ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର: ଦଳୀୟ କର୍ମୀ ହୁଳହୁଳି ଓ ଫୁଲମାଳ ଦେଇ କଲେ ସ୍ୱାଗତ

କନ୍ଧମାଳ(କେନ୍ୟୁଜ୍): ଫୁଲବାଣୀ ପୌର ପରିଷଦ ନିର୍ବାଚନ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରଚାର। ଫୁଲବାଣୀ ଏନଏସିର ୧୩ଟି ୱାର୍ଡ ଓ ପୌର ଅଧ୍ୟକ୍ଷ ପଦ ପାଇଁ ଓଲିଉଡ କପଲ୍‌ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ କ୍ୟାମ୍ପେନ କରିଛନ୍ତି। ପ୍ରଥମେ ଏଫସିଆଇ ଛକରୁ ବିଜେଡି ସମର୍ଥକଙ୍କ ସହ ବାଇକ ରାଲିରୁ ଆରମ୍ଭ ହୋଇଥିଲା ପ୍ରଚାର। ୯ନଂ ୱାର୍ଡରୁ କ୍ୟାମ୍ପେନ ଆରମ୍ଭ କରି ପୁରା ୧୩ଟି ୱାର୍ଡରେ ବୁଲି ମାରାଥନ୍‌ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ଅନେକ ବିକାଶମୂଳକ ଯୋଜନାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ସମସ୍ତ ସମସ୍ୟାର ସମାଧାନ କରିପାରିଛନ୍ତି।

କନ୍ଧମାଳ ଜିଲ୍ଲାର ବିକାଶ ନେଇ ଉଦ୍ୟମ ଜାରି ରଖିଛନ୍ତି କନ୍ଧମାଳ ସାଂସଦ। ପୌର ନିର୍ବାଚନରେ ବିଜେଡିର ସମସ୍ତ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥିଙ୍କୁ ବିପୁଳ ପରିମାଣରେ ଭୋଟଦେଇ ଜୟଯୁକ୍ତ କରାଇବା ପାଇଁ ଭୋଟ ଭିକ୍ଷା କରିଛନ୍ତି। ସାସଂଦ ଓ ଓଲିଉଡ ତାରକାଙ୍କ ପ୍ରଚାର ବେଳେ ଦଳୀୟ ସମର୍ଥକ ମାନେ ହୁଳହୁଳି ଓ ଫୁଲମାଳ ଦେଇ ସ୍ୱାଗତ କରିଥିଲେ। ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ସ୍ଥାନୀୟଲୋକଙ୍କ ମଧ୍ୟରେ ବେଶ ଭିଡ଼ ଜମିଥିଲା। ମାରାଥନ୍  ପ୍ରଚାରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ପୌରାଧ୍ୟକ୍ଷ ପ୍ରାର୍ଥି ପୁନମ୍‌ କହଁର ଉପସ୍ଥିତ ଥିଲେ।.

Leave A Reply

Your email address will not be published.