର୍କ ଯୋଡ଼ିଥିଲେ । ତେବେ ଅତ୍ୟନ୍ତ ସ୍ୱାଧୀନତା ପସନ୍ଦ କରୁଥିବା ଏହି ଖେଳାଳି ଜଣକ କାହାକୁ ବାହା ହୋଇ ପାରିଲେ ନାହିଁ ।

୧୯୯୯ରେ ଶେଷ ବୟ ଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ ପରେ ଆଉ କାହା ସହ ସମ୍ପର୍କ ଯୋଡ଼ି ନାହାନ୍ତି ସାବାଟିନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.